Gold and Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ନୂଆ ଦର
Advertisement
Article Detail0/zeeodisha/odisha1799639

Gold and Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ନୂଆ ଦର

Gold and Silver Price Today:  ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ସୁନା ଓ ରୂପା  ! ଉଭୟ ଧାତୁର ଦର କ୍ରମାଗତ ଭାବେ ଗତକିଛି ଦିନ ହବ ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ପକେଟକୁ ଭାରି ବାଧୁଛି ଏହି ଦର  । ଏଠାରେ ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଓ ରୂପା ଦର। ପଢନ୍ତୁ ପୂରା ରିପୋର୍ଟ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Gold and Silver Price Today: ବାହାଘର ସିଜିନ ନ ଥିଲେବି ସୁନା ଦର (Gold and Silver Price) କମିନାହିଁ।  ଉଭୟ ଧାତୁର ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଗ୍ରାହକଙ୍କ ପକେଟକୁ ଭାରି ବାଧୁଛି । ତେବେ, ଆଗକୁ ଫେଷ୍ଟିଭାଲ ସିଜିନ ଆରମ୍ଭ ହେବାକୁ ଥିବାକୁ ସୁନା (10 gram gold) ଓ ରୂପା ଦର (Silver Price) ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯଦି ଆପଣ ସୁନା  କିମ୍ବା ରୂପା ଅଳଙ୍କାର ତିଆରି କରିବାକୁ ଚାହୁଁଛନ୍ତି ବା କିଣିବାକୁ ଚାହୁଛନ୍ତି । ତେବେ, ଆଜି ଯଥାଶିଘ୍ର ଏହି କାମ ସମ୍ପନ୍ନ କରନ୍ତୁ କାରଣ ଦେଶରେ ଉଭୟ ଧାତୁର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଆଗକୁ ବାହାଘର ସିଜିନ୍ ଆସୁଥିବାରୁ ସୁନା ଓ ରୂପା ଅଧିକ ମହଙ୍ଗା ହେବ (Gold and Silver Price)  । ଆଜି ସୁନା ଓ ରୂପା ଦର ଖସିଛି । ଏଠାରେ ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଓ ରୂପା ଦର। ପଢନ୍ତୁ ପୂରା ରିପୋର୍ଟ....

Also Read: HBD Dhanush: ରାତାରାତି ଧନୁଷଙ୍କ ଭାଗ୍ୟ ବଦଳାଇ ଦେଇଥିଲା ଏହି ୬ଟି ଫିଲ୍ମ 

ଭାରତୀୟ ସରଫା ବଜାରରେ (Indian bullion market) ଚାହିଦା ବୃଦ୍ଧି ସହିତ ସୁନା ଓ ରୂପା ମୂଲ୍ୟ (Gold and Silver Price) ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ଶୁକ୍ରବାର  ସରଫା ବଜାରରରେ  ସୁନା ୧୦ ଗ୍ରାମ ପିଛା ୨୪ କ୍ୟାରେଟର ମୂଲ୍ୟ ୫୯,୭୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟର ମୂଲ୍ୟ ୫୪,୭୨୦ ଟଙ୍କା ରହିଛି। ସେହିପରି ରୂପାର ମୂଲ୍ୟ କିଲୋ ପିଛା ୭୪,୦୩୦.୦୦ ରହିଛି । 

ଭୁବନେଶ୍ୱର-ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରଗୁଡ଼ିକରେ ଏହା ହେଉଛି ସୁନା ଓ ରୂପା ଦର: 

ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ (୨୨ କ୍ୟାରେଟ୍) ସୁନା ୧୦ ଗ୍ରାମ ପିଛା ୫୫,୨୫୦ ଟଙ୍କାରେ କାରବାର କରୁଛି । ୨୪ କ୍ୟାରେଟ୍ ସୁନା ଦଶ ଗ୍ରାମ ପିଛା ଏଠାରେ ୫୫,୬୦୦ ଟଙ୍କାରେ ଏଠାରେ ଉପଲବ୍ଧ । ସେହିପରି ୨୪ କ୍ୟାରେଟର ଦର ୧୦ ଗ୍ରାମ୍ ପ୍ରତି ୬୦,୨୬୦ ଟଙ୍କା ରହିଛି । ସେହିପରି ରୂପାର ଦର କିଲୋ ପିଛା ୭୬,୪୦୦ ଟଙ୍କା ଥିବା ବେଳେ ଗତକାଲି ଏହାର ଦର ୭୮,୪୦୦ ରହିଥିଲା । ସେହିପରି ଭୁବନେଶ୍ବରରେ ସୁନା ୨୨ କ୍ୟାରଟର ଦର ୧୦ ଗ୍ରାମ୍ ପ୍ରତି ୫୫,୧୦୦ ଟଙ୍କା ଥିବା ବେଳେ ଗତକାଲି ଏହି ଦର ୫୫,୪୫୦ ଥିଲା । ସୁନା ଦର ଆଜି ୩୫୦ ଟଙ୍କା ଦର ହ୍ରାସ ପାଇଛି। ସେହିପରି ଆଜି ୨୪ କ୍ୟାରଟ୍ ଦର ୧୦ ଗ୍ରାମ୍ ପ୍ରତି ୬୦,୧୧୦ ଟଙ୍କା ରହିଛି । ସେହିପରି ଏହି ଦର ଗତକାଲି ୬୦,୪୯୦ ଥିଲା। ତେବେ, ଏଠାରେ ଆମେ କହି ରଖୁଛୁ ଯେ, ଆଜି ସୁନା ଦରରେ ୩୮୦ ଟଙ୍କା କମିଛି।  ସେହିପରି ରୂପା ଦର କିଲୋପ୍ରତି ଗତକାଲି ୮୧,୫୦୦ ଥିଲା ବେଳେ ଆଜିର ଦର ୭୯,୫୦୦ ରହିଛି। 

କିପରି ଜାଣିବେ ସୁନାର ନୂଆ ଦାମ୍?
କହି ରଖୁଛୁ ଯେ ଆପଣ ଘରେ ବସି ଏହି ଦରଗୁଡ଼ିକୁ ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଏହି ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ଦର ଚେକ୍ କରିପାରିବେ ।