ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ ଲିଡଲ ନକ୍ସର ସମେତ ୨୯ ମୃତ
Advertisement

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ ଲିଡଲ ନକ୍ସର ସମେତ ୨୯ ମୃତ

ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁରକ୍ଷାକର୍ମୀ। ବଡ଼ ଧରଣର ନକ୍ସଲ ଅପରେସନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାଙ୍କେର ଜିଲ୍ଲାରେ ହୋଇଥିବା ଏହି ଅପରେସନରେ ନକ୍ସଲର ଟପ କମାଣ୍ଡର ନେତା ଶଙ୍କର ରାଓର ମଧ୍ୟ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଶଙ୍କର

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ ଲିଡଲ ନକ୍ସର ସମେତ ୨୯ ମୃତ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁରକ୍ଷାକର୍ମୀ। ବଡ଼ ଧରଣର ନକ୍ସଲ ଅପରେସନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାଙ୍କେର ଜିଲ୍ଲାରେ ହୋଇଥିବା ଏହି ଅପରେସନରେ ନକ୍ସଲର ଟପ କମାଣ୍ଡର ନେତା ଶଙ୍କର ରାଓର ମଧ୍ୟ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଶଙ୍କରକୁ ଧରାଇଦେବା ବାବଦରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେପଟେ ଏହି ଅପରେସନ ପରେ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏହା ମଧ୍ୟରେ ଏକାଧିକ ସଂଖ୍ୟାରେ ଏକେ୪୭ ଓ ଇନସାସ ରାଇଫଲ ଜବତ କରାଯାଇଛି। ସେପଟେ ନକ୍ସଲଙ୍କ ଗୁଳିରେ ୩ ଯବାନ ଆହତ ହୋଇଥିବାର ଖବର ରହିଛି। 

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ପ୍ରାୟ ଦିନ ୨ଟା ବେଳେ ଡିଆରଜି ଓ ବିଏସ୍‌ଏଫ ପକ୍ଷରୁ ବିନାଗୁଣ୍ଡା ନିକଟସ୍ଥ ଗୋଟିଏ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ କରାଯାଉଥିଲା। ଏହି ସମୟରେ ସେମାନଙ୍କ ମୁକାବିଲା ନକ୍ସଲଙ୍କ ସହ ହୋଇଥିଲା। ଜଙ୍ଗଲ ଭିତରେ ପ୍ରାୟ ୫୦ ଜଣ ନକ୍ସଲ ରହିଥିଲେ। ସେମାନେ ଯବାନମାନଙ୍କୁ ଦେଖିବା କ୍ଷଣି ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହାର ଜବାବ ମଧ୍ୟ ଯବାନଙ୍କ ପକ୍ଷରୁ ଦିଆଯାଇଥିଲା। ତେବେ ଉଭୟ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏହି ଗୁଳିରେ ଶଙ୍କର ରାଓଙ୍କ ସହିତ ୨୯ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ନକ୍ସଲଙ୍କ ଗୁଳିରେ ବିଏସଏଫର ୨ ଜଣ ଓ ଡିଆରଜିର ଜଣେ ଯବାନ ଗୁରୁତର ହୋଇଥିଲେ। ଆହତ ମାନଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ପୁଲିସ୍‌ କହିଛି ଯେ ଘଟଣା ସ୍ଥଳରୁ ୭ଟି ଏକେ ୪୭ ରାଇଫ ଓ ୩ଟି ଲାଇଟ ମେସିନ ଗନ୍‌ ସମେତ ଏକାଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆହୁରି ମୃତଦେହ ଓ ନକ୍ସଲ ସାମଗ୍ରୀ ଜବତ ହେବାର ସମ୍ଭାବନା ରହିଛି।