Crime News: ଦୁଷ୍କର୍ମ ପରେ ରକ୍ତସ୍ରାବ, ଅଢେଇ ଘଣ୍ଟା ଧରି ସାହାଯ୍ୟ ମାଗିଲା ନାବାଳିକା ହେଲେ...
Advertisement
Article Detail0/zeeodisha/odisha1890212

Crime News: ଦୁଷ୍କର୍ମ ପରେ ରକ୍ତସ୍ରାବ, ଅଢେଇ ଘଣ୍ଟା ଧରି ସାହାଯ୍ୟ ମାଗିଲା ନାବାଳିକା ହେଲେ...

Ujjain Minor Rape: ଦୁଷ୍କର୍ମ ପରେ ନାବାଳିକା ଜଣକ ରାସ୍ତାରେ ବୁଲି ବୁଲି ସାହାଯ୍ୟ ମାଗିଥିଲେ ଶେଷରେ ସେ ଏକ ଆଶ୍ରମରେ ପହଞ୍ଚିଥିଲେ ।

Crime News: ଦୁଷ୍କର୍ମ ପରେ ରକ୍ତସ୍ରାବ, ଅଢେଇ ଘଣ୍ଟା ଧରି ସାହାଯ୍ୟ ମାଗିଲା ନାବାଳିକା ହେଲେ...

Crime News: ଏକ ଲଜ୍ୟାଜନକ ଖବରକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଘଟଣାଟି ଉଜନରେ ଦେଖିବାକୁ ମିଳିଛି । ଜଣେ ୧୨ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହେବାପରେ ଅର୍ଦ୍ଧଲଗ୍ନ ଅବସ୍ଥାରେ ସହାୟତା ଲୋଡିଥିଲା କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ବିଷୟ ଯେ, କୌଣସି ଲୋକ ତାକୁ ସାହାଯ୍ୟ କରିନଥିଲେ ବରଂ ନିର୍ଦ୍ଦୟ ଭାବରେ ଠେଲି ଦେଇଥିଲେ । ଘଟଣାର ପୁରା ଚିତ୍ର ସିସିଟିଭି କ୍ୟାମେରା (CCTV Camera) ମାଧ୍ୟମରେ ରେକର୍ଡ ହୋଇଛି । ମଧ୍ୟପ୍ରଦେଶର ଉଜନ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ବାଦନାଗର ରୋଡରେ ଏହି ଘଟଣା ଘଟିଛି ।

ଝିଅଟିକୁ ପ୍ରବଳ ଯନ୍ତ୍ରଣା ହେଉଥିବାରୁ ତାକୁ ତୁରନ୍ତ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପୋଲିସ୍ ପକ୍ଷରୁ ଝିଅଟିକୁ ରକ୍ତ ଦାନ (Blood donation) କରାଯାଇଥିଲା । ବର୍ତ୍ତମାନ ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି କୁହାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଝିଅଟିର ନାମ, ଠିକଣା ଜାଣିବାକୁ ଚେଷ୍ଟା କରିଥିଲା । ଏଥିସହ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ଆକ୍ରମଣ ତଥା ଦୁଷ୍କର୍ମ ମାମଲା ପଞ୍ଜୀକୃତ କରିଥିଲା ପୋଲିସ । ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (POCSO) ଅଧିନିୟମକୁ ଆବେଦନ କରିଥିଲା। ଅପରାଧୀଙ୍କ ଚିହ୍ନଟ କରିବା ପାଇଁ ଉଜନ ପୋଲିସ ମୁଖ୍ୟ ସଚିନ ଶର୍ମା ସ୍ପେଶାଲ୍ ଆକ୍ସନ ନେଇଥିଲେ । ସେ ତୁରନ୍ତ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ ଘୋଷଣା କରିଥିଲେ। ଯଦି କୌଣସି ପ୍ରାସଙ୍ଗିକ ସୂଚନା ଥାଏ ତେବେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ସେ ଜନସାଧାରଣଙ୍କୁ ଅବଗତ କରିଛନ୍ତି।

ସୂଚନା ମୁତାବକ, ଦୁଷ୍କର୍ମ ପୀଡିତା ନାବାଳିକାକୁ ପୋଲିସ ପଚରା ଉଚରା କରି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେ ନିଜର ସମ୍ପୂର୍ଣ୍ଣ ପରିଚୟ ଦେଇପାରିନଥିଲେ । କିନ୍ତୁ ଯାହା ସୂଚନା ମିଳିଛି ପୀଡିତା ନାବାଳିକାଙ୍କ ଘର ଉତ୍ତରପ୍ରଦେଶ ସ୍ଥିତ ପ୍ରୟାଗରାଜ (Prayagraj) । ଏପରି ଏକ ଦୁଃଖଦ ଖବର ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି ହେଉଥିବାଲ ହିଂସା ତଥା ଅତ୍ୟାଚାର ସମ୍ପର୍କ (Violence and oppression)ରେ ପ୍ରମାଣ ଦେଇଛି । ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ ଭାଇରାଲ୍ ହେବାପରେ ପୂର୍ବତନ ସାଂସଦ ସିଏମ, ରାଜ୍ୟ କଂଗ୍ରେସ ସଭାପତି କମଲ ନାଥ (kamal nath Member of the Madhya Pradesh Legislative Assembly), ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଘଟଣାର କଡା ନିନ୍ଦା କରିଛନ୍ତି । ଦୁଷ୍କର୍ମ ପୀଡିତାଙ୍କ ଉପଯୁକ୍ତ ଚିକିତ୍ସା ସହିତ ପୀଡିତାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ୨୦୧୯ ରୁ ୨୦୨୧ ମଧ୍ୟରେ ନାରୀ ନିଖୋଜ (Missing cases) ହେବାର ସର୍ବାଧିକ ରେକର୍ଡ ଅଭିଯୋଗ ହୋଇଛି। ଏଥିସହିତ ମଧ୍ୟପ୍ରଦେଶରେ ୨୦୨୧ ମସିହାରେ ଦେଶରେ ସର୍ବାଧିକ ଦୁଷ୍କର୍ମ ଘଟଣା ରେକର୍ଡ କରାଯାଇଥିଲା । ଜାତୀୟ ଅପରାଧ ରେକର୍ଡ ଅନୁଯାୟୀ ୬,୪୬୨ ମାମଲା ରହିଛି । ଉକ୍ତ ଘଟଣାରେ ୫୦ପ୍ରତିଶତରୁ ଅଧିକ ନାବାଳିକାଙ୍କୁ ଟାର୍ଗେଟ୍ କରାଯାଇଥିଲା । ଅର୍ଥାତ ପ୍ରତ୍ୟକ ଦିନ ପ୍ରାୟ ୧୮ଟି ଦୁଷ୍କର୍ମ ଅଭିଯୋଗ ରହିଥିଲା ।

Also Read- ୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା

Also Read- ବାପା କିଣିଲେ ସେକେଣ୍ଡ ହ୍ୟାଣ୍ଡ୍ ସାଇକେଲ୍, ଖୁସିରେ ନାଚିଲା ପୁଅ, ଦେଖନ୍ତୁ ଭିଡିଓ