Train Delay: ଘନକୁହୁଡି ପାଇଁ ବିଳମ୍ବରେ ଚାଲୁଛି ୨୪ ଟି ଟ୍ରେନ, ଦେଖନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha2054328

Train Delay: ଘନକୁହୁଡି ପାଇଁ ବିଳମ୍ବରେ ଚାଲୁଛି ୨୪ ଟି ଟ୍ରେନ, ଦେଖନ୍ତୁ ପୂରା ତାଲିକା

Train Delay: ସେହିପରି ଆଜମେର କତରା ପୂଜା ଏକ୍ସପ୍ରେସ ପାଖାପାଖି ୬ ଘଣ୍ଟା ଧରି ବିଳମ୍ବ ରେ ଚାଲୁଥିବା ସୂଚନା ରହିଛି। ସେହିପରି ଆଜି ସକାଳ ସୁଦ୍ଧା ରାଜଧାନୀ ରେ ପାଖାପାଖି ୨୦ ଟ୍ରେନ ବିଳମ୍ବରେ ପହଞ୍ଚିଛି ଯାହା ୮ ତାରିଖ ସନ୍ଧ୍ୟାରୁ ଯାତ୍ରା ଆରମ୍ଭ କରିଥିଲା। 

 

Train Delay: ଘନକୁହୁଡି ପାଇଁ ବିଳମ୍ବରେ ଚାଲୁଛି ୨୪ ଟି ଟ୍ରେନ, ଦେଖନ୍ତୁ ପୂରା ତାଲିକା

Train Delay: ଉତ୍ତର ଭାରତରେ ଲାଗିରହିଛି ଘନ କୁହୁଡ଼ି ସାଙ୍ଗକୁ ପ୍ରବଳ ଥଣ୍ଡା । ଏହିକାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠୁଥିବା ବେଳେ ଦିଲ୍ଲୀରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ଟ୍ରେନର ଗତିପଥରେ ବିଳମ୍ବ ଦେଖାଦେଇଛି। କାରଣ ଘନ କୁହୁଡି କାରଣରୁ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ସୂଚନାନୁସାରେ, ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୨ ଘଣ୍ଟା ୪୫ ମିନିଟ୍ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି। ସେହିପରି ଆଜମେର କତରା ପୂଜା ଏକ୍ସପ୍ରେସ ପାଖାପାଖି ୬ ଘଣ୍ଟା ଧରି ବିଳମ୍ବ ରେ ଚାଲୁଥିବା ସୂଚନା ରହିଛି। ସେହିପରି ଆଜି ସକାଳ ସୁଦ୍ଧା ରାଜଧାନୀ ରେ ପାଖାପାଖି ୨୦ ଟ୍ରେନ ବିଳମ୍ବରେ ପହଞ୍ଚିଛି ଯାହା ୮ ତାରିଖ ସନ୍ଧ୍ୟାରୁ ଯାତ୍ରା ଆରମ୍ଭ କରିଥିଲା। 

ତେବେ ଉତ୍ତର ଭାରତର ଭୀଷଣ ଥଣ୍ଡା ଓ କୁହୁଡି କାରଣରୁ କେଉଁ ସବୁ ଟ୍ରେନ କେତେ ସମୟ ଧରି ବିଳମ୍ବରେ ଚାଲିଛି ଦେଖନ୍ତୁ ପୂରା ତାଲିକା-: 

22811 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (୨ଘଣ୍ଟା ୪୫ ମିନିଟ୍ ବିଳମ୍ବ)
12423 ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (ଏକ ଘଣ୍ଟା ବିଳମ୍ବ)
22691 ବେଙ୍ଗାଲୁରୁ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (ଏକ ଘଣ୍ଟା ବିଳମ୍ବ)
12437 ସିକନ୍ଦରାବାଦ-ନିଜାମୁଦ୍ଦିନ ଏକ୍ସପ୍ରେସ (୨ ଘଣ୍ଟା ୩୦ ମିନିଟ୍ ବିଳମ୍ବ)
12281 ଭୁବନେଶ୍ୱର-ନୂଆଦିଲ୍ଲୀ  ଦୂରୋନ୍ତ (୧ ଘଣ୍ଟା ୩୦ ମିନିଟ୍ ବିଳମ୍ବ)
12413 ଅଜମେର-କତରା ପୂଜା ଏକ୍ସପ୍ରେସ (୬ ଘଣ୍ଟା ବିଳମ୍ବ)
12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ (ଏକ ଘଣ୍ଟା ୧୫ ମିନିଟ୍ ବିଳମ୍ବ)
15707 କତିହାର-ଅମ୍ରିତସର ଏକ୍ସପ୍ରେସ (୪ ଘଣ୍ଟା ବିଳମ୍ବ)
12553 ସାହାରା-ନୂଆଦିଲ୍ଲୀ ବୈଶାଲୀ ଏକ୍ସପ୍ରେସ (୩ ଘଣ୍ଟା ୧୫ ମିନିଟ୍ ବିଳମ୍ବ) 

 

ପଞ୍ଜାବ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ତ୍ରିପୁରାର ପୃଥକ ପୃଥକ ଅଞ୍ଚଳରେ ଘନ କୁହୁଡି ନେଇ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (India Meteorological Department)  ।ପୂର୍ବ ଉତ୍ତରପ୍ରଦେଶର କିଛି ଅଂଶରେ ଘନ କୁହୁଡି ସହ ଜାମ୍ମୁ, ହରିୟାଣା, ଦିଲ୍ଲୀ, ପୂର୍ବ ମଧ୍ୟପ୍ରଦେଶ, ବିହାର ଏବଂ ଆସାମ ଏବଂ ଉତ୍ତର ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ଆଚ୍ଛାଦିତ ରହିବା ନେଇ ସୂଚନା ଜାରି କରାଯାଇଛି।

ପଞ୍ଜାବର ଭଟିଣ୍ଡା ଏବଂ ଉତ୍ତରପ୍ରଦେଶର ଆଗ୍ରା, ଭିଜିବିଲିଟି ସ୍ତର ଶୂନ ମିଟରକୁ ଖସି ଆସିଛି । ସେହିପରି ତ୍ରିପୁରାର ଅଗରତାଲାରେ ୨୫ ମିଟର ଏବଂ ଜାମ୍ମୁରେ ୫୦ ମିଟର, ହରିୟାଣାର ହିସାର, ବାରାଣାସୀ, ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌ, ମଧ୍ୟପ୍ରଦେଶର ସାଗର ଏବଂ ବିହାରରେ ପୂର୍ଣ୍ଣା, ଏବଂ ଆସାମର ତେଜପୁର ରେ ବି ସ୍ଥିତି ସଙ୍ଗୀନ ରହିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ପାଲାମ ଅବଜରଭେଟୋରୀ ସକାଳ ୫.୩୦ ରେ ଶହେ ମିଟର ଭିଜିବିଲିଟି ରିପୋର୍ଟ ରହିଛି। 

Also Read: Bhubaneswar ରେ ଘନ କୁହୁଡ଼ି: ଦୁଇ ବିମାନ କରିପାରିଲେନି ଅବତରଣ

Also Read: କୁଆଡ଼େ ଗଲେ ପଶ୍ଚିମ ଓଡ଼ିଶାର କିଙ୍ଗ୍ ମେକର?