7th Pay Commission: ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକାଥରେ ମିଳିବ ୨-୨ଟି ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ବଢ଼ିବା ସହ ବେସିକ୍ ଦରମାରେ ହେବ ବୃଦ୍ଧି!
Advertisement

7th Pay Commission: ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକାଥରେ ମିଳିବ ୨-୨ଟି ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ବଢ଼ିବା ସହ ବେସିକ୍ ଦରମାରେ ହେବ ବୃଦ୍ଧି!

7th Pay Commission: ବର୍ତ୍ତମାନ ଖବର ଆସୁଛି ଯେ ହୋଲି ପରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଗୋଟିଏ ନୁହେଁ ଦୁଇଟି ଉପହାର ଦେବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୋଲି ପରେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରିପାରନ୍ତି । ଏହା ସହିତ ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ସବୁଜ ସଙ୍କେତ ମଧ୍ୟ ଦେଇପାରନ୍ତି ।

7th Pay Commission: ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକାଥରେ ମିଳିବ ୨-୨ଟି ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ବଢ଼ିବା ସହ ବେସିକ୍ ଦରମାରେ ହେବ ବୃଦ୍ଧି!

7th Pay Commission, DA Hike: ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ଖୁସି ଖବର ଅଛି । ହୋଲି (Holi 2023) ମାର୍ଚ୍ଚ ୮ରେ ଓ ହୋଲି ପରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଖୁସିର ଡବଲ ଡୋଜ ପାଇବାକୁ ଯାଉଛନ୍ତି । ଯଦିଓ ଏହା ପୂର୍ବରୁ ଆଶା କରାଯାଉଥିଲା ଯେ କୃଷକମାନଙ୍କ (Farmers) ପରି କେନ୍ଦ୍ର କର୍ମଚାରୀମାନଙ୍କୁ ମଧ୍ୟ ମାର୍ଚ୍ଚ ୮ ପୂର୍ବରୁ ହୋଲି ଉପହାର ମିଳିଯିବ । କିନ୍ତୁ ଏହା ହୋଇପାରିଲା ନାହିଁ । ବର୍ତ୍ତମାନ ଖବର ଆସୁଛି ଯେ ହୋଲି ପରେ କେନ୍ଦ୍ର ସରକାର (Central Government) ସରକାରୀ କର୍ମଚାରୀ (Government Employees) ଙ୍କୁ ଗୋଟିଏ ନୁହେଁ ଦୁଇଟି ଉପହାର ଦେବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୋଲି ପରେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରିପାରନ୍ତି । ଏହା ସହିତ ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି ପାଇଁ ସବୁଜ ସଙ୍କେତ ମଧ୍ୟ ଦେଇପାରନ୍ତି ।

ବାସ୍ତବରେ, ୬୨ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୪୮ ଲକ୍ଷ ପେନସନଭୋଗୀ ଦୀର୍ଘ ଦିନ ଧରି ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ (DR) କୁ ଅପେକ୍ଷା କରି ରହିଛନ୍ତି । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ନେତୃତ୍ୱରେ ମାର୍ଚ୍ଚ ୧ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ବୃଦ୍ଧି ପାଇଁ ସବୁଜ ସଙ୍କେତ ଦେଇସାରିଛନ୍ତି । କିନ୍ତୁ ଏହି କ୍ୟାବିନେଟ ବୈଠକ ପରେ କୌଣସି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ନାହିଁ କିମ୍ବା ସରକାରଙ୍କ ଦ୍ୱାରା କୌଣସି ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ନାହିଁ । ଯେଉଁଥିପାଇଁ ଏହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

ପୂର୍ବରୁ କଳ୍ପନା ଜଳ୍ପନାର ଲାଗି ରହିଥିଲା ଯେ ହୋଲି ପୂର୍ବରୁ ମହଙ୍ଗ ଭତ୍ତା (DA Hike) ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି (PM Modi) ସମଗ୍ର ଦେଶର ଏକ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । କିନ୍ତୁ ଏହା ହୋଇପାରିଲା ନାହିଁ । ବର୍ତ୍ତମାନ ଖବର ଆସୁଛି ଯେ, ହୋଲି ପରେ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ଡିଏ ବୃଦ୍ଧି (DA Hike) ଓ ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ବଡ଼ ଘୋଷଣା କରିପାରନ୍ତି । ଯଦି ଏହା ଘଟେ, ମହଙ୍ଗା ଭତ୍ତା ୩୮ରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ । ସୂଚନା ଅନୁଯାୟୀ, ଯଦି ସବୁକିଛି ଠିକ୍ ହୁଏ, ତେବେ ମାର୍ଚ୍ଚ ଦରମା ସହିତ ନୂଆ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଜାନୁଆରୀ ଓ ଫେବୃଆରୀର ବକେୟା ଅର୍ଥ ରାଶି ମଧ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ବର୍ଦ୍ଧିତ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ଜାନୁଆରୀ ୧, ୨୦୨୩ ଠାରୁ ଲାଗୁ ହେବ ।

ଏଥି ସହିତ କେନ୍ଦ୍ର ସରକାରଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ରେ ସଂଶୋଧନ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚା ଚାଲିଛି । କେନ୍ଦ୍ର କର୍ମଚାରୀମାନେ କ୍ରମାଗତ ଭାବରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ଦାବି କରୁଛନ୍ତି । ତେଣୁ କେନ୍ଦ୍ର ବଜେଟ୍ ପରେ ଫିଟମେଣ୍ଟ ଫ୍ୟାକ୍ଟରରେ ସଂଶୋଧନ ବୃଦ୍ଧି ଉପରେ ସରକାର ଏକ ବଡ଼ ଘୋଷଣା କରିପାରନ୍ତି । ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି ଘଟେ, ତେବେ କର୍ମଚାରୀଙ୍କ ବେତନରେ ଏକ ବଡ଼ ଧରଣର ବୃଦ୍ଧି ହୋଇପାରେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୨.୫୭ ପ୍ରତିଶତ ହାରରେ ଫିଟମେଣ୍ଟ ଫ୍ୟାକ୍ଟର୍ ଦିଆଯାଉଛି । ଏହାକୁ ୩.୬୮ ଗୁଣକୁ ବୃଦ୍ଧି କରିବାର ଦାବି ଅଛି । ୨.୫୭ରୁ ୩.୬୮ ପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟରର ବୃଦ୍ଧି ସହିତ ବେସିକ ଦରମା ୧୮,୦୦୦ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ଯଦି କେନ୍ଦ୍ର ସରକାର ଏହି ଦାବି ଗ୍ରହଣ କରନ୍ତି, ତେବେ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ବେତନରେ ଅହେତୁକ ବୃଦ୍ଧି ଘଟିବ ।

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ଶୁଭମାନ ଗିଲ; ଜାଣନ୍ତୁ ତାଙ୍କର କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

ଅଧିକ ପଢ଼ନ୍ତୁ:- ହୋଲି ପୂର୍ବରୁ ଆସିଲା ବଡ଼ ଖୁସି ଖବର, ଶସ୍ତାରେ ମିଳୁଛି ଗ୍ୟାସ ସିଲିଣ୍ଡର!

ଅଧିକ ପଢ଼ନ୍ତୁ:- ଯୁବକ ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର: ବେକାରୀ ଭତ୍ତା ଦେବାକୁ ସରକାର କଲେ ଘୋଷଣା, ପ୍ରତି ମାସକୁ ମିଳିବ ୨୫୦୦ ଟଙ୍କା

 

ଉଲ୍ଲେଖନୀୟ କଥା ହେଉଛି, ଶେଷ ଥର ପାଇଁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୬୦୦୦ରୁ ୧୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅନ୍ୟପକ୍ଷେ ସର୍ବାଧିକ ବେତନ ସ୍ତରକୁ ୯୦,୦୦୦ରୁ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସରକାର ପୁଣିଥରେ କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି କରିପାରନ୍ତି ।