VK Pandian: ବିଜେଡିରେ ସାମିଲ ପରେ ରାଜ୍ୟବାସୀଙ୍କ ପାଇଁ ପାଣ୍ଡିଆନଙ୍କ '3N' ଫର୍ମୁଲା
Advertisement
Article Detail0/zeeodisha/odisha1980992

VK Pandian: ବିଜେଡିରେ ସାମିଲ ପରେ ରାଜ୍ୟବାସୀଙ୍କ ପାଇଁ ପାଣ୍ଡିଆନଙ୍କ '3N' ଫର୍ମୁଲା

VK Pandian: ସକାଳ ୧୦ଟାରେ ପ୍ରଥମେ ବୈଠକ ବସିଥିଲା। ଘନ ଘନ ଗାଡ଼ି ପହଞ୍ଚିଥିଲା ନବୀନ ନିବାସରେ।  ଏହାପରେ ଶ୍ରୀ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିବା ସୂଚନା ମିଳିଥିଲା। ଯାହାକୁ ନେଇ ସୋସିଆଲ ମିଡିଆ ଠୁ ଆରମ୍ଭ କରି ସବୁଆଡେ ଚର୍ଚ୍ଚା ଦେଖିବାକୁ ମିଳିଛି। 

 

VK Pandian: ବିଜେଡିରେ ସାମିଲ ପରେ ରାଜ୍ୟବାସୀଙ୍କ ପାଇଁ ପାଣ୍ଡିଆନଙ୍କ '3N' ଫର୍ମୁଲା

VK Pandian: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏପରି ଏକ ପବିତ୍ର ଦିନରେ ବିଜେଡି ଶିବିରରେ ଦେଖିବାକୁ ମିଳିଥିଲା ଗହଳି ଚହଳି । କାରଣ ବହୁଦିନରୁ ଲାଗିରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭିକେ ପାଣ୍ଡିଆନ । ଆଜି ପୂର୍ବାହ୍ଣ ଠିକ୍ ୧୦.୧୫ ମିନିଟରେ ଭିକେ ପାଣ୍ଡିଆନ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି‌ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏବେ 5T ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଅଛନ୍ତି ଭିକେ ପାଣ୍ଡିଆନ।

 

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କୁ (Vk Pandian In BJD) ବିଜେଡିକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ପାଣ୍ଡିଆନ ଓଡ଼ିଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରିଆସୁଛନ୍ତି ଏବଂ ଲୋକଙ୍କ ସମ୍ମାନ ଏବଂ ବିଶ୍ୱାସ ହାସଲ କରିଛନ୍ତି ଏବଂ ଭବିଷ୍ୟତରେ ସେ ଦଳର ସଦସ୍ୟ ଭାବରେ ଏହା ଜାରି ରଖିବେ। ଯଦି ଦେଖିବା ୧୩ ରୁ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅନୁଗାମୀ ହୋଇ ରାଜ୍ୟବାସୀଙ୍କ ପାଇଁ ବେଶ ଭଲ କାମ କରିଛନ୍ତି ଭିକେ ପାଣ୍ଡିଆନ। ସେପଟେ ଦଳରେ ଯୋଗଦେବା ପରେ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ 'ନିଷ୍ଠା, ନମ୍ରତା ଓ ନିଃସ୍ୱାର୍ଥପର ଭାବେ କାମ କରିବି'। 

ଏହି ସମୟରେ ବିଜେଡିର ବରିଷ୍ଠ ନେତାମାନେ ନବୀନ ନିବାସରେ (Naveen Niwas) ଯୋଗ ଦେଇଥିଲେ। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ସମୀର ଦାଶ, ଦେବୀ ପ୍ରସାଦ, ବିକ୍ରମ ଆରୁଖ, ସାଂସଦ ପିନାକୀ ମିଶ୍ର, ମାନସ ମଙ୍ଗରାଜ, ଉଷା ଦେବୀ, ସ୍ନେହାଙ୍ଗୀନ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ। ସକାଳ ୧୦ଟାରେ ପ୍ରଥମେ ବୈଠକ ବସିଥିଲା। ଘନ ଘନ ଗାଡ଼ି ପହଞ୍ଚିଥିଲା ନବୀନ ନିବାସରେ।  ଏହାପରେ ଶ୍ରୀ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିବା ସୂଚନା ମିଳିଥିଲା। 

ଅନ୍ୟପଟେ ବିଜେଡିରେ ଭିକେ ପାଣ୍ଡିଆନଙ୍କ ଯୋଗଦାନ ପରେ ଏ ଖବର ଏବେ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଟ୍ରେଣ୍ଡ କରୁଛି ହ୍ୟାସଟ୍ୟାଗ୍ Pandian4NaveenOdisha । ୩୦୦୦ରୁ ଅଧିକ ଟ୍ୱିଟ୍ ଏ ସମ୍ପର୍କରେ ଗତ ୨ ଘଣ୍ଟା ମଧ୍ୟରେ ଏକ୍ସରେ ପୋଷ୍ଟ ହୋଇସାରିଛି । ସାରା ରାଜ୍ୟରେ ପାଣ୍ଡିଆନଙ୍କର ଲୋକପ୍ରିୟତା ଏବଂ ଗୋଟିଏ ସମୟରେ ଏକାଧିକ ସ୍ଥାନରୁ ପୋଷ୍ଟ ହୋଇଥିବାରୁ ଟ୍ରେଣ୍ଡରେ ଚାଲିଛି ଏହି ଖବର। ଓଡ଼ିଶା ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେଇଥିବା ଭିକେ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ଚାରିଆଡ଼ୁ ଛୁଟୁଛି ପ୍ରଂଶସାର ସୁଅ । ସେପଟେ ବିରୋଧୀଙ୍କ ମଧ୍ୟରେ ଏହାକୁ ନେଇ ଏବେଠୁ ଭାଳେଣି ଦେଖିବାକୁ ମିଳିଛି। 

Also Read: VK Pandian: ବିଜେଡିରେ ଯୋଗଦେଲେ ନବୀନଙ୍କ ‘ଶିଷ୍ୟ’ କାର୍ତ୍ତିକ

Also Read: Cyclone Update: ଡିସେମ୍ବରରେ ପୁଣି ବାତ୍ୟା ଆଶଙ୍କା, କେମିତି ରହିବ ପ୍ରଭାବ?

Also Read: Lightning Strikes: ଅଦିନିଆ ବର୍ଷାରେ ଆକାଶରୁ ପଡ଼ିଲା ଘଡ଼ଘଡ଼ି, ୨୦ ଜଣଙ୍କ ମୃତ୍ୟୁ