DA Hike: କେନ୍ଦ୍ର କର୍ମଚାରୀଙ୍କ ଉପରେ ବର୍ଷିବ ଟଙ୍କା; ଆଜି ମୋଦି ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭,୦୦୦ ଟଙ୍କା!
Advertisement

DA Hike: କେନ୍ଦ୍ର କର୍ମଚାରୀଙ୍କ ଉପରେ ବର୍ଷିବ ଟଙ୍କା; ଆଜି ମୋଦି ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭,୦୦୦ ଟଙ୍କା!

DA Hike: ନବରାତ୍ରୀର ପ୍ରଥମ ଦିନରେ ହିଁ କର୍ମଚାରୀଙ୍କ ଉପରେ ଧନ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଅର୍ଥାତ ମାର୍ଚ୍ଚ ୨୨ ନବରାତ୍ରିର ପ୍ରଥମ ଦିନରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ହେବାକୁ ଥିବା କ୍ୟାବିନେଟ ବୈଠକରେ କେନ୍ଦ୍ରର ମୋଦି ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ମନେ କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି ହେବାର ଅଛି ।

DA Hike: କେନ୍ଦ୍ର କର୍ମଚାରୀଙ୍କ ଉପରେ ବର୍ଷିବ ଟଙ୍କା; ଆଜି ମୋଦି ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭,୦୦୦ ଟଙ୍କା!

7th Pay Commission DA Hike: ନବରାତ୍ରୀ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀମାନ (Central Government Employees) ଙ୍କୁ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ଯଦି ଆପଣ ମଧ୍ୟ ଦରମା ବୃଦ୍ଧି (Salary Hike) ପାଇଁ ଅପେକ୍ଷା କରୁଛନ୍ତି । ତେବେ ଆପଣଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ଆସିବାକୁ ଯାଉଛି । ନବରାତ୍ରୀର ପ୍ରଥମ ଦିନରେ ହିଁ କର୍ମଚାରୀଙ୍କ ଉପରେ ଧନ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଅର୍ଥାତ ମାର୍ଚ୍ଚ ୨୨ ନବରାତ୍ରିର ପ୍ରଥମ ଦିନରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ହେବାକୁ ଥିବା କ୍ୟାବିନେଟ ବୈଠକରେ କେନ୍ଦ୍ରର ମୋଦି ସରକାର ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ମନେ କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି (DA Hike) ହେବାର ଅଛି ।

ଯଦି ଆମେ ପୁରୁଣା ରେକର୍ଡଗୁଡିକୁ ଦେଖିବା, ତେବେ ମାର୍ଚ୍ଚ ମାସରେ ସରକାର ସର୍ବଦା DA ବୃଦ୍ଧି ପାଇଁ ଘୋଷଣା କରନ୍ତି । ୨୦୧୯, ୨୦୨୧ ଏବଂ ୨୦୨୨ ବର୍ଷରେ ମାର୍ଚ୍ଚର ଶେଷ ସପ୍ତାହରେ ଡିଏ ବୃଦ୍ଧିକୁ ଅନୁମୋଦନ କରାଯାଇଥିଲା । ତେଣୁ ମନେ କରାଯାଉଛି ଯେ ଏଥର ମଧ୍ୟ ମାର୍ଚ୍ଚ ଶେଷରେ ସରକାର DA ବୃଦ୍ଧି କରିପାରନ୍ତି । ବୁଧବାର ଅନୁଷ୍ଠିତ ବୈଠକରେ ମହଙ୍ଗା ଭତ୍ତାର ବୃଦ୍ଧିକୁ ଅନୁମୋଦନ କରାଯାଇପାରେ । ମାର୍ଚ୍ଚ ମାସର ଶେଷ କ୍ୟାବିନେଟ ବୈଠକ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବ ବୈଠକରେ ଡିଏ ବୃଦ୍ଧି ଘୋଷଣା କରି ସରକାର ମାର୍ଚ୍ଚ ମାସରେ କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ବେତନ ଟ୍ରାନ୍ସ,ଫର କରିବେ ।

ଏଥର ମଧ୍ୟ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବ । ବର୍ତ୍ତମାନ କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ଡିଏ ପାଉଛନ୍ତି । ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଇବେ । ସର୍ବନିମ୍ନ ପରିସର ବେତନ ଥିବା କର୍ମଚାରୀଙ୍କ ବେତନରେ ବାର୍ଷିକ ୮୬୪୦ ଟଙ୍କା ବୃଦ୍ଧି ହେବ । ଏଥି ସହିତ ସର୍ବାଧିକ ବେତନ ସୀମା ଥିବା କର୍ମଚାରୀଙ୍କ ବେତନରେ ବାର୍ଷିକ ୨୭୩୧୨ ଟଙ୍କା ବୃଦ୍ଧି ହେବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ମହଙ୍ଗା ଭତ୍ତା ମାର୍ଚ୍ଚ ବେତନରେ ପ୍ରଦାନ କରାଯିବ । ଏହା ସହିତ କର୍ମଚାରୀମାନଙ୍କୁ ଜାନୁଆରୀ ଓ ଫେବୃଆରୀ ମାସର ମହଙ୍ଗା ଭତ୍ତାର ବକେୟା ରାଶି ମଧ୍ୟ ମିଳିବ ।

ଅଧିକ ପଢ଼ନ୍ତୁ-ମୃତ୍ୟୁ ପରେ ଲୋକଙ୍କୁ ଡରାଇବି, କ୍ରିକେଟର ଆତ୍ମହତ୍ୟା ପୂର୍ବରୁ କଲେ ପୋଷ୍ଟ୍

ଅଧିକ ପଢ଼ନ୍ତୁ-ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତଙ୍କୁ ମଧ୍ୟ କରାଗଲା ସାମିଲ

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆରେ ମିଳିଲା ୧୭ ଖେଳାଳିଙ୍କୁ ସ୍ଥାନ, କୋଚ୍ ଦ୍ରାବିଡ ପ୍ରସ୍ତୁତ କଲେ ଲିଷ୍ଟ୍

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।