Top 10 News Today:ବିଧାୟକଙ୍କ ଉପରକୁ ଆକ୍ରମଣ, ଅଦାନୀଙ୍କୁ ଅଭିଯୁକ୍ତ ସଜାଇଲା ଆମେରିକା ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2523496

Top 10 News Today:ବିଧାୟକଙ୍କ ଉପରକୁ ଆକ୍ରମଣ, ଅଦାନୀଙ୍କୁ ଅଭିଯୁକ୍ତ ସଜାଇଲା ଆମେରିକା ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ବିଧାୟକଙ୍କ ଉପରକୁ ଆକ୍ରମଣ, ଅଦାନୀଙ୍କୁ ଅଭିଯୁକ୍ତ ସଜାଇଲା ଆମେରିକା ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରକୁ ଆକ୍ରମଣ ଅଭିଯୋଗ
ଯାଜପୁର ସହରର ବୁଢ଼ାପୋଲଠାରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଧର୍ମଶାଳା ବିଧା୍ରୟକ କୌଣସି ବୈଂଠକରେ ଯୋଗ ଦେବା ଲାଗି ଯାଉଥିବା ବେଳେ ହଠାତ୍‍ କିଛି ଯୁବକ ତାଙ୍କ ଉପରକୁ ଢେଙ୍ଗାରେ ଆକ୍ରମଣ କରିବାକୁ ଆସିଥିଲେ। ଏହି ସମୟରେ ବିଧାୟକଙ୍କୁ ଗାଡ଼ି ଭତରେ ଥିବା ଦେଖି ମଧ୍ୟ ସେମାନେ ବିଧାୟକଙ୍କ କାର୍‍ ଉପରକୁ ଆକ୍ରମଣ କରିବା ସହ ତାଙ୍କ ଚେନ୍‍ ଛିଣ୍ଡାଇ ନେଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ  ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି। ଏପରିକି ତାଙ୍କ ଭାଇ ଏହି ଘଟଣାରେ ସିଧାସଖ ସମ୍ପୃକ୍ତ ଥିବା କୁହାଯାଉଛି।

ଅଭିଯୋଗ ଖଣ୍ଡନ କଲେ ବବି
ପୂର୍ବତନ ବିଧାୟକ ଶ୍ରୀ ଦାସ ଏହି ଘଟଣାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେ ହୁଅନ୍ତୁ ବା ତାଘଙ୍କ ପରିବାର କେହି ହିଂସାକୁ ବିଶ୍ୱାସ କରନ୍ତି ନାହିଁ। ‘ମୋ ଭାଇ ଏହି ଘଟଣାରେ ସମ୍ପୃକ୍ତ ନାହିଁ। ଏଣୁ ମୁଁ ଭାଇକୁ କହିଛି ସେ ରାତି ସାରା ଥାନାରେ ବସିବ। ଘଟଣା ସମ୍ପର୍କରେ ହିମାଂଶୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ”ବୁଧବାର ଡିଡିଏମ୍‌ଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲି। ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା, ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ। ସେମାନଙ୍କ ନିକଟରେ ରଡ୍‌, ଠେଙ୍ଗା ଥିଲା।

ଆମେରିକା କୋର୍ଟରେ ଆଦାନୀ ଅଭିଯୁକ୍ତ
ଭୁବନେଶ୍ୱର: ଭାରତର ପ୍ରମୁଖ ଶିଳ୍ପାନୁଷ୍ଠାନ ଆଦାନୀ ବିରୁଦ୍ଧରେ ପୁଣି ବିଦେଶରେ ଚର୍ଚ୍ଚା ହୋଇଛି। ଏହି କମ୍ପାନୀ  ଆମେରିକାର ସରକାରୀ ଅଧ଼ିକାରୀଙ୍କୁ ଲାଞ୍ଚ ଦେଇ ବିଦେଶୀ ନିବେଶ ହାସଲ ପାଇଁ ଚେଷ୍ଟା କରିଥିବା  କୋର୍ଟରେ ଅଭିଯୋଗ ହୋଇଛି। ଏପରିକି ଏଥିରେ କୋଟି କୋଟି ଡଲାର କାରବାର ପାଇଁ ପ୍ରତିଶୃତି ଦିଆଯାଇଥିବା  କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଲାଇଭ୍‍ ଲ’ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାର ‘ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀ ଏବଂ ତାଙ୍କ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ସେଠା ସରକାରରେ ଥିବା ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଛନ୍ତି’। 

ଫେବୃଆରୀ ୧୫ରୁ ସିବିଏସଇ ବୋର୍ଡ ଏବଂ ଦ୍ୱାଦଶ ପରୀକ୍ଷା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ। ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦଶମ ପରୀକ୍ଷା ସୂଚୀ ଅନୁସାରେ ୧୫ ତାରିଖରେ ଇଂରାଜୀ, ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସୋସିଆଲ ସାଇନ୍ସ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୩ରେ ହୋମ ସାଇନ୍ସ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୩ରେ ହୋମ ସାଇନ୍ସ, ୧୭ରେ ଓଡ଼ିଆ ଓ ୧୮ରେ କମ୍ପ୍ୟୁଟର ସାଇନ୍ସ,/ଆଇଟି/ଏଆଇ ପରୀକ୍ଷା ରହିଛି। 

ଆସୁଛି ଆଉ ଏକ ବାତ୍ୟା !
ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ଘନେଇଛି। ୨୬ ତାରିଖ ବେଳକୁ  ଏଠାରେ ଏକ ବାତ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଓଡି଼ଶାରେ ଏହାର ପ୍ରଭାବ ରହିବ ନାହିଁ।  ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ  ଏହି ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି,  ସୁମାତ୍ରା ପାଖ ଦକ୍ଷିଣ  ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହେବ। ୨୨ ତାରିଖରେ ଲଘୁଚାପର ରୂପ ନେଇପାରେ।  ୨୪ ରେ ଅବପାତରେ ପରିଣତ ହେବେ।  ପରବର୍ତ୍ତୀ ୪୮ ଘଣ୍ଟା ବା ୨୬ ତାରିଖ ସୁଧା ଏହା ବାତ୍ୟାରେ ପରିଣତ ହୋଇପାରେ। ୨୯ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁପାରେ।  ତେବେ, ଓଡି଼ଶା ଉପରେ ଏହି ଲଘୁଚାପର ପ୍ରଭାବ ପଡିବ ନାହିଁ। 

ମତାମତ ଲୋଡିଲେ ସରକାର
ପ୍ରଥମଥର ପାଇଁ  ସରକାରୀ କାର୍ଯ୍ୟାଳୟକୁ ଲୋକଙ୍କ ଆବଶ୍ୟକତା ଅନୁସାରେ ସଜାଡ଼ିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏହି ଉଦ୍ୟମ ଆରମ୍ଭ ହୋଇଛି ରାଜ୍ୟରେ ଥିବା ୩୧୩ଟି ସବ୍‍ରେଜିଷ୍ଟ୍ରାର୍‍ ଅଫିସରୁ। ଏସବୁ ଅଫିସରେ ଜମିଜମା ପଞ୍ଜିକରଣ  ହୋଇଥାଏ। ଏସବୁ କାର୍ଯ୍ୟାଳୟକୁ ସିସିଟିଭି ନିରୀକ୍ଷଣରେ ରଖାଯିବା ଅବସରରେ ଲୋକଙ୍କ ଠାରୁ ତାଙ୍କ ମତାମତ, ପରାମର୍ଶ ଓ  ଅଭିଜ୍ଞତା ହାସଲ ପାଇଁ ସରକାର ସ୍ୱତନ୍ତ୍ର ଫିଡ୍‍ବ୍ୟାକ୍‍ ଫର୍ମ ବ୍ୟବସ୍ଥା କରିଛନ୍ତି। ଏହାଛଡ଼ା ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ମତାମତ ପଠାଇବା ଲାଗି ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ଆସିଲା ଦୁଇ ରାଜ୍ୟର ଏକଜିଟ ପୋଲ
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ଏଯାଏ ୮ଟି ସଂସ୍ଥା ସେମାନଙ୍କର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରିଛନ୍ତି। ଏହା ମଧ୍ୟରୁ ୩ଟି ସଂସ୍ଥାର କହିବା କଥା ଯେ ମହାରାଷ୍ଟ୍ରରେ ଝୁଲା ବିଧାନସଭା ହୋଇପାରେ। ଏପରି ସ୍ଥିତିରେ ସ୍ୱାଧୀନ କିମ୍ବା ଛୋଟ ଛୋଟ ଦଳର ବିଧାୟକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ୩ ସଂସ୍ଥା ଝୁଲା ବିଧାନସଭା କଥା କହିଥିଲେ ହେଁ ବିଜେପି ମେଣ୍ଟର ପଲ୍ଲା ଭାରି ରହିବ ବୋଲି ମଧ୍ୟ କହିଛନ୍ତି। 

କାନାଡା-ଆମେରିକା ଗୁପ୍ତଚର ଏଜେନ୍ସିର ଟାର୍ଗେଟରେ ପିଏମ ମୋଦୀ!
ଖାଲିସ୍ତାନୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କାନାଡା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛି। ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ଷଡ଼ଯନ୍ତ୍ର ବିଷୟରେ ନରେନ୍ଦ୍ର ମୋଦୀଙ୍କ ପାଖରେ ପୂର୍ବରୁ ସୂଚନା ଥିଲା ବୋଲି କାନାଡା ସୁରକ୍ଷା ଏଜେନ୍ସିମାନେ ମତ ଦେଇଛନ୍ତି। କାନାଡାରେ ଭାରତର ବୈଦେଶିକ ହସ୍ତକ୍ଷେପ କାର୍ଯ୍ୟର ଗୁପ୍ତଚର ମୂଲ୍ୟାଙ୍କନ ଉପରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଜାତୀୟ ସୁରକ୍ଷା ଅଧିକାରୀ ଏହି ଦାବି କରିଛନ୍ତି। ଗ୍ଲୋବ୍ ଆଣ୍ଡ ମେଲ୍ ରିପୋର୍ଟ ଅନୁଯାୟୀ ଏହି ଅଧିକାରୀ କହିଛନ୍ତି ଯେ କାନାଡିୟ ଏବଂ ଆମେରିକାର ଗୁପ୍ତଚରମାନେ ଖାଲିସ୍ତାନୀ ନିଜ୍ଜରଙ୍କ ହତ୍ୟାକୁ ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଡିଛନ୍ତି।

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ହରାଇ ଭାରତ ପୁଣି ଚାମ୍ପିୟନ
ପୁଣିଥରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚାଇନାକୁ ୧-୦ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ତୋଳିଥିଲା। ଏଥର ବିହାରରେ ଭାରତର ଫାଇନାଲ ଶିକାର ବନିଛି ଚାଇନା। ମୁଖ୍ୟକୋଚ ଭାବେ ହରେନ୍ଦ୍ର ସିଂହ ପ୍ରଥମ ଟାଇଟଲ ଜିତିବାକୁ ମଧ୍ୟ ସକ୍ଷମ ହୋଇଛନ୍ତି।