ମୋହନ ବନାମ ନବୀନ: ୧୦ ପ୍ରମୁଖ ବିନ୍ଦୁ ଯାହା ଆପଣଙ୍କୁ ମୋହନଙ୍କୁ ନବୀନଙ୍କଠାରୁ ଅଲଗା କରିବାରେ ସହାୟକ ହେବ
Advertisement
Article Detail0/zeeodisha/odisha2290005

ମୋହନ ବନାମ ନବୀନ: ୧୦ ପ୍ରମୁଖ ବିନ୍ଦୁ ଯାହା ଆପଣଙ୍କୁ ମୋହନଙ୍କୁ ନବୀନଙ୍କଠାରୁ ଅଲଗା କରିବାରେ ସହାୟକ ହେବ

ଚବିଶ ବର୍ଷର ଏକ ଗଡ଼ ଭାଙ୍ଗି ବିଜେପି ରାଜ୍ୟରେ ଶାସନ କ୍ଷମତା ପାଇଛି। ଜଣେ ଆଦିବାସୀ, ତୃଣମୂଳସ୍ତରରର ନେତାଙ୍କୁ ପ୍ରଥମ ଏକକ ସରକାରରେ ଅଭିଷିକ୍ତ କରିବାକୁ ଯାଉଛି। ଏହିକ୍ରମରେ ସେ କିପରି ପୂର୍ବ ଶାସନଠୁ ନିଜକୁ ଅଲଗା କରିପାରିବେ, କ’ଣ ରହିବା ତାଙ୍କ ଆଗରେ ଆହ୍ୱାନ, କେମିତି ସେ ଭିନ୍ନ ନବୀନଙ୍କଠାରୁ... ପଢ଼ନ୍ତୁ ନିମ୍ନ ୧୦ ବିନ୍ଦୁ...

ମୋହନ ବନାମ ନବୀନ: ୧୦ ପ୍ରମୁଖ ବିନ୍ଦୁ ଯାହା ଆପଣଙ୍କୁ ମୋହନଙ୍କୁ ନବୀନଙ୍କଠାରୁ ଅଲଗା କରିବାରେ ସହାୟକ ହେବ

ଚବିଶ ବର୍ଷର ଏକ ଗଡ଼ ଭାଙ୍ଗି ବିଜେପି ରାଜ୍ୟରେ ଶାସନ କ୍ଷମତା ପାଇଛି। ଜଣେ ଆଦିବାସୀ, ତୃଣମୂଳସ୍ତରରର ନେତାଙ୍କୁ ପ୍ରଥମ ଏକକ ସରକାରରେ ଅଭିଷିକ୍ତ କରିବାକୁ ଯାଉଛି। ଏହିକ୍ରମରେ ସେ କିପରି ପୂର୍ବ ଶାସନଠୁ ନିଜକୁ ଅଲଗା କରିପାରିବେ, କ’ଣ ରହିବା ତାଙ୍କ ଆଗରେ ଆହ୍ୱାନ, କେମିତି ସେ ଭିନ୍ନ ନବୀନଙ୍କଠାରୁ... ପଢ଼ନ୍ତୁ ନିମ୍ନ ୧୦ ବିନ୍ଦୁ...

 

1.ଆଦିବାସୀ ପୁଅ: ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜଣେ ସାଧାରଣ ଆଦିବାସୀ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜଣେ ଓ୍ୱାଚମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ସେ ଜଣେ ସ୍ୱୟଂ ସେବକ ଏବଂ ତୃଣମୂଳର ନେତା ତଥା ବିଧାୟକ ଭାବେ କାର୍ଯ୍ୟ କରୁଥିଲେ।

2.ମୁଖ୍ୟମନ୍ତ୍ରୀଙ୍କ ପୁଅ: ଅପରପକ୍ଷେ ନବୀନ ଜଣେ ଉଚ୍ଚ ସମ୍ଭ୍ରାନ୍ତ ଶ୍ରେଣୀର ନାଗରିକ। ତାଙ୍କ ପଛରେ ପାଇଲଟ ପିତା, ମାତା ତଥା ବିଦେଶରେ ରହିବା, ପାଠ ପଢ଼ିବାର ଅଭିଜ୍ଞତା ରହିଛି। ବାପା ବିଜୁ ପଟ୍ଟନାୟକଙ୍କୁ ସାରା ଓଡ଼ିଶା ପ୍ରବାଦ ପୁରୁଷ ଭାବେ ଗ୍ରହଣ କରେ। ଦେଶର ସ୍ୱାଧୀନତା ଆନ୍ଦୋଳନ ହେଉ ଅବା ପୁଣି ବୈଦେଶିକ ସମ୍ପର୍କରକ୍ଷାରେ ପଣ୍ଡିତ ନେହରୁଙ୍କୁ ସହାୟକ ହେବାରେ ସେ ଥିଲେ ଜଣେ ଖ୍ୟତନାମା ଓଡ଼ିଆ।

3.ତୃଣମୂଳ ନେତା: ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୋହନଙ୍କ ପାଖରେ ରହିଛି ସରପଞ୍ଚ, ବିଧାୟକ ଭାବେ କାର୍ଯ୍ୟ କରିବାର ଅନୁଭୂତି। କିନ୍ତୁ ନବୀନଙ୍କ ପାଖରେ ତାହା ନଥିଲା।

4.ଓଡ଼ିଆ ଭାଷା, ସାନ୍ତାଳି ସଂସ୍କୃତି: ନବୀନ ପଟ୍ଟନାୟକ ଓଡ଼ିଶା ଆସିବା ପରେ ଓଡ଼ିଆରେ ଦସ୍ତଖତ କରିବାଠାରୁ ଆରମ୍ଭ କରି କହିବା ଯାଏ ଶିଖିଥିଲେ। ମୋହନ ଜଣେ ସାନ୍ତାଳି ସଂସ୍କୃତି ଓ ଭାଷା ସମ୍ପନ୍ନ ବ୍ୟକ୍ତି। ସାନ୍ତାଳ ଭାଷା ସହ ସେ ଓଡ଼ିଆରେ ଯଥେଷ୍ଟ ପ୍ରବୀଣ।

5.ପ୍ରଭାବ ସର୍ବସମ୍ମତି: ନବୀନଙ୍କ ଖାନଦାନୀ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ତତ୍‍କାଳୀନ ରାଜନେତାମାନେ ନିଜ ଭିତରେ ବିଭ୍ରାନ୍ତକୁ ଦୂର କରିବା ପାଇଁ ନବୀନଙ୍କୁ ନେତା ଭାବେ ବାଛିଥିଲେ। ପରେ ସେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ମୋହନ ସାଧାରଣ ପ୍ରକ୍ରିୟାରେ ନିର୍ବାଚନ ଜିତିବା ପରେ ବିଧାୟକ ଦଳଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ନେତା ବିବେଚିତ ହୋଇଛନ୍ତି।

6.ସଂଖ୍ୟା ଗଣିତ:  ୨୦୧୯ ନିର୍ବାଚନରେ ବିଜେପିଠାରୁ ଦୂରେଇବା ପରେ ବିଜେଡି ଏକାକୀ ୧୧୨ ଆସନରେ ଜିତିଥିଲା। ସେତେବେଳେ ବିଜେପି ବିରୋଧୀ ଦଳ ଭୂମିକା ବି ଲାଭ କରିପାରି ନଥିଲା। କିନ୍ତୁ ଏଥର ବିଜେପି ସରକାର କରୁଥିଲେ ବି ଏହା ପାଖରେ ୮୧ ଆସନରେ ସମର୍ଥନ ରହିଛି। ୭୮ ନିଜସ୍ୱ ଚିହ୍ନରେ ଜିତିଥିବା ବିଧାୟକଙ୍କ ସହ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।

7.କେନ୍ଦ୍ରୀଭୂତ କ୍ଷମତା: ଦଳରେ ହେଉ ବା ସରକାରକୁ ନିୟନ୍ତ୍ରଣ କରିବା ପାଇଁ ନବୀନ ଏକକୀ କ୍ଷମତାପନ୍ନ ଥିଲେ। ହେଲେ ଏଠାରେ ମୋହନ କେବଳ ରାଜ୍ୟର ମୁଖ୍ୟମନ୍ତ୍ରୀ। ପୁଣି ସରକାରରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ବି ରହିଛନ୍ତି। ସେହିପରି ସେ ଦଳର ସଭାପତି ନୁହଁନ୍ତି। ଅର୍ଥାତ୍‍ କେବଳ ନିଜର ବ୍ୟକ୍ତିତ୍ୱ ଦ୍ୱାରା ହିଁ ସେ ଅନ୍ୟକୁ ପ୍ରଭାବିତ କରିପାରିବେ। ନବୀନଙ୍କଠାରୁ ସେ ହେବେ କମ୍‍ କ୍ଷମତାଶାଳୀ।

 

8.ଅମଲାତନ୍ତ୍ରିକ ବ୍ୟବସ୍ଥା: ନବୀନଙ୍କ ସରକାର ସମୟରେ ଅମଲାତନ୍ତ୍ରୀଙ୍କ ବିଶେଷ କ୍ଷମତାକୁ ଲୋକେ ଅନୁଭବ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ନିର୍ବାଚନ ପରିଚାଳନାରେ ବି ସମ୍ପୃକ୍ତ ଥିବା ପରୋକ୍ଷରେ ପ୍ରମାଣିତ ହୋଇଛି। ମୋହନଙ୍କ ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ ରହୁଥିବାରୁ କ୍ଷମତା ବିକେନ୍ଦ୍ରୀକରଣ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଅମଲାତାନ୍ତ୍ରିକ ବ୍ୟବସ୍ଥା ପ୍ର କାର୍ଯ୍ୟକାରୀ ହେବ ନାହିଁ ବୋଲି ଆଶା କରାଯାଉଛି। 

 

9.ଯୋଜନା ଆହ୍ୱାନ: ନବୀନଙ୍କ ସମୟରେ ବାତ୍ୟା ପ୍ରପୀଡ଼ିତ ଓଡ଼ିଶାର ପୁନର୍ଗଠନ, ଦାରିଦ୍ର୍ୟ ଦୂରୀକରଣ, ଆଇନଶୃଙ୍ଖଳା ପରିସ୍ଥିତି ଆଦି ଆହ୍ୱାନ ଥିଲା। ମୋହନଙ୍କ ଆଗରେ ରହିଛି ନବୀନଙ୍କ ପ୍ରତିଛବି ଆଗରେ ନିଜର ଏକ ବିଶାଳ ପ୍ରତିଚ୍ଛବି ସୃଷ୍ଟି। ଏହା ସହ ରହିଛି ମୋହନଙକ୍ ଆଗରେ ନବୀନଙ୍କ ଶାସନ ସମୟରେ ପ୍ରଚଳିତ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ଲୋକପ୍ରିୟ ଯୋଜନାସବୁ ବଳିଷତ୍ଠ ଆହ୍ୱାନ ସୃଷ୍ଟି କରିବ।

 

10. ସଂଗଠନ ନିର୍ବାଚନ: ସବୁଠାରୁ ବଡ଼ କଥା ହେଉଛି ନିର୍ବାଚନରେ ବିଜୟ ଲାଗି ପ୍ରସ୍ତୁତି। ବିଜୁ ଜନତା ଦଳ ଗୋଟିକ ପରେ ଗୋଟିଏ ନିର୍ବାଚନ ଜିତିବା ଲାଗି ପ୍ରସ୍ତୁତି ପଥରେ ସବୁବେଳେ ଥାଏ। ରାଜ୍ୟ ବିଜେପି ସେହି ମାର୍ଗରେ ଯିବା ଲାଗି ମୋହନ ଅଧିକ ବ୍ରତୀ ହେବା ବି ଆବଶ୍ୟକ ପଡ଼ିବ। କାରଣ ନବୀନଙ୍କ ସମୟରେ ନିର୍ବାଚନ ପରାଜୟ ଦଳର ପରାଜୟ ହେଉଥିଲା ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡାଇବାକୁ ପଡ଼ିପାରେ।