Shimla Landslide: ସିମଲାରେ ଭୂସ୍ଖଳନ ଘଟଣାରେ ୧୮ଜଣଙ୍କର ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି
Advertisement
Article Detail0/zeeodisha/odisha1839699

Shimla Landslide: ସିମଲାରେ ଭୂସ୍ଖଳନ ଘଟଣାରେ ୧୮ଜଣଙ୍କର ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି

Shimla Landslide: ସିମଲା ଭୂସ୍ଖଳନ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଆରଏଫ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି ।

Shimla Landslide: ସିମଲାରେ ଭୂସ୍ଖଳନ ଘଟଣାରେ ୧୮ଜଣଙ୍କର ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି

Shimla Landslide: ସିମଲା ନିକଟ ଶିବ ବାବଡି ଠାରେ ଭୟଙ୍କର ଭାବରେ ଭୂସ୍ଖଳନ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ (Rescue operation) ଚାଲିଛି । ଦୁର୍ଘଟଣାର ୧୧ ତମ ଦିନରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସେଠାରୁ ସ୍ଥାନାନ୍ତରଣ କରାଯିବା କାର୍ଯ୍ୟ ଚାଲିଛି । ଏନଡିଆରଏଫ (NDRF) ଟିମ୍ ପକ୍ଷରୁ ଆଜି ୧୮ ତମ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ଅଗଷ୍ଟ ୧୨ ଓ ୧୩ ତାରିଖରେ ଲଗାତାର ପ୍ରବଳ ବର୍ଷା (Heavy rain) ହେବା କାରଣରୁ ସିମଲାର ଅନେକ ସ୍ଥାନ ଖୁବ୍ ପ୍ରଭାବିତ ହୋଇଥିଲା ।  ସେଠାରେ ଥିବା ଏକ ଶିବ ମନ୍ଦିର (Shiv temple) ନିକଟରେ ଭୂସ୍କଳନ ହୋଇଥିଲା । ଫଳରେ ମନ୍ଦିର ସମେତ ଅନେକ କୋଠା ଦବି ଯାଇଥିଲା । ଉକ୍ତ ସ୍ଥାନରେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କର ମୃତ୍ୟୁ ହେବାସହ କିଛି ଲୋକ ଚାପି ହୋଇ ରହିଥିବା ଜଣାପଡିଥିଲା । ଉକ୍ତ ଭୂସ୍କଳନ ଏତେ ଭୟଙ୍କର ଥିଲା ଯେ, ଆଜି ପର୍ଯ୍ୟନ୍ତ ସେଠାରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ (Search operation) କରାଯାଉଛି । ଦୁର୍ଘଟଣା ପରେ ସିଏମ ସୁଖୁ (Chief minister Sukhvinder Singh Sukhu ) ଘଟଣାସ୍ଥଳରେ ପହଞ୍ଚିଥିଲେ । ଶିବ ମନ୍ଦିର ନିକଟରେ ହୋଇଥିବା ଭୂସ୍କଳନ ସମ୍ପର୍କରେ ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ତୁରନ୍ତ କିପରି ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ କରାଯିବ ସେନେଇ ସମସ୍ତ ପଦକ୍ଷପ ତୁରନ୍ତ ଗ୍ରହଣ କରାଯାଇଥିଲା ।

Also Read- Chandrayaan-3 ଉଡାଇଲା ତ୍ରିରଙ୍ଗା, ଏପଟେ ୧୩ଟି କମ୍ପାନି ଲାଭ କଲେ ୨୦ହଜାର କୋଟି