Interesting Story: ଯାଜପୁରରେ ଗଢା ହେଲା ପ୍ରେମର ଆଉ ଏକ ତାଜମହଲ! ସ୍ତ୍ରୀଙ୍କୁ ୭ କୋଟିର ମନ୍ଦିର ଉପହାର ଦେଲେ ସ୍ବାମୀ
Advertisement
Article Detail0/zeeodisha/odisha1587432

Interesting Story: ଯାଜପୁରରେ ଗଢା ହେଲା ପ୍ରେମର ଆଉ ଏକ ତାଜମହଲ! ସ୍ତ୍ରୀଙ୍କୁ ୭ କୋଟିର ମନ୍ଦିର ଉପହାର ଦେଲେ ସ୍ବାମୀ

Interesting Story: ସରପ୍ରାଇଜ ତାହାକୁ କୁହାଯାଇଥାଏ,ଯାହାକୁ ସାମ୍ନା‌ରେ ଥିବା ବ୍ୟକ୍ତି କେବେ ଭାବି ନଥାଏ। ବିବାହ ପୂର୍ବରୁ ଲୋକମାନେ ନିଜ ଭାବି ସ୍ତ୍ରୀ/ସ୍ବାମୀଙ୍କୁ ଆଜିକାଲି ବିଭିନ୍ନ ପ୍ରକାର ଉପହାର ‌ଦେବାର ଟ୍ରେଣ୍ଡ ଚାଲିଛି। କିନ୍ତୁ କୁହାଯାଏ ଯେ, ବିବାହ ପରେ ପ୍ରେମ କୁଆଡେ କମିଯାଏ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି(odisha) ଯାଜପୁର ବିଞ୍ଚାରପୁର ଚିକଣା ଗାଆଁର କ୍ଷେତ୍ରବାସୀ ଲେଙ୍କା । ସ୍ତ୍ରୀଙ୍କ ପାଇଁ ଲକ୍ଷେ କିମ୍ବା ଦୁଇ ଲକ୍ଷ ଟଙ୍କାର ଜିନିଷ ନୁହେଁ , ୭ କୋଟି ଟଙ୍କାର ଉପହାର (7 crore temple built for wife)ଦେଇଛନ୍ତି କ୍ଷେତ୍ରବାସୀ ।

ସୌଜନ୍ୟ- ସୋସିଆଲ ମିଡିଆ

Interesting Story: ସରପ୍ରାଇଜ ତାହାକୁ କୁହାଯାଇଥାଏ,ଯାହାକୁ ସାମ୍ନା‌ରେ ଥିବା ବ୍ୟକ୍ତି କେବେ ଭାବି ନଥାଏ। ବିବାହ ପୂର୍ବରୁ ଲୋକମାନେ ନିଜ ଭାବି ସ୍ତ୍ରୀ/ସ୍ବାମୀଙ୍କୁ ଆଜିକାଲି ବିଭିନ୍ନ ପ୍ରକାର ଉପହାର ‌ଦେବାର ଟ୍ରେଣ୍ଡ ଚାଲିଛି।  କିନ୍ତୁ କୁହାଯାଏ ଯେ, ବିବାହ ପରେ ପ୍ରେମ କୁଆଡେ କମିଯାଏ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି(odisha) ଯାଜପୁର ବିଞ୍ଚାରପୁର ଚିକଣା ଗାଆଁର କ୍ଷେତ୍ରବାସୀ ଲେଙ୍କା । ସ୍ତ୍ରୀଙ୍କ ପାଇଁ ଲକ୍ଷେ କିମ୍ବା ଦୁଇ ଲକ୍ଷ ଟଙ୍କାର ଜିନିଷ ନୁହେଁ , ୭ କୋଟି ଟଙ୍କାର ଉପହାର (7 crore temple built for wife)ଦେଇଛନ୍ତି କ୍ଷେତ୍ରବାସୀ । ତାହା କେବଳ ନିଜ ସ୍ତ୍ରୀଙ୍କୁ ନୁହେଁ ପୁରା ଗାଁକୁ ଉପହାର ସ୍ୱରୂପ । କ୍ଷେତ୍ରବାସୀ ହାଇଦ୍ରାବାଦରେ ବ୍ୟବସାୟ କରନ୍ତି । 

ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲାରେ ଏପରି ଏକ ମନ୍ଦିର ଗଢ଼ି ଉଠିଛି ,ଯାହା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା । ଯାହାକୁ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଉପହାର ସ୍ବରୂପ ଦେଇଛନ୍ତି । ତେବେ ଏହି ମନ୍ଦିର ନିର୍ମାଣ ହେବା ଲାଗି ବର୍ଷେ କି ଦୁଇ ବର୍ଷ ନୁହେଁ ,ଅନେକ ବର୍ଷ ଲାଗିଥିଲା । ଯାଜପୁର ବିଞ୍ଚାରପୁର ଚିକଣା ଗାଆଁର କ୍ଷେତ୍ରବାସୀ ଲେଙ୍କା । ନିଜ ସ୍ତ୍ରୀ ଏବଂ ପରିବାରକୁ ନେଇ ବାହାରେ ରହନ୍ତି । ୧୯୯୨ ମସିହାରେ ସେ ନିଜ ଗାଁର ଜଣେ ଝିଅକୁ ବିବାହ କରିଥିଲେ । ଯିଏକି ମାଆ ସନ୍ତୋଷୀଙ୍କର ଜଣେ ଭକ୍ତ ଥିଲେ । ଆଉ ସେଦିନ ଠାରୁ ସ୍ତ୍ରୀଙ୍କ ଆଖିରେ ଏତେ ସ୍ବପ୍ନ ଦେଖି କ୍ଷେତ୍ରବାସୀ ମଧ୍ୟ ନିଜ ସ୍ତ୍ରୀଙ୍କୁ ମାଆଙ୍କ ମନ୍ଦିର ଉପହାର ଦେବେ ବୋଲି ଭାବି ନେଇଥିଲେ । ତେବେ ୨୦୦୭ ମସିହାରୁ ସେ ନିଜ ଗାଁରେ ଏପରି ଏକ ମନ୍ଦିର ନିର୍ମାଣ କରିବେ ବୋଲି ଯୋଜନା କରିଥିଲେ । ଆଉ ଶେଷରେ ତାହା ହିଁ କରିଥିଲେ । ସେଦିନ ଠାରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ମନ୍ଦିରର ବର୍ତ୍ତମାନ ସମୟରେ କାମ ଶେଷ ହୋଇଛି । ଏହି ମନ୍ଦିର ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା । ତେବେ ଏହି ମନ୍ଦିର ବିଶେଷ ଭାବରେ ମାଆ ସନ୍ତୋଷୀଙ୍କର ହୋଇଥିବା ବେଳେ ଏଥିରେ ଶିବ , ଗଣେଶ, ହନୁମାନ , ନବଗ୍ରହ ପୂଜା ପାଇବେ ।

ଏହାବି ପଢନ୍ତୁ : Shocking News: ଝିଅକୁ ବର୍ଷ ତମାମ ଦୁଷ୍କର୍ମ କରୁଥିଲା ବାପା, ମାଆ ଦେଉଥିଲା ସାଥ୍

ଏହାବି ପଢନ୍ତୁ : Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ

ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ଯେ ,ଏହି ମନ୍ଦିରର ମୁଖଶାଳା ୮୬ ଫୁଟର ହୋଇଥିବା ବେଳେ ମନ୍ଦିର ୬୫ ଫୁଟର ଅଟେ । ଯାହାକୁ ନିର୍ମାଣ କରିବା ପାଇଁ ଅନେକ କଷ୍ଟ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଗାଆଁରେ ଏପରି ଏକ ମନ୍ଦିର ନିର୍ମାଣ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ଅଛନ୍ତି । ଏହା ବ୍ୟତୀତ କୁହାଯାଉଛି କି ,ଏହି ମନ୍ଦିରର ପ୍ରତିଷ୍ଠା କାମ ୨୮ ତାରିଖରେ ହୋଇଯିବ । ଯାହାପରେ ଏଠାରେ ପୂଜା କାମ ଆରମ୍ଭ ହେବ । ତେବେ ବର୍ତ୍ତମାନ ସମୟରେ ଯାହାଙ୍କ ନାମରେ ଏହି ମନ୍ଦିର ନିର୍ମାଣ ହୋଇଛି , ଅର୍ଥାତ୍ କ୍ଷେତ୍ରବାସୀଙ୍କ ପତ୍ନୀ ମନ୍ଦିର ବିଷୟରେ ଆଉ ନିଜ ଉପହାର ବିଷୟରେ ଖୁସି ବ୍ୟକ୍ତ କରି କହିଛନ୍ତି କି , ଜୀବନରେ କେବେ ଏମିତି ସ୍ବପ୍ନ ଦେଖିବେ ଆଉ ତାହା ପୁରା ହେବ ବୋଲି ସେ କେବେ ଜାଣି ନଥିଲେ । ଏଥିପାଇଁ ସେ ନିଜ ସ୍ବାମୀଙ୍କୁ କିପରି ଧନ୍ୟବାଦ୍ ଜଣାଇବେ ସେ ବିଷୟରେ ସେ ଜାଣି ପାରି ନାହାଁନ୍ତି । ଜୀବନରେ ଏପରି ଜଣେ ମଣିଷକୁ ସେ ସ୍ଵାମୀ ଭାବରେ ପାଇ ବହୁତ ଖୁସି ଅଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଏହି ମନ୍ଦିର କେବଳ ତାଙ୍କର ନୁହେଁ ,ପୁରା ଗାଆଁ ପାଇଁ ଉପହାର ଅଟେ।