Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ
Advertisement

Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ

Road Accident: ବାଟରେ ଛକି ବସିଥିଲା ଯମ । ସବୁକିଛି। ଭୟଙ୍କର ସଡକ ଦୁର୍ଘଟଣାରେ(Road Accident) ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ,ମୃତଦେହ ଗୁଡିକ ରାସ୍ତାରେ ଖଣ୍ତ ବିଖଣ୍ତିତ ଅବସ୍ଥାରେ ପଡିଥିଲା। ଏହି ଭୟଙ୍କର ସଡକ ଦୁର୍ଘଟଣାକୁ ଯିଏ ପାଖରୁ ଦେଖିବ ସିଏବି ନିଜ କୋହ ସମ୍ଭାଳିପାରିବନି। ଗ୍ୟାସ୍ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବାରୁ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ବାଟରେ ଛକି ବସିଥିଲା ଯମ । ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁକିଛି। ଭୟଙ୍କର ସଡକ ଦୁର୍ଘଟଣାରେ(Road Accident) ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ,ମୃତଦେହ ଗୁଡିକ ରାସ୍ତାରେ ଖଣ୍ତ ବିଖଣ୍ତିତ ଅବସ୍ଥାରେ ପଡିଥିଲା। ଏହି ଭୟଙ୍କର ସଡକ ଦୁର୍ଘଟଣାକୁ ଯିଏ ପାଖରୁ ଦେଖିବ ସିଏବି ନିଜ କୋହ ସମ୍ଭାଳିପାରିବନି। ଗ୍ୟାସ୍ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବାରୁ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ଲିଲାପୁର ଥାନା ଅଞ୍ଚଳରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି(road accident in Pratapgarh) । 

Also Read: Horoscope Today 11 July 2023: ଆଜି ବିପଦରେ ପଡ଼ିପାରନ୍ତି ଏହି ୪ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ସୂଚନା ଅନୁସାରେ, ସୋମବାର ଦିନ ଏକ ଅଟୋରେ  ୧୬ ଜଣ ଯାତ୍ରୀ ଲକ୍ଷ୍ନୌକୁ କୌଣସି ଏକ କାମରେ ଯାଉଥିଲେ। ଅଟୋଟି ଲକ୍ଷ୍ନୌ-ବାରଣାସୀ ରାସ୍ତାରେ ଯାଉଥିବା ବେଳେ ଲିଲାପୁର ଥାନା ଅଞ୍ଚଳ ପଟୁ  ଦୃତଗତିରେ ଆସିଥିବା ଏକ  ତେଲ ଟ୍ୟାଙ୍କର ଅଟୋ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋରେ ଥିବା ଯାତ୍ରୀଙ୍କ ସହିତ ଚାଳକଙ୍କର ମୃତ୍ୟୁ ଘଟିଥିଲା । ଏପରିକି ରାସ୍ତାରେ ଯାଉଥିବା ଆଉ କିଛି ଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା। ଫଳରେ ଏଥିରେ ଆଉ କିଛି ଲୋକେ ଆହତ ହୋଇଥିଲେ । ତେବେ, ରାସ୍ତାରେ ଆହତ ଯାତ୍ରୀଙ୍କ ଚିକ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡି ଆସିଥିଲେ । ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇଛି । ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହ ଗୁଡିକ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।  ଏ-ହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର, ଏସପି ସତ୍ୟପାଲ ଆଣ୍ଟିଲ, ଏଏସପି ରୋହିତ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦାରଖ କରିଥିଲେ। ସେପଟେ ଏହି ଦୁର୍ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath )ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏବଂ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ସେହିପରି ନିକଟରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାରେ ଘଟିଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ବିଜୟଓ୍ବାଡାର ଏକ ପରିବାର ତିରୁପତି ଦର୍ଶନ ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାକୁ ଆସିଥିଲେ। ମନ୍ଦିରେ ଦର୍ଶନ କରି ଭଗବାନଙ୍କ କୃପା ଲାଭ କରି ଫେରୁ ଥିଲେ। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ସହ ଘଟିଗଲା ବଡ ଅଘଟଣ । ସେମାନଙ୍କ କାରଟି ତିରୁପତି ଜିଲ୍ଲାର ମିଟା କାଣ୍ତ୍ରିଗା ଗାଁ ନିକଟରେ ପହଞ୍ଚି ଥିବା ବେଳେ  ଏକ ଟ୍ରକ୍ ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କାର ଭିତରେ ଥିବା ୭ ସଦସ୍ୟଙ୍କ ଭିତରୁ ୬ ଜଣଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ଏହି ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲା ୧୬ ବର୍ଷର ନାବାଳକ । ନିଜ ବାପା, ମାଆ, ତିନି ଭଉଣୀ ଓ ଗୋଟିଏ ଭାଇକୁ ହରାଇ ଭାଙ୍ଗି ପଡିଛି ୧୬ ବର୍ଷର ନାବାଳକ । ତେବେ, ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ କାଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏବଂ ଆହତ ଜଣଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଏବଂ କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ ।