Matric Sheet Evaluation: କାଲିଠୁ ମାଟ୍ରିକ୍ ଖାତାଦେଖା, ଏହି ଦିନ ପ୍ରକାଶ ପାଇବ ରେଜଲ୍ଟ
Advertisement

Matric Sheet Evaluation: କାଲିଠୁ ମାଟ୍ରିକ୍ ଖାତାଦେଖା, ଏହି ଦିନ ପ୍ରକାଶ ପାଇବ ରେଜଲ୍ଟ

Matric Sheet Evaluation News in Odia : ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା (Matric Exam) । ଆସନ୍ତାକାଲି ଠାରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୩ ତାରିଖଠାରୁ ଆରମ୍ଭ ହେବ (Matric Sheet Evaluation)। ଏହା ୧୫ ତାରିଖ ଯାଏଁ ଚାଲୁ ରହିବ । ଏଥିପାଇଁ ୫୬ଟି କେନ୍ଦ୍ର ସ୍ଥାପନ କରାଯାଇଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Matric Sheet Evaluation News in Odia : ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା (Matric Exam) । ଆସନ୍ତାକାଲି ଠାରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୩ ତାରିଖଠାରୁ ଆରମ୍ଭ ହେବ (Matric Sheet Evaluation)। ଏହା ୧୫ ତାରିଖ ଯାଏଁ ଚାଲୁ ରହିବ । ଏଥିପାଇଁ ୫୬ଟି କେନ୍ଦ୍ର ସ୍ଥାପନ କରାଯାଇଛି । ଖାତା ଦେଖା ପାଇଁ ଏସଓପି ମଧ୍ୟ ଜାରି କରାଯାଇଛି (Matric Sheet Evaluation) । ୧୩ ହଜାର ଶିକ୍ଷକ ଶିକ୍ଷୟତ୍ରୀ (13000 Teachers) ଖାତା ଦେଖା ପ୍ରକ୍ରିୟାରେ ସାମିଲ ହେବେ  ବୋଲି ସୂଚନା ଦେଇଛନ୍ତି ବୋର୍ଡ (BSE) ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି । 

ସେ ଆହୁରୀ କହିଛନ୍ତି ଯେ, ଆସନ୍ତାକାଲି ପରୀକ୍ଷକମାନେ ମୂଲ୍ୟାୟନ ‌କେନ୍ଦ୍ରରେ ଯୋଗ ଦେବେ ଓ ସେଠାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ବରେ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଯେତିକି ପରୀକ୍ଷକ ଅନୁପସ୍ଥିତ ରହିବେ, ସେମାନଙ୍କ ସ୍ଥାନରେ ‌ୱେଟିଂ ଲିଷ୍ଟରୁ ପରୀକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚୟନ କରି ମୂଲ୍ୟାୟନ କାର୍ଯ୍ୟରେ ନିଯୁକ୍ତି ଦେବେ। ଖାତାଦେଖା କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ମୂଲ୍ୟାୟନ ପରେ କେନ୍ଦ୍ରରୁ ଅନ୍‌ଲାଇନରେ ମାର୍କ ପୋଷ୍ଟିଂ କରାଯିବ। ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଉପସଭାପତି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। ଏପ୍ରିଲ୍ ଶେଷ ସପ୍ତାହ କି ମେଁ ପ୍ରଥମ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । 

fallback

Also Read : Cuttack News: କ୍ରିକେଟ ଖେଳରୁ ହତ୍ୟାକାଣ୍ଡ,‘ନୋ ବଲ’ କହିଲେ ବୋଲି ଅମ୍ପେୟାରର ଜୀବନ ନେଇଗଲା ଖେଳାଳି

Also Read : Kandhamal News: ବିଦ୍ୟାଳୟରେ ଶ୍ରମିକ ହୋଇ କାମ କରୁଥିଲେ ଛାତ୍ର, ଅସାବଧାନତା ହେତୁ ମଳଦ୍ୱାରରେ ପଶିଗଲା ଶାବଳ

ଚଳିତ ବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ସେହି ମାସ ୨୦ ତାରିଖରେ ଶେଷ ହୋଇଥିଲା । ସୂଚନା ଯୋଗ୍ୟ, ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁ‌ଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ନକ୍ସଲ ପ୍ରବଣ ଅଂଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଥିଲା । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ଦିଆଯାଇଥିଲା । ପ୍ରଶ୍ନ ପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଡ୍ୟୁଟିରେ ପଡିଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ମୋବାଇଲ ବନ୍ଦ ରଖିବେ ବୋଲି ଚଳିତ ଥର ନିର୍ଦ୍ଦେଶ ଦିଆଯାଇଥିଲା। 

ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଡାଏରୀ ଓ ଦୁଇଟି କ୍ୟାଲେଣ୍ଡରର ବନ୍ଦୋବସ୍ତ କରାଯାଇଛି । ଏଥିନେଇ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଥିଲା । ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୁସ୍ତକଗୁଡ଼ିକୁ ଗୁଜରାଟ, ତାମିଲନାଡୁ, ଆନ୍ଦ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଇତ୍ୟାଦି ରାଜ୍ୟକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ରାଜ୍ୟ ଭିତରର ଜିଲ୍ଲାଗୁଡ଼ିକୁ ଅଢେଇ କୋଟିରୁ ଊଦ୍ଧ୍ୱର୍ ପୋଷ୍ଟର ପଠାଯାଇଥିଲା । ଆସନ୍ତା ୩ ତାରିଖରୁ ନୂଆ ସେସନ ପାଠପଢା ଆରମ୍ଭ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ପୁସ୍ତକ ପଠାଯିବାର ବ୍ୟବସ୍ଥା କରାଯାଇଛି ।

Also Read : Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ

​Also Read : Weird News: ଏମିତି ଏକ ଗାଁ, ଯେଉଁଠାରେ ମଣିଷ ନୁହେଁ ଚାଲେ ଭୂତପ୍ରେତଙ୍କ ରାଜ୍ !