ତାଳରେ ତାଳ ମିଶାଇ ଏକାଠି ନାଚିଲେ ୩୭ ହଜାର ମହିଳା, ସୃଷ୍ଟିହେଲା ନୂଆ ରେକର୍ଡ
Advertisement
Article Detail0/zeeodisha/odisha2027913

ତାଳରେ ତାଳ ମିଶାଇ ଏକାଠି ନାଚିଲେ ୩୭ ହଜାର ମହିଳା, ସୃଷ୍ଟିହେଲା ନୂଆ ରେକର୍ଡ

Maha raas program: କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଜନ ପରିବେଷଣ କରାଯାଇଥିଲା ଯାହା ପରିବେଶକୁ ବେଶ୍ ଭକ୍ତିପୂର୍ଣ୍ଣ କରିଥିଲା । କଥା ହେଉଛି ଆଜି ପର୍ଯ୍ୟନ୍ତ ଏତେ ସଂଖ୍ୟାରେ ମହିଳା ଏକାଠି ନୃତ୍ୟ ପରିବେଶଣ କେବେ କରିନଥିଲେ ଯାହା ଗୁଜୁରାଟ ଦ୍ୱାରିକାରେ ଅନୁଷ୍ଠିତ ହୋଇଛି ।

ତାଳରେ ତାଳ ମିଶାଇ ଏକାଠି ନାଚିଲେ ୩୭ ହଜାର ମହିଳା, ସୃଷ୍ଟିହେଲା ନୂଆ ରେକର୍ଡ

ଗୁଜୁରାଟ: ଦ୍ୱାରକାରେ ଅହିର ସମ୍ପ୍ରଦାୟର ମହିଳାମାନଙ୍କୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟିକୁ ଅଲ ଇଣ୍ଡିଆ ଯାଦବ ସମାଜ ଏବଂ ଅହିରାଣୀ ମହିଳା ମଣ୍ଡଳ ପକ୍ଷରୁ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସବୁଠୁ ମନମୁଗ୍ଧକର ଦୃଶ୍ୟ ଥିଲା ଏହା ଯେ, ଏକାସାଥିରେ ୩୭ ହଜାରରୁ ଅଧିକ ଅହିର ସମ୍ରଦାୟର ମହିଳା ନୃତ୍ୟ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଜନ ପରିବେଷଣ କରାଯାଇଥିଲା ଯାହା ପରିବେଶକୁ ବେଶ୍ ଭକ୍ତିପୂର୍ଣ୍ଣ କରିଥିଲା । କଥା ହେଉଛି ଆଜି ପର୍ଯ୍ୟନ୍ତ ଏତେ ସଂଖ୍ୟାରେ ମହିଳା ଏକାଠି ନୃତ୍ୟ ପରିବେଷଣ କେବେ କରିନଥିଲେ ଯାହା ଗୁଜୁରାଟ ଦ୍ୱାରିକାରେ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ନୃତ୍ୟ ପରିବେଷଣର ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏକ ବିରାଟ ବଡ ପଡିଆ ମଧ୍ୟରେ ମହିଳାମାନେ ନୃତ୍ୟ ପରିବେଷଣ କରିବା ସମୟରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଉକ୍ତ ଭିଡିଓଟି ସୁଟ୍ କରାଯାଇଛି ।

Video- 

ନୃତ୍ୟକୁ ନେଇ ଏତେ ବଡ଼ କାର୍ଯ୍ୟକ୍ରମ ଯେଉଁସ୍ଥାନରେ ଆୟୋଜନ କରାଯାଉଥିଲା ସେହି ସ୍ଥାନର ନାମ ନନ୍ଦଧାମ କମ୍ପ୍ଲେକ୍ସ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ କିଛି ମହାନ ଉଦ୍ଦେଶ୍ୟ ନେଇ କରାଯାଇଥିଲା । ମହିଳାମାନଙ୍କୁ ସଶକ୍ତିକରଣ କରିବା ଏବଂ ସମାଜରେ ସମ୍ମାନଜନକ ଭାବେ ରହିବାର ବାର୍ତ୍ତା ଦେବା ପରି ଉଦ୍ଦେଶ୍ୟ ରହିଥିଲା । ଏହି କାର୍ଯ୍ୟକ୍ରମ ଖୁବ ଐତିହାସିକ ଥିବା ଲୋକମାନେ ମତ ଦେଇଛନ୍ତି ଅନ୍ୟପଟରେ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମରେ ଭାଗନେଇଥିବା ମହିଳା ଖୁବ୍ ଖୁସି ଅଛନ୍ତି । ଏହି କାର୍ଯ୍ୟକ୍ରମଟି ସବୁଦିନ ପାଇଁ ସ୍ମୃତି ହୋଇ ରହିବ ବୋଲି ଭାଗ ନେଇଥିବା ମହିଳା ମତବ୍ୟକ୍ତ କରିଛନ୍ତି ।

Also Read- କ୍ରିସମାସ ପାଇଁ ଉତ୍ସବ ମୁଖର ବିଶ୍ୱ, ହେଲେ କାହିଁକି ପାଳନ ହୁଏ କ୍ରିସମାସ ? ଜାଣନ୍ତୁ...

Also Read- ଉତ୍ସବମୁଖର କୋଲକାତାର ପ୍ୟାରେଡ ଗ୍ରାଉଣ୍ଡ, ଏକାଠି ଗୀତା ପାଠ କଲେ ଲକ୍ଷାଧିକ ଲୋକେ