Flight: ଯାତ୍ରା ବେଳେ ହଠାତ୍ ବିମାନରେ ଅସୁସ୍ଥ ହୋଇ ପଡିଲେ ବୃଦ୍ଧ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଗଲା ଜୀବନ
Advertisement

Flight: ଯାତ୍ରା ବେଳେ ହଠାତ୍ ବିମାନରେ ଅସୁସ୍ଥ ହୋଇ ପଡିଲେ ବୃଦ୍ଧ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଗଲା ଜୀବନ

Indigo Flight Emergency Landing: ବିମାନରେ ଯାତ୍ରା କରୁଥିବା ସମୟରେ ଘଟିଲା ବଡ ଅଘଟଣ। ମଦୁରାଇରୁ ଦିଲ୍ଲୀ ଯାଉଥିବା ଇଣ୍ତିଗୋ ବିମାନରେ ହଠାତ ଜଣେ ୬୦ ବର୍ଷିୟ ବୃଦ୍ଧ ଅସୁସ୍ଥ ହୋଇ ପଡିଲେ। ବୃଦ୍ଧଙ୍କୁ ଅବସ୍ଥା ଗୁରୁତର ଥିବା ଦେଖି ବିମାନ କ୍ରିଉ ସଦସ୍ୟ ବିମାନଟିକୁ ଇନ୍ଦୋରର ଦେବୀ ଅହିଲାଇବାଇ ହୋଲକର ଅନ୍ତର୍ଜାତୀୟ ବିମାନବନ୍ଦରରେ (Devi Ahilyabai Holkar International Airport in Indore) ଜରୁରୀ ଅବତରଣ କରାଇଥିଲେ ।

Flight: ଯାତ୍ରା ବେଳେ ହଠାତ୍ ବିମାନରେ ଅସୁସ୍ଥ ହୋଇ ପଡିଲେ ବୃଦ୍ଧ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଗଲା ଜୀବନ

Indigo Flight Emergency Landing: ବିମାନରେ ଯାତ୍ରା କରୁଥିବା ସମୟରେ ଘଟିଲା ବଡ ଅଘଟଣ। ମଦୁରାଇରୁ ଦିଲ୍ଲୀ ଯାଉଥିବା ଇଣ୍ତିଗୋ ବିମାନରେ ହଠାତ ଜଣେ ୬୦ ବର୍ଷିୟ ବୃଦ୍ଧ ଅସୁସ୍ଥ ହୋଇ ପଡିଲେ। ବୃଦ୍ଧଙ୍କୁ ଅବସ୍ଥା ଗୁରୁତର ଥିବା ଦେଖି ବିମାନ କ୍ରିଉ ସଦସ୍ୟ ବିମାନଟିକୁ ଇନ୍ଦୋରର  ଦେବୀ ଅହିଲାଇବାଇ ହୋଲକର ଅନ୍ତର୍ଜାତୀୟ ବିମାନବନ୍ଦରରେ (Devi Ahilyabai Holkar International Airport in Indore) ଜରୁରୀ ଅବତରଣ କରାଇଥିଲେ । ଏହାପରେ ବୃଦ୍ଧଙ୍କୁ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ବୃଦ୍ଧଙ୍କୁ ମୃତବୋଲି ଘୋଷଣା କରିଥିଲେ। 

ବିମାନବନ୍ଦରର ଦାୟିତ୍ୱ ନିର୍ଦ୍ଦେଶକ ପ୍ରଭୋଧ ଚନ୍ଦ୍ର ଶର୍ମା (Airport in-charge director Prabodh Chandra Sharm) କହିଛନ୍ତି ଯେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ନମ୍ବର ୬ଇ -୨୦୮୮ (6E-2088)ରେ ଜଣେ ବୃଦ୍ଧ ଅତୁଲ ଗୁପ୍ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ହଠାତ୍ ତାଙ୍କ ପାଟିରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ଏବଂ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ବିମାନଟିକୁ ଜରୁରୀ ଅବତରଣ କରାଯାଇ ଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚା ଯାଇଥିଲା । 

ଅତୁଲ ଗୁପ୍ତା ପୂର୍ବରୁ ଅସୁସ୍ଥ ଥିଲେ: ଜରୁରୀକାଳୀନ ପରିସ୍ଥିତି କାରଣରୁ ଶନିବାର (ଜାନୁଆରୀ 14) ମଦୁରାଇ-ଦିଲ୍ଲୀ ବିମାନକୁ ଇନ୍ଦୋରରେ ସଂନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ବିମାନ ବନ୍ଦରରେ ଅବତରଣ କରିଥିଲା। ପ୍ରବୋଧ ଚନ୍ଦ୍ର ଶର୍ମା କହିଛନ୍ତି ଯେ, ବୃଦ୍ଧଙ୍କୁ ବିମାନବନ୍ଦରରୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ପୂର୍ବରୁ ହୃଦଘାତ,ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଥିଲେ।

ଅତୁଲ ଗୁପ୍ତା ନୋଏଡାର ବାସିନ୍ଦା ଥିଲେ: ମଦୁରାଇରୁ ଦିଲ୍ଲୀକୁ ଯାତ୍ରା ଆରମ୍ଭ କରିଥିବା ଇଣ୍ତିଗୋ ବିମାନଟି ସଂନ୍ଧ୍ୟା ୬ଟା ୪୦ ମିନିଟ ସମୟରେ ଦିଲ୍ଲୀରେ ପହଞ୍ଚିବାର ଥିଲା। ଏରୋଡ୍ରମ୍ ପୋଲିସ୍ ଷ୍ଟେସନର ଜଣେ ସବ୍-ଇନ୍ସପେକ୍ଟର କହିଛନ୍ତି ଯେ ମୃତ ଅତୁଲ ଗୁପ୍ତା ନୋଏଡାର ନିବାସୀ ଥିଲେ। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ତାଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।

Also Read: Acid Attack: ପଡୋଶୀଙ୍କ ଘର ଆଗରେ କୁକୁର ବୁଲାଇବାରୁ ହେଲା ଏସିଡ ଆକ୍ରମଣ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ?

ନିକଟରେ, କୋଲକତାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୯୪୬ରେ ଜଣେ ଯାତ୍ରୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଯାତ୍ରୀଙ୍କୁ ବଞ୍ଚାଇବା ଲାଗି ବିମାନକୁ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲେ ହେଁ ଯାତ୍ରୀଙ୍କୁ ବଞ୍ଚାଯାଇପାରିନି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ-୯୪୬ କୋଲକତାରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ କରିବାର କିଛି ସମୟ‌ ପରେ ଜୟବ୍ରତ ଘୋଷ (୫୯ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ବିମାନର କ୍ରିଉ ସଦସ୍ୟ ଆଶୁ ଚିକିତ୍ସା ଯୋଗାଇଥିଲେ। କିନ୍ତୁ ଛାତିର ଯନ୍ତ୍ରଣା ବଢ଼ିବାରୁ ବିମାନରେ କେହି ଡାକ୍ତର ଅଛନ୍ତି କି ବୋଲି କ୍ରିଉ ସଦସ୍ୟ ପଚାରିଥିଲେ। ବିମାନରେ ଜଣେ ଘରୋଇ ହସ୍ପିଟାଲର ଡାକ୍ତର ଯାତ୍ରା କରୁଥିବାରୁ ସେ ଚିକିତ୍ସା ପାଇଁ ଆଗେଇ ଆସିଥିଲେ। ଏହି ସମୟରେ ବିମାନର ଜରୁରୀ ଅବତରଣ ପାଇଁ ପାଇଲଟ୍‌ ଭୁବନେଶ୍ବର ବିମାନବନ୍ଦର ଏଟିସିର ଅନୁମତି ମାଗିଥିଲେ। ଅପରାହ୍ନ ୫ଟା ୫୫ରେ ବିମାନଟି ଜରୁରୀ ଅବତରଣ କରିଥିଲା। ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ବିମାନବନ୍ଦରରେ ଆମ୍ବୁଲାନ୍ସକୁ ବି ବିମାନ ପାର୍କିଂ ଅଞ୍ଚଳକୁ ଅଣାଯାଇଥିଲା। ସଙ୍ଗେ ସଙ୍ଗେ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।