Crime News: ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କୁ ହତ୍ୟା
Advertisement
Article Detail0/zeeodisha/odisha1893384

Crime News: ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କୁ ହତ୍ୟା

Crime News: ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଗଞ୍ଜାମ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଜିଲ୍ଲା ଅଶାନ୍ତ ହୋଇପଡିଛି ।

Crime News: ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କୁ ହତ୍ୟା

Crime News: ଗତକାଲି କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ସୁନିଲ ନାହାକଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଥିଲା । ଘଟଣାର ୨୪ ଘଣ୍ଟା ପୁରଣ ହୋଇନଥିବା ସମୟରେ ଆଜି ପୁଣି ଏକ ହତ୍ୟାକାଣ୍ଡ (Murder case) ଘଟିଛି । ଧରାକୋଟ ଥାନା ବୋରୀଗୁଡା ଗାଁର ଅନିଲ ମହାନ୍ତିଙ୍କୁ ହତ୍ୟା କରାଯାଇଛି । ଦୁଇଟି ହତ୍ୟାକାଣ୍ଡ କାରଣରୁ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଖଳା ପରିସ୍ଥିତିକୁ ନେଇ ଚର୍ଚ୍ଚା ଆଲୋଚନା ହେବାରେ ଲାଗିଛି ।

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ନିଜ ସାମ୍ରାଜ୍ୟକୁ ସକ୍ରିୟ କରୁଛନ୍ତି ଅପରାଧି । ମାତ୍ର ଗୋଟିଏ ମାସ ମଧ୍ଯରେ ଜିଲ୍ଲାରେ ଗଡିଲାଣି ୧୧ ଜଣଙ୍କ ମୁଣ୍ଡ। ଯାହା ଏବେ ଜିଲ୍ଲା ପୋଲିସର କାର୍ଯ୍ଯ ଦକ୍ଷତାକୁ ପଦାରେ ପକାଇଛି । ସୂଚନା ମୁତାବକ ଚଳିତ ମାସ ୫ ତାରିଖରେ କବିସୂର୍ଯ୍ୟ ନଗର ଥାନା ଅଞ୍ଚଳରେ ଜଣକୁ ହତ୍ଯା କରାଯାଇଥିଲା । ସେହିପରି ୦୯ ତାରିଖରେ କନିନଡା ଓ ଶେରଗଡ ଥାନା ଅଞ୍ଚଳରେ ୨୪ ଘଣ୍ଟା ମଧ୍ଯରେ ଦୁଇଟି ହତ୍ଯାକାଣ୍ଡ ଘଟିଥିଲା । ସେହିପରି ୧୮ ତାରିଖ ଓ ୨୧ ତାରିଖରେ ଘଟିଥିଲା ଗୋଟିଏ ପରେ ଆଉ ଗୋଟିଏ ହତ୍ଯାକାଣ୍ଡ। ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ସିରିଜ ହତ୍ଯାକାଣ୍ଡ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି । ଅନ୍ଯପଟେ ୧୪ ତାରିଖ ଦିନ ସୋରଡା ଅଞ୍ଚଳରେ ଘଟିଥିଲା ଗୋଟିଏ ବିଭତ୍ସ ହତ୍ଯାକାଣ୍ଡ। ପରେ ପରେ ଚଳିତ ମାସ ୧୮ ତାରିଖରେ ରମ୍ଭା ଅଞ୍ଚଳରେ ଜଣକୁ ହତ୍ଯା କରାଯିବା ଘଟଣା ଜିଲ୍ଲାରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ୨୪ରେ ପାଟପୁର ଅଞ୍ଚଳରେ ଘଟିଲା ଆଉ ଏକ ହତ୍ଯାକାଣ୍ଡ। ଦିନ କେଇଟା ନ ବିତୁଣୁ ଗତ ୨୪ ଘଣ୍ଟା ଭିତରେ ଘଟିଛି ପୁଣି ଦୁଇ ଦୁଇଟି ବିଭତ୍ସ ହତ୍ଯାକାଣ୍ଡ।

କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନୀଲ ନାହାକ ନାମକ ଜଣେ ଯୁବକକୁ ହତ୍ୟା କରାଯାଇଛି । ସେପଟେ ଧରାକୋଟ ଥାନା ବାରୀଗୁଡା ଗାଁର ଶେଷ ମୁଣ୍ଡରେ ଅନିଲ ମହାନ୍ତି ଓରଫ କୋକୋଙ୍କୁ ହତ୍ୟା କରିଛନ୍ତି ଦୃବୁତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗତ କିଛି ମାସ ଧରି ଜିଲ୍ଲାରେ ସିରିଜ୍ ହତ୍ଯାକାଣ୍ଡ ଘଟି ଚାଲିଥିବା ବେଳେ ଜିଲ୍ଲା ପୋଲିସର ଦକ୍ଷତା ଉପରକୁ ଅଙ୍ଗୁଳି ଉଠିଛି। ନିର୍ବାଚନକୁ ମାତ୍ର କେଇଟା ମାସ ବାକି ଥିବାବେଳେ ଗୋଟିଏ ପରେ ଗୋଟିଏ ହତ୍ୟା କାଣ୍ଡ ଘଟିଚାଲିଛି । ପୋଲିସ ଏଭଳି ପରିସ୍ଥିତିରେ ଆଗୁଆ ପଦକ୍ଷେପ ନ ନେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ସହ ଆହୁରି କେତେ ଜୀବନ ଯାଇପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ହତ୍ୟା କାଣ୍ଡକୁ ନେଇ ଗଞ୍ଜାମ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହେଉଛି ।

Also Read- Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ

Also Read- October Month Festivals: ଅକ୍ଟୋବରରେ ପାଳନ ହେବ ଏହିସବୁ ପର୍ବ