କିଡ଼ନୀ ସଫା କରିବ ଏହି ପରିବା, ଷ୍ଟୋନରୁ ଦେବ ମୁକ୍ତି
Advertisement

କିଡ଼ନୀ ସଫା କରିବ ଏହି ପରିବା, ଷ୍ଟୋନରୁ ଦେବ ମୁକ୍ତି

ବର୍ତ୍ତମାନ ସମୟରେ ସାଧାରଣତଃ ଅନେକ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯଦି ଆମେ ଆମ ଖାଦ୍ୟ ପଦାର୍ଥରେ କିଛି ପରିବାକୁ ସାମିଲ କରିବା ଯାହା ଆମ କିଡ଼ନୀକୁ ସଫା ରଖିବାରେ ସାହାଯ୍ୟ କରିବ । ଯେଉଁ ଖାଦ୍ୟରେ ପୋଟାସିୟମର ମାତ୍ରା କମ୍ ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ଭରପୂର ଥାଏ ସେସବୁ କିଡ଼ନୀ ପାଇଁ ଭଲ ହୋଇଥାଏ । ଆସନ୍ତୁ ଜାଣିବା ସେ ପରିବା ଗୁଡ଼ିକ କଣ ?

SOCIAL MEDIA

ବର୍ତ୍ତମାନ ସମୟରେ ସାଧାରଣତଃ ଅନେକ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯଦି ଆମେ ଆମ ଖାଦ୍ୟ ପଦାର୍ଥରେ କିଛି ପରିବାକୁ ସାମିଲ କରିବା ଯାହା ଆମ କିଡ଼ନୀକୁ ସଫା ରଖିବାରେ ସାହାଯ୍ୟ କରିବ ।

ଯେଉଁ ଖାଦ୍ୟରେ ପୋଟାସିୟମର ମାତ୍ରା କମ୍ ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ଭରପୂର ଥାଏ ସେସବୁ କିଡ଼ନୀ ପାଇଁ ଭଲ ହୋଇଥାଏ । ଆସନ୍ତୁ ଜାଣିବା ସେ ପରିବା ଗୁଡ଼ିକ କଣ ?

ଲାଲ ସିମଲା ଲଙ୍କା

ଲାଲ ସିମଲା ଲଙ୍କାରେ ଅନେକ ଭିଟାମିନ ଥାଏ । ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଫାଇବର ଭରପୂର ରହିଛି ଏଥିରେ । ପୋଟାସିୟମ୍, ଫସଫରସ ଏବଂ ସୋଡ଼ିୟମ କମ୍ ମାତ୍ରାରେ ଥାଏ । ସେଥିପାଇଁ ଯଦି କେହି କିଡ଼ନୀ ସମସ୍ୟାରେ ଆକ୍ରାନ୍ତ ଥାନ୍ତି ତାହେଲେ ଏବେଠୁ ଏହାକୁ ଖାଇବା ଆରମ୍ଭ କରନ୍ତୁ ।

ବନ୍ଧା କୋବି

ଏଥିରେ ଭିଟାମିନ ସି ଏବଂ ଫାଇବର ପ୍ରଚୁର ପରିମାଣରେ ରହିଛି । ଏହାସହ ଭିଟାମିନ୍ ବି ୬ ଏବଂ ଫଲିକ୍ ଏସିଡ଼୍ ଭରପୂର ମାତ୍ରାରେ ଅଛି । ଏଥିରେ ପୋଟାସିୟମର ମାତ୍ରା କମ୍ ଥାଏ । ତେଣୁ କିଡ଼ନୀ ରୋଗୀ ବନ୍ଧା କୋବି ଖାଇବା ମଧ୍ୟ ଭଲ ।

ସବୁଜ ଶାଗ

ଶାଗରେ ଭିଟାମିନ୍ ଏବଂ ଖଣିଜ ପ୍ରଚୁର ମାତ୍ରାରେ ରହିଛି । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ମଧ୍ୟ ଥାଏ । ଏହା କିଡ଼ନୀକୁ ସୁସ୍ଥ ରଖିଥାଏ । ଏବଂ ଏହା ରକ୍ତ ପରିଷ୍କାର କରିବାରେ ଅଧିକ ସହାୟକ ହୋଇଥାଏ ।

ପିଆଜ

ପିଆଜରେ ଫ୍ଲେବୋନୋଇଡ଼ସ୍ କ୍ବେରସେଟିନ ନାମକ ଆଣ୍ଟିଅକ୍ସିଡ଼େଣ୍ଟ ଥାଏ । ଯାହା କିଡ଼ନୀକୁ ସୁସ୍ଥ ରଖିଥାଏ । ଏହାସହ ଏଥିରେ ପୋଟାସିୟମ୍ ମଧ୍ୟ କମ୍ ଥାଏ । ଯାହା କିଡ଼ନୀ ପାଇଁ ଭଲ ହୋଇଥାଏ ।

ଫୁଲକୋବି

ଫୁଲକୋବି ଭିଟାମିନ୍ ସିରେ ଭରପୂର ହୋଇଥାଏ । ଫୋଲେଟ ଓ ଫାଇବର ମଧ୍ୟ ଫୁଲକୋବିରୁ ପ୍ରଚୁର ମାତ୍ରାରେ ମିଳିଥାଏ । ଏହା ଲିଭରକୁ ସୁସ୍ଥ ଓ ପରିଷ୍କାର ରଖିବାରେ ସହାୟକ ହୋଇଥାଏ ।