DA Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ବର୍ଷ ଜାନୁଆରୀରେ ଏତେ ବଢ଼ିବ ମହଙ୍ଗା ଭତ୍ତା!
Advertisement

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ବର୍ଷ ଜାନୁଆରୀରେ ଏତେ ବଢ଼ିବ ମହଙ୍ଗା ଭତ୍ତା!

7th Pay Commission DA Hike: ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ସରକାର ପୁଣି ଥରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । AICPI ସୂଚକାଙ୍କ ତଥ୍ୟରୁ ଏହି ବିଷୟରେ ସୂଚନା ମିଳିଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦୨୩ରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତାର ଲାଭ ମିଳିବ । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ ମାର୍ଚ୍ଚ ୨୦୨୩ ଯାଏ ଘୋଷଣା କରିପାରନ୍ତି ।

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ବର୍ଷ ଜାନୁଆରୀରେ ଏତେ ବଢ଼ିବ ମହଙ୍ଗା ଭତ୍ତା!

7th Pay Commission: ବିଗତ ଦିନରେ ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ବଡ଼ ଉପହାର ମିଳିଥିଲା । କେନ୍ଦ୍ରର ମୋଦି ସରକାର (Modi Govt) ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିଥିଲା । ଯାହା ପରେ କେନ୍ଦ୍ର କର୍ମଚାରୀଙ୍କ ଦରମା (Salary Hike) ଏକ ବଡ଼ ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ସରକାର ପୁଣି ଥରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ଯୋଜନା କରୁଛନ୍ତି । AICPI ସୂଚକା (AICPI Index) ଙ୍କ ତଥ୍ୟରୁ ଏହି ବିଷୟରେ ସୂଚନା ମିଳିଛି । କେନ୍ଦ୍ର କର୍ମଚାରୀମାନଙ୍କୁ ଆଗାମୀ ବର୍ଷ (୨୦୨୩) ର ଆରମ୍ଭରେ ଅର୍ଥାତ୍ ନୂତନ ବର୍ଷରେ ଏହି ଉପହାର ପ୍ରଦାନ କରାଯିବ ।

AICPI ସୂଚକାଙ୍କ ଡାଟାରେ ପୁଣି ଥରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏଥର ମଧ୍ୟ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଏହି ସମୟର ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ଆଗାମୀ ବର୍ଷ ଜାନୁଆରୀ ମାସରେ ମଧ୍ୟ ସରକାର ମହଙ୍ଗା ଭତ୍ତା (DA) ରେ ବମ୍ପର ବୃଦ୍ଧି କରିବାକୁ ଯାଉଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦୨୩ରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ମିଳିବ । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ ମାର୍ଚ୍ଚ ୨୦୨୩ ଯାଏ ଘୋଷଣା କରିପାରନ୍ତି । ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି ହୁଏ । ତେବେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା (DA) ୪୨ ପ୍ରତିଶତକୁ ପହଞ୍ଚିଯିବ ।

ସର୍ବନିମ୍ନ ବେସିକ୍ ଦରମା (Minimum Basic Salary) ବିଷୟରେ କହିବାକୁ ଗଲେ ଏଥିରେ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ଏହା ବ୍ୟତୀତ ଯଦି ଆମେ ସର୍ବାଧିକ ବେସିକ ଦରମା (Maximum Basic Salary) ବିଷୟରେ କଥା ହେବା, ତେବେ ଏହି କର୍ମଚାରୀଙ୍କ ଦରମା ମାସକୁ ୨୨୭୬ ଟଙ୍କା ବଢ଼ିବ । ଶ୍ରମ ମନ୍ତ୍ରଣାଳୟ AICPI ର ଆକଳନ ଜାରି କରିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ନମ୍ୱର ୧୩୧.୨ ରେ ଅଛି । ଜୁନ୍ ତୁଳନାରେ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ AICPI ସୂଚକାଙ୍କରେ ମୋଟ ୨.୧ ପ୍ରତିଶତ ବୃଦ୍ଧି ଘଟିଛି । ଗତ ମାସ ଅଗଷ୍ଟ ତୁଳନାରେ ୧.୧ ପ୍ରତିଶତ ବୃଦ୍ଧି ଘଟିଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ODI ଓ T20 ପାଇଁ ମିଳିବ ଅଲଗା ଅଲଗା ଅଧିନାୟକ!

ଅଧିକ ପଢ଼ନ୍ତୁ:-'ଅହଂକାରକୁ ସାଇଡ୍ କରି ଇଂଲଣ୍ଡଠୁ ଶିଖନ୍ତୁ', BCCIକୁ ଉପଦେଶ ଦେଲେ ଏହି ପୂର୍ବତନ ଅଧିନାୟକ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ଶାମି-ଭୁବନେଶ୍ୱରଙ୍କ ସ୍ଥାନ ନେବେ ଏହି ୨ ଖତରନାକ୍ ଖେଳାଳି!

ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ପରେ କେନ୍ଦ୍ର ସରକାର ଚଳିତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାସହ ସେପ୍ଟେମ୍ୱରରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି, ଯେଉଁ କାରଣରୁ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ବୃଦ୍ଧି କରନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।