Shocking News: ନିଲାମ ହୋଇହଲା ୨୮୫ ବର୍ଷର ଲେମ୍ବୁ; ମୂଲ୍ୟ ଶୁଣିଲେ ଚକିତ ହୋଇଯିବେ ଆପଣ
Advertisement

Shocking News: ନିଲାମ ହୋଇହଲା ୨୮୫ ବର୍ଷର ଲେମ୍ବୁ; ମୂଲ୍ୟ ଶୁଣିଲେ ଚକିତ ହୋଇଯିବେ ଆପଣ

Weird News: ନିକଟରେ ନିଲାମ ହୋଇଛି ଏକ ସିନ୍ଦୁକରୁ ମିଳିଥିବା ପ୍ରାୟ ୨୮୫ ବର୍ଷ ପୁରୁଣା ଲେମ୍ବୁ।

Shocking News: ନିଲାମ ହୋଇହଲା ୨୮୫ ବର୍ଷର ଲେମ୍ବୁ; ମୂଲ୍ୟ ଶୁଣିଲେ ଚକିତ ହୋଇଯିବେ ଆପଣ

Bizarre News: ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲେମ୍ବୁ ବ୍ୟବୃହତ ହୋଇଥାଏ। ଯାହା ଅତି କମ୍ ମୂଲ୍ୟରେ ଯେକୌଣସି ସ୍ଥାନରେ ମିଳିଥାଏ। ହେଲେ ନିକଟରେ ଗୋଟିଏ ଲେମ୍ବୁ ପ୍ରାୟ ୧ ଲକ୍ଷ ୫ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଲେମ୍ବୁ ଆଦୌ ଖାଇବା ଯୋଗ୍ୟ ଅବସ୍ଥାରେ ନଥିଲା। ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ଲୋକ ନିଜ ଘର ସଫା କରୁଥିବାବେଳେ ଉନବିଂଶ ଶତାବ୍ଦୀର ଏକ ସିନ୍ଦୁକ ପାଇଥିଲେ। ଏହି ସିନ୍ଦୁକ ଭିତରେ ସେମାନଙ୍କୁ ୨ ଇଞ୍ଚ ବିଶିଷ୍ଟ ଏକ ବାଦାମୀ ରଙ୍ଗର ଏକ ଶୁଖିଲା ଲେମ୍ବୁ ମିଳିଥିଲା।

କୁହାଯାଉଛି ଯେ ଗୋଟିଏ ପରିବାର ସଦସ୍ୟ ସେମାନଙ୍କ ପୂର୍ବଜଙ୍କ ସମ୍ପତ୍ତି ବଣ୍ଟନ କରୁଥିଲେ। ସମ୍ପତ୍ତି ବଣ୍ଟନ କରିବା ସମୟରେ ସେମାନଙ୍କୁ ଉନବିଂଶ ଶତାବ୍ଦୀର ଏକ ସିନ୍ଦୁକ ପାଇଥିଲେ। ସେମାନେ ଭାବିଥିଲେ ଯେ ଏହି ପୁରୁଣା ସିନ୍ଦୁକ ବିକ୍ରୟ କରି ବେଶ ମୋଟା ଅଙ୍କର ଅର୍ଥ ରୋଜଗାର କରିଥିଲେ। ହେଲେ ଯେତେବେଳେ ସେମାନେ ସେହି ସିନ୍ଦୁକ ବିକ୍ରୟ କରିବା ପାଇଁ ନିଲାମଧାରୀଙ୍କ ପାଖକୁ ନେଇଥିଲେ ସେତେବେଳେ ସେମାନେ ଏହାର ଏକ ଫଟୋ ଉଠାଇବା ସମୟରେ ୨ ଇଞ୍ଚ ବିଶିଷ୍ଟ ଏକ ବାଦାମୀ ରଙ୍ଗର ଏକ ଶୁଖିଲା ଲେମ୍ବୁ ମିଳିଥିଲା। ବ୍ରିଟିଶ ଗଣମାଧ୍ୟମ "ଦି ସନ୍" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ନିଲାମ ହୋଇଥିବା ସେହି ଶୁଖିଲା ଲେମ୍ବୁ ପ୍ରାୟ ୨୮୫ ବର୍ଷ ପୁରୁଣା।

ପ୍ରେମର ପ୍ରତୀକ ହେଉଛି ଲେମ୍ବୁ
ନିଲାମ ହୋଇଥିବା ସେହି ଶୁଖିଲା ଲେମ୍ବୁ ଚୋପା ଉପରେ କିଛି ଲେଖା ହୋଇଥିଲା। ଏହି ଲେମ୍ବୁ ଉପରେ ମିଷ୍ଟର ପି ଲୁ ଫ୍ରାଞ୍ଚିନି ଏହାକୁ ୧୭୩୯ ମସିହା ନଭେମ୍ବର ୪ ତାରିଖରେ ମିସେସ୍ ଇ ବକ୍ସଷ୍ଟଚକୁ ଦେଇଥିଲେ। ଏହି ଲେମ୍ବୁ ଭାରତ ବର୍ଷରୁ ଇଂଲଣ୍ଡ ଅଣାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ଯାହାକୁ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ।

ବାକ୍ସ ଅପେକ୍ଷା ଅଧିକ ମହଙ୍ଗା ହୋଇଉଠିଲା ଲେମ୍ବୁ
ପ୍ରାୟ ୧ ଲକ୍ଷ ୫ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିବା ସେହି ଲେମ୍ବୁ ଡେଭିଡ ବ୍ରେଟେଲ ନାମକ ଜଣେ ନିଲାମକାରୀ ନିଲାମ କରିଥିଲେ। ଏନେଇ ସେ କହିଛନ୍ତି ଯେ ତାଙ୍କୁ ଲାଗୁଥିଲା ଏହି ଲେମ୍ବୁ ପ୍ରାୟ ୪-୫ ହଜାର ଟଙ୍କାରେ ବିକ୍ରି ହୋଇଯିବ। ହେଲେ ପରେ ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ପୁରୁଣା ସିନ୍ଦୁକ ମାତ୍ର ୩ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ବ୍ରେଟେଲଙ୍କ ଅନୁଯାୟୀ ୨୮୫ ବର୍ଷ ପୁରୁଣା ସେହି ଲେମ୍ବୁ ମୂଲ୍ୟ ବଢିବା ପଛରେ ଏକ କାରଣ ରହିଛି। ତାହା ହେଉଛି ଏପରି ବସ୍ତୁ ଆଉ କେବେ ମିଳିବ ନାହିଁ। ଯାହା ସମ୍ପୂର୍ଣ୍ଣ ଅନନ୍ୟ।