7th Pay Commission DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିବ ବେସିକ ସାଲାରି ଓ ମହଙ୍ଗା ଭତ୍ତା! ଏହିଦିନ ହେବ ଘୋଷଣା
Advertisement

7th Pay Commission DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିବ ବେସିକ ସାଲାରି ଓ ମହଙ୍ଗା ଭତ୍ତା! ଏହିଦିନ ହେବ ଘୋଷଣା

7th Pay Commission DA Hike: ଏଥର ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନରେ ଯଥେଷ୍ଟ ବୃଦ୍ଧି ଘଟିବ । ପ୍ରିୟତା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି ।

ସୌ: ସୋସିଆଲ ମିଡିଆ

7th Pay Commission Latest News: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣ ବର୍ଦ୍ଧିତ ବେତନକୁ ମଧ୍ୟ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ଏକ ମୋଟା ଅଙ୍କରେ ଟଙ୍କା ଆସିବାକୁ ଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧ ଜୁଲାଇରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତା ବୃଦ୍ଧି (DA Hike)ପାଇଁ ଏକ ଘୋଷଣା କରାଯାଇପାରେ । ତେବେ ଏପର୍ଯ୍ୟନ୍ତ ଡିଏ ବୃଦ୍ଧି ସମ୍ପର୍କରେ ସରକାର କୌଣସି ଘୋଷଣା କରିନାହାଁନ୍ତି।

ଆପଣଙ୍କୁ କହି ରଖୁଛୁ ଯେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ (Central Govt Employees) DA ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ଗୋଟିଏ ଜାନୁଆରୀରୁ ଓ ଅନ୍ୟଟି ଜୁଲାଇରୁ । ଜାନୁୟାରୀ ୨୦୨୩ ରେ କାର୍ଯ୍ୟକାରୀ ହୋଇଥିବା ଡିଏ ବୃଦ୍ଧି ଘୋଷଣା ମାର୍ଚ୍ଚ ୨୦୨୩ ରେ ହୋଇଥିଲା । ସରକାର DA କୁ ୪% ବୃଦ୍ଧି କରିଛନ୍ତି, ଯେଉଁଥିପାଇଁ DA ୪୨% କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଜୁଲାଇରେ ଚଳିତ ଆର୍ଥିକ ବର୍ଷରେ ସରକାର ପ୍ରଥମ ଥର ପାଇଁ ଡିଏ ବୃଦ୍ଧି କରିବେ ।

AICPI ର ଏପ୍ରିଲ୍ ତଥ୍ୟ ଅନୁଯାୟୀ, କର୍ମଚାରୀଙ୍କ ବେତନରେ ୩ ରୁ ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଯଦିଓ, ଏହା ମେ ଓ ଜୁନ୍ ପାଇଁ ହୋଇଥିବା ଆକଳନ ଉପରେ ମଧ୍ୟ ନିର୍ଭର କରିବ । ଯଦି ମେ ଓ ଜୁନ୍ ପାଇଁ AICPI ଆକଳନ ଭଲ, ତେବେ ୪ ପ୍ରତିଶତ ପ୍ରିୟତା ଭତ୍ତା (DA) ଓ ପ୍ରିୟତା ରିଲିଫ୍ (DR) ବୃଦ୍ଧି ହୋଇପାରେ ।

କେତେ ବୃଦ୍ଧି ପାଇବ DA 
ଯଦି DA ରେ ୪% ବୃଦ୍ଧି ହୁଏ, ତେବେ କର୍ମଚାରୀଙ୍କ DA ୪୬% ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ପାଇଁ AICPI ସଂଖ୍ୟା ହେଉଛି ୧୩୪.୨ ପଏଣ୍ଟ ଓ DA ସ୍କୋର ହେଉଛି ୪୫.୦୬ । ମେ ଓ ଜୁନ୍ ମାସରେ ଏହି ସୂଚକାଙ୍କ ୪୬.୪୦ ରେ ପହଞ୍ଚିବାର ସମ୍ଭାବନା ଅଛି । ଏହାର ଅର୍ଥ ହେଉଛି DA ରେ ୪ ପ୍ରତିଶତ ବୃଦ୍ଧି ପ୍ରାୟ ନିଶ୍ଚିତ ଅଟେ ।

ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ନିଆଯିବ ନିଷ୍ପତ୍ତି 
ଖଗର ଅନୁସାରେ ସରକାର ଶୀଘ୍ର କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ ସମ୍ବନ୍ଧରେ କିଛି ପରିବର୍ତ୍ତନ କରିପାରନ୍ତି । ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୍ ୨.୫୭ ଗୁଣ ଅଟେ ଓ କର୍ମଚାରୀମାନେ ଏହାକୁ ବୃଦ୍ଧି କରିବାକୁ କ୍ରମାଗତ ଭାବରେ ଦାବି କରୁଛନ୍ତି । ଯଦି ସରକାର ଏହାକୁ ୩.୬୮ ଗୁଣକୁ ବୃଦ୍ଧି କରନ୍ତି, ତେବେ କର୍ମଚାରୀଙ୍କ ମୂଳ ଦରମାରେ ସିଧାସଳଖ ୮୦୦୦ ଟଙ୍କା ବୃଦ୍ଧି ହେବ ଓ ଏହିପରି ସେମାନଙ୍କର ବେସିକ ସେଲାରି ୧୮୦୦୦ ରୁ ୨୬୦୦୦ ଟଙ୍କାକୁ ବୃଦ୍ଧି ପାଇବ ।

କେତେ ବୃଦ୍ଧି ପାଇବ ଦରମା?
ଯଦି ବେସିକ ସାଲାରିରେ ୪୬% ରେ ପହଞ୍ଚେ, ଏହାର ଅର୍ଥ ହେଉଛି କର୍ମଚାରୀ ବେତନ ପ୍ରାୟ ଦେଢ ଗୁଣ ବୃଦ୍ଧି ପାଇବ । ଧରାଯାଉ ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୪୦,୦୦୦ ଟଙ୍କା, ତେବେ ଯଦି ବର୍ତ୍ତମାନ DA ୪୨% । ତେବେ ଯଦି ଏହା ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ମୋଟ DA ୪୬ ପ୍ରତିଶତ ହେବ । ଏହାର ଅର୍ଥ ହେଉଛି DA ରେ ୧,୬୦୦୦ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ ଜୁଲାଇରୁ ବର୍ଦ୍ଧିତ ଦରମା ୫୮,୪୦୦ ଟଙ୍କା ହୋଇଯିବ ।

ଏହା ବି ପଢନ୍ତୁ: Supreme Court: ଜାଣନ୍ତୁ କିଏ ଏହି ଜଷ୍ଟିସ ସଞ୍ଜିବ ଖାନ୍ନା, ଯିଏ ଚନ୍ଦ୍ରଚୁଡଙ୍କ ପରେ ହେବେ ଭାରତର ପ୍ରଧାନ ବିଚାରପତି?