7th Pay Commission: କେନ୍ଦ୍ର କର୍ମଚାରୀଙ୍କୁ ଝଟକା; ନୂଆ ବର୍ଷରେ ବଦଳିବ DA କେଲକୁଲେଶନର ପର୍ମୂଲା, ବର୍ତ୍ତମାନ ମହଙ୍ଗା ଭତ୍ତା ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ
Advertisement

7th Pay Commission: କେନ୍ଦ୍ର କର୍ମଚାରୀଙ୍କୁ ଝଟକା; ନୂଆ ବର୍ଷରେ ବଦଳିବ DA କେଲକୁଲେଶନର ପର୍ମୂଲା, ବର୍ତ୍ତମାନ ମହଙ୍ଗା ଭତ୍ତା ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

7th Pay Commission: ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ମାନଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଟିକସ ଦେବାକୁ ପଡ଼ିବ । ଆମର ସହଯୋଗୀ ୱେବସାଇଟ୍ ଜୀ ବିଜନେସର ଖବର ଅନୁଯାୟୀ, ଶ୍ରମ ମନ୍ତ୍ରଣାଳୟ ମହଙ୍ଗା ଭତ୍ତାକୁ ନେଇ କେଲକୁଲେଶନର ଫର୍ମୂଲା ପରିବର୍ତ୍ତନ କରିଛି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି...

7th Pay Commission: କେନ୍ଦ୍ର କର୍ମଚାରୀଙ୍କୁ ଝଟକା; ନୂଆ ବର୍ଷରେ ବଦଳିବ DA କେଲକୁଲେଶନର ପର୍ମୂଲା, ବର୍ତ୍ତମାନ ମହଙ୍ଗା ଭତ୍ତା ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

7th Pay Commission DA Calculation Formula: କେନ୍ଦ୍ରର ସରକାରୀ  କର୍ମଚାରୀ (Central Government Employees) ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ମହଙ୍ଗା ଭତ୍ତା (Dearness Allowance) କେଲକୁଲେଶନ ଉପରେ ଏକ ନୂତନ ଅପଡେଟ୍ ଅଛି । ନୂଆ ବର୍ଷରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ପାଇବ । କିନ୍ତୁ ଏକ ନୂତନ ଉପାୟରେ, କେବଳ ଏତିକି ନୁହେଁ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ମାନଙ୍କୁ ମହଙ୍ଗା ଭତ୍ତା (DA) ବୃଦ୍ଧି ଉପରେ ଟିକସ ଦେବାକୁ ପଡ଼ିବ । ଆମର ସହଯୋଗୀ ୱେବସାଇଟ୍ ଜୀ ବିଜନେସର ଖବର ଅନୁଯାୟୀ, ଶ୍ରମ ମନ୍ତ୍ରଣାଳୟ (Ministry of Labour and Employment) ମହଙ୍ଗା ଭତ୍ତା (DA) କୁ ନେଇ କେଲକୁଲେଶନର ଫର୍ମୂଲା ପରିବର୍ତ୍ତନ କରିଛି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି...

ଏଠାରେ କହି ରଖୁଛୁ ଯେ,  ଏହା ପୂର୍ବରୁ ବର୍ଷ ୨୦୧୬ ମସିହାରେ ଶ୍ରମ ମନ୍ତ୍ରଣାଳୟ (Ministry of Labour and Employment) ମହଙ୍ଗା ଭତ୍ତା (DA) ର ଆଧାର ବର୍ଷ  (Base Year) ରେ ପରିବର୍ତ୍ତନ କରିଥିଲା । ବିଭାଗ ତରଫରୁ ଶ୍ରମ ଦର ବେତନ ସୂଚକାଙ୍କ (WRI-Wage Rate Index) ର ଏକ ନୂତନ ସିରିଜ୍ ଜାରି କରିଦିଆଯାଇଛି । ଜୀ ବିଜନେସର ଖବର ଅନୁଯାୟୀ, ଶ୍ରମ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସପ୍ତମ ବେତନ ଆୟୋଗ (7th Pay Commission) ରେ ଆଧାର ବର୍ଷ ୨୦୧୬= ୧୦୦ ସହିତ ନୂତନ ସିରିଜ୍ ୧୯୬୩-୬୫ର ଆଧାର ବର୍ଷର ପୁରୁଣା ସିରିଜର ସ୍ଥାନ ନେବ । ଅର୍ଥାତ ଫର୍ମୂଲାରେ ପରିବର୍ତ୍ତନ ହୋଇଯାଇଛି ।

ପ୍ରକୃତରେ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ମହଙ୍ଗା ଭତ୍ତାର ବର୍ତ୍ତମାନର ଦରକୁ ମୂଳ ବେତନ (Basic Pay) ରୁ ଗଣନା କରି ମୋଟ ମହଙ୍ଗା ଭତ୍ତା (DA) ବାହାର କରାଯାଏ । ସେହି ଅନୁଯାୟୀ, ବର୍ତ୍ତମାନର ଦର ୧୨ ପ୍ରତିଶତ ଆଧାରରେ ଯଦି ଆପଣଙ୍କର ମୂଳ ଦରମା ୨୦ ହଜାର, ତେବେ DA ହେଉଛି (୨୦,୦୦୦x୧୨) / ୧୦୦ । ମହଙ୍ଗା ଭତ୍ତା (DA) ର ଶତକଡା = ଗତ ୧୨ ମାସର CPI ର ହାରାହାରି-୧୧୫.୭୬ । ବର୍ତ୍ତମାନ ଏହି ପରିମାଣରେ ୧୧୫.୭୬ରେ ବିଭକ୍ତ କଲେ ପ୍ରାପ୍ତ ଫଳାଫଳ ୧୦୦ରେ ଗୁଣନ କରିଦିଆଯିବ । ତା’ପରେ ଏହା ଆପଣଙ୍କର ମହଙ୍ଗା ଭତ୍ତା ହେବ । ଆପଣଙ୍କୁ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ ଅଧୀନରେ ୩୮ ପ୍ରତିଶତ ମହଙ୍ଗା ଭତ୍ତା (DA) ମିଳୁଛି ।

ଅଧିକ ପଢ଼ନ୍ତୁ:-ଆଇପିଏଲରେ ପ୍ରଥମ ଥର ପାଇଁ ବିକ୍ରି ହେଲେ ଏହି ଦେଶର ଘାତକ ଖେଳାଳି, ହାର୍ଦ୍ଦିକଙ୍କ ଦଳ କଲା ମାଲାମାଲ୍

ଅଧିକ ପଢ଼ନ୍ତୁ:-କ୍ଲିନ୍ ସୁଇପ୍ ପରେ ଅଧିନାୟକ ରାହୁଲ ଖୁସିରେ ଗଦଗଦ୍, କହିଲେ-ବିଜୟ ପଛରେ ଏହି ୨ ଖେଳାଳି...

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ବାଂଲାଦେଶର ସବୁଠାରୁ ସିନିୟର ଖେଳାଳି, ମିଳିଲା ଉପଯୁକ୍ତ ଜବାବ

ଉଲ୍ଲେଖନୀୟ କଥା ହେଉଛି, ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ମହଙ୍ଗା ଭତ୍ତା (DA) ଉପରେ ଟିକସ ଦେବାକୁ ପଡିବ । ମହଙ୍ଗା ଭତ୍ତା ବିଷୟରେ ବିସ୍ତୃତ ସୂଚନା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (Income Tax Return) ରେ ଦେବାକୁ ପଡିବ । ସେହି ଅନୁଯାୟୀ, ଆପଣଙ୍କୁ ମହଙ୍ଗା ଭତ୍ତା (DA) ଉପରେ ଟିକସ ଦେବାକୁ ପଡିବ ।