5G Service in your city: ୫୦ ସହରରେ ପହଞ୍ଚିଲା 5ଜି ସେବା, କଣ ରହିଛି ଆପଣଙ୍କ ସହରର ସ୍ଥିତି, ଜାଣନ୍ତୁ
Advertisement
Article Detail0/zeeodisha/odisha1478445

5G Service in your city: ୫୦ ସହରରେ ପହଞ୍ଚିଲା 5ଜି ସେବା, କଣ ରହିଛି ଆପଣଙ୍କ ସହରର ସ୍ଥିତି, ଜାଣନ୍ତୁ

ଟେଲିକମ ସର୍ଭିସ ପ୍ରୋଭାଇଡର୍ଷ ଅକ୍ଟୋବର ପହିଲାରୁ ଦେଶରେ ୫ଜି ସେବା ପ୍ରଦାନ କରିବା ଆରମ୍ଭ କରିଦେଇଛନ୍ତି। ନଭେମ୍ବର ୨୬ ସୁଦ୍ଧା ୫୦ଟି ସହରରେ ୫ଜି ସେବା ଆରମ୍ବ ହୋଇଯାଇଛି। ୫ଜି ଉପରେ ଟାରିଫକୁ ନେଇ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ କି ଟେଲିକମ ଅପରେଟର ୫ଜି ସେବା କିମ୍ବା ଡିଭାଇସ ଲଗାଇବା ବେଳେ କୌଣସି ଅତିରିକ୍ତ କର ଲାଗୁ କରିବେ ନାହିଁ। 

5G Service in your city: ୫୦ ସହରରେ ପହଞ୍ଚିଲା 5ଜି ସେବା, କଣ ରହିଛି ଆପଣଙ୍କ ସହରର ସ୍ଥିତି, ଜାଣନ୍ତୁ

5G Service in your city:  ନୂଆଦିଲ୍ଲୀ: ଅକ୍ଟୋବର ପହିଲା ପରଠାରୁ ଭାରତରେ 5G ସେବା (5G Service) ଯୋଗାଇବାରେ ରିଲାଏନ୍ସ ଜିଓ (Reliance JIO) ଏବଂ ଏୟାରଟେଲ (Airtel 5G Service) ଦ୍ରୁତ ଗତିରେ କାର୍ଯ୍ୟ କରି ଆସୁଛନ୍ତି। ଗତ ଅକ୍ଟୋବର ପହିଲା ପରଠାରୁ 5G ସେବା ଆରମ୍ଭ ହୋଇଥିଲା। ଏହା ପରଠାରୁ ଟେଲକୋସ୍ ଏପର୍ଯ୍ୟନ୍ତ ସେମାନଙ୍କର 5G କଭରେଜ୍କୁ ଦେଶର ୫୦ଟି ସହରରେ ପହଞ୍ଚାଇ ସାରିଲେଣି। ଏପରିକି ପ୍ରତିଦିନ ନୂଆ ନୂଆ ସହରରେ ମଧ୍ୟ ୫ଜି ସେବାକୁ ଯୋଗାଇଦେବାକୁ ପ୍ରୟାସ କରି ଆସୁଛନ୍ତି। ନିକଟରେ ସଂସଦରେ ପ୍ରଶ୍ନକାଳ ସମୟରେ କେନ୍ଦ୍ରୀୟ ଦୂର ସଂଚାର ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି ଦୁଇ ମାସ ମଧ୍ୟରେ ୫୦ଟି ସହରରେ ୫ଜି ସେବାର ଆରମ୍ଭ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି କି ଟେଲିକମ ସର୍ଭିସ ପ୍ରୋଭାଇଡର୍ଷ ଅକ୍ଟୋବର ପହିଲାରୁ ଦେଶରେ ୫ଜି ସେବା ପ୍ରଦାନ କରିବା ଆରମ୍ଭ କରିଦେଇଛନ୍ତି। ନଭେମ୍ବର ୨୬ ସୁଦ୍ଧା ୫୦ଟି ସହରରେ ୫ଜି ସେବା ଆରମ୍ବ ହୋଇଯାଇଛି। ୫ଜି ଉପରେ ଟାରିଫକୁ ନେଇ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ କି ଟେଲିକମ ଅପରେଟର ୫ଜି ସେବା କିମ୍ବା ଡିଭାଇସ ଲଗାଇବା ବେଳେ କୌଣସି ଅତିରିକ୍ତ କର ଲାଗୁ କରିବେ ନାହିଁ। 

ତେବେ ଆସନ୍ତୁ ଜାଣିବା ଏୟାରଟେଲ ଓ ଜିଓ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ସହରରେ ୫ଜି ସେବା ଯୋଗାଇ ଦେଇଛନ୍ତି
ଏହି ସବୁ ସହରରେ Airtel 5G Service

ବର୍ତ୍ତମାନ ଏୟାରଟେଲ 5G ୧୨ଟି ସହରରେ ଉପଲବ୍ଧ ରହିଛି। ଏହି ତାଲିକା ମଧ୍ୟରେ ଦିଲ୍ଲୀ, ସିଲିଗୁରି, ବେଙ୍ଗାଲୁରୁ, ହାଇଦ୍ରାବାଦ, ବାରାଣାସୀ, ମୁମ୍ବାଇ, ନାଗପୁର, ଚେନ୍ନାଇ, ଗୁରୁଗ୍ରାମ, ପାନିପାଟ, ଗୁଆହାଟି ଏବଂ ପାଟନା ପ୍ରମୁଖ ରହିଛି। ଏହା ସହିତ Airtel G Plus ବିଭିନ୍ନ ବିମାନବନ୍ଦରରେ ଉପଲବ୍ଧ ଅଛି ଯେଉଁଥିରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର, ପୁଣେର ଲୋହେଗାଓଁ ବିମାନବନ୍ଦର, ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର, ନାଗପୁରର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ପାଟଣାର ଜୟପ୍ରକାଶ ନାରାୟଣ ବିମାନବନ୍ଦର ଅନ୍ତର୍ଭୁକ୍ତ।

ଏହି ସବୁ ସହରରେ JIO 5G Service
ଦିଲ୍ଲୀ ଏନସିଆର, ମୁମ୍ବାଇ, ବାରଣାସୀ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ନାଥଓ୍ୱାର, ପୁନେ, ଗୁରୁଗ୍ରାମ, ନୋଏଡ଼ା, ଗାଜିଆବାଦ, ଫରିଦାବାଦ ଓ ଗୁଜରାଟର ସମସ୍ତ ଦିଲ୍ଲା ମୁଖ୍ୟାଳରେ JIO 5G ସେବା ଉପଲବ୍ଧ ରହିଛି।  ଏଠାରେ ଆପଣଙ୍କୁ କହି ରଖୁ କି ରିଲାଏନ୍ସ ଜିଓ ଓ ଏୟାରଟେଲ ୫ଜି ସେବା ଯୋଗାଇ ଦେଇଛନ୍ତି। ଏହି ଦୁଇ କମ୍ପାନୀ ୨୦୨୪ ସୁଦ୍ଧା ପୁରା ଦେଶରେ ୫ଜି ସେବା ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ଏହା ସହିତ ଡିସେମ୍ବର ୨୦୨୩ ସୁଦ୍ଧା ଦେଶର ଗୁରୁତ୍ତ୍ୱପୂର୍ଣ ସହରରେ ଏହି ସେବା ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ ରହିଛନ୍ତି। 

Also Read: Bhubaneswar:ଜାଡ଼ ମାଡ଼ରେ କମ୍ପୁଛି ରାଜ୍ୟ, ୭ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

Also Read: President Droupadi Murmu: ସୋରିଷତେଲ ବିଜ୍ଞାପନରେ ମହାମହିମଙ୍କ ଫଟୋ, ଥାନାରେ ମାମଲା