1. ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ଅନ୍ତ ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ୬ ମାସ ପର୍ଯ୍ୟନ୍ତ ଗାଜାକୁ ନେଇ ଆଉ ଯୁଦ୍ଧ ହେବ ନାହିଁ। ଇସ୍ରାଏଲ ପକ୍ଷରୁ ଅଟକ ଥିବା ପାଲେଷ୍ଟାଇନ୍ର ନାଗରିକଙ୍କୁ ମୁକ୍ତ କରାଯିବ। ଏହାସହ ହମାସ ମଧ୍ୟ ବନ୍ଦୀ ଇସ୍ରାଏଲ୍ ନାଗରିକଙ୍କୁ ଖଲାସ କରିବ। ଏହାସହ ଗାଜାରେ ଥିବା ପାଲେଷ୍ଟିନୀୟଙ୍କୁ ତାଙ୍କ ଘରକୁ ଯିବା ଏବଂ ସେଠାରେ ରହିବା ଲାଗି ଅନୁମତି ମିଳିବ। ଆଜି କ୍ୟାବିନେଟରେ ଏହି ଚୁକ୍ତିକୁ ପାରିତ କରିବ ଇସ୍ରାଏଲ୍। ରବିବାରଠାରୁ ଏହା କାର୍ଯ୍ୟକାରୀ ହେବ। ଆମେରିକାରେ ନୂଆ ରାଷ୍ଟ୍ରପତି ଆସିବା ପୂର୍ବରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଗ୍ରହଣ କରାଯାଉଛି। ଗତ ୧୫ ମାସ ହେଲେ ଏଠାରେ ଯୁଦ୍ଧ ଚାଲିଛି।
2. ଦେଶରେ କୁଳୀନ ତନ୍ତ୍ର ବା ଅଳ୍ପ ଲୋକଙ୍କ ଦ୍ୱାରା ଶାସନକୁ କବ୍ଜା କରିବାର ପ୍ରକ୍ରିୟା ବଢ଼ି ଚାଲିଛି ବୋଲି ସତର୍କ କରିଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍। ଭାରତୀୟ ସମୟରେ ଆଜି ସକାଳ ୬ଟାରେ ନିଜର ବିଦାୟୀ ଅଭିଭାଷଣ ରଖିଛନ୍ତି ବାଇଡେନ୍। ଏହି ଅଭିଭାଷଣରେ ସେ ଇସ୍ରାଏଲ-ହମାସ ମଧ୍ୟରେ ଚୁକ୍ତି ଲାଗି ନିଜର ପ୍ରଶାସନର ଭୂମିକାକୁ ସମର୍ଥନ କରିଛନ୍ତି।
3. ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ। ବୁଧବାର ରାତିରେ ଏହି ଆକ୍ରମଣ ହୋଇଥିବାର ସୂଚନା ରହିଛି। ତେବେ ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ଖବର ରହିଛି।
4. ତିନି ଭାରତୀୟ ଆଣବିକ ଅନୁଷ୍ଠାନ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି ଆମେରିକା ସରକାର। ଏହାଦ୍ୱାରା ଦୁଇ ଦେଶ ଭିତରେ ସମ୍ପର୍କରେ ଅବିବୃଦ୍ଧି ହେବ ଏବଂ କାରବାର ବଢ଼ିବ ବୋଲି ଆଶା କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବ୍ୟୁରୋ ଅଫ୍ ଇଣ୍ଡଷ୍ଟ୍ରୀ ଆଣ୍ଡି ସିକ୍ୟୁରିଟି ( ବିଆଇଏସ୍) ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି। ଅପରପକ୍ଷେ ୧୧ ଚୀନ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଯାଇଛି। କଟକଣା ହଟିଥିବା ଭାରତର ତିନି ଅନୁଷ୍ଠାନ ହେଉଛି ବାର୍କ, ଆଇଜିସିଏଆର୍ ଏବଂ ଭାରତୀୟ ରେୟାର ଆର୍ଥ ଲିମିଟେଡ୍।
5. ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ନେଇ ପୁଣିଥରେ ପରିବେଶ କଟକଣା ଜାରି କରାଯାଇଛି। ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳରେ ନବମଠୁ ଏକାଦଶ ଯାଏ ହାଇବ୍ରିଡ୍ ମଡେଲ୍ରେ ସ୍କୁଲ୍ ପରିଚାଳନା ଲାଗି କୁହାଯାଇଛି। ଅର୍ଥାତ୍ ଉଭୟ ଅନ୍ଲାଇନ୍ ଓ ଅଫ୍ ଲାଇନ୍ କ୍ଲାସ୍ ଅନୁଷ୍ଠିତ ହେବ। ଏହା ସହ ଗ୍ରାପ୍-୪ ପ୍ରତିବନ୍ଧକ ଲଗାଯାଇଛି।
6. ଓଡ଼ିଶାରେ ଲାଗୁ ହୋଇଛଇ ନୂଆ ଶିକ୍ଷାନୀତି। ଜାତୀୟ ଶିକ୍ଷାନୀତି ଆଧାରରେ ଏହହି ଶିକ୍ଷାନୀତି ଆସନ୍ତା ଶିକ୍ଷା ବର୍ଷରୁ ପ୍ରଣୟନ କରାଯିବ। ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରଥମେ ମୌଳିକ ପର୍ଯ୍ୟାୟରେ ଏହି ନୀତି ଲାଗୁ କରାଯିବା ପରେ ଧୀରେ ଧୀରେ ଅନ୍ୟ ଶ୍ରେଣୀକୁ ଏହା ପରିବ୍ୟାପ୍ତ ହେବ। ପାଠ୍ୟକ୍ରମରେ ସ୍ଥାନୀୟ ବିଷୟବସ୍ତୁକୁ ଏହି ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି।
7. ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଯୋଗ ଦେବା ଲାଗି ଅନେକ ସ୍ୱତନ୍ତ୍ର ଟ୍ରେନ୍, ବସ୍ ଓ ଉଡ଼ା ଜାହାଜ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏହା ଆକାଶଛୁଆଁ ହୋଇଛି। ଏପରିକି ଟ୍ରେନ ଓ ବିମାନ ଟିକଟ ମିଳୁ ନଥିବା ଅଭିଯୋଗ ହୋଇଛି। ଏଣୁ ବିମାନ ସଂଖ୍ୟଶ ଓ ବସ୍ ବ୍ୟବସ୍ଥା ବଢ଼ାଇବାକୁ ଦାବି ହୋଇଛି।
8. ଇଣ୍ଡସ୍ ଇଣ୍ଡ ବ୍ୟାଙ୍କ ସହ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ବିଏମ୍ସିର ରାଜସ୍ୱ ବୃଦ୍ଧି ତଥା ଜନ ସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଛି। ଏହିରି ବଳରେ ଏକ ଚାଟବଟ୍ ବିକାଶ କରାଯାଇଛି। ଯାହାକୁ ଉପଯୋଗ କରି କୌଣସି ନାଗରିକ ନିଜର ଘରର ହୋଲ୍ଡିଂ ଟ୍ୟାସନ୍ ନମ୍ବର ଦେଲେ ସେ ବାବଦରେ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରିବ। ଏହାକୁବ ୍ୟବହାର କରି ସେହହି ଆପ୍ରେ ସେ ଦେୟ ପୈଠ କରିପାରିବେ।
9. ଭୁବନେଶ୍ୱରର ଗମନା ଗମନକୁ ସୁବିଧା କରିବା ଲାଗି ପ୍ରସ୍ତାବିତ କ୍ୟାପିଟାଲ୍ ରିଜନ ରିଙ୍ଗରୋଡ୍ କାର୍ଯ୍ୟ ଅକ୍ଟୋବର ପରେ ଆରମ୍ଭ ହେବ। ମାର୍ଚ୍ଚ ସୁଦ୍ଧା ଏ ବାବଦରେ ଟେଣ୍ଡର ଚୁଡ଼ାନ୍ତ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଜଣାପଡ଼ିଛି।
10. ଶିମିଳିପାଳରେ କଳାବାଘକୁ ସୁରକ୍ଷା ଦେବାରେ ବନ ବିଭାଗ ଅସମର୍ଥ ହାଇଛି। ଏଆଇ କ୍ୟାବେରା ଓକଡ଼ା ପହରା ଥିବା ନେଇ ବନ ବିଭାଗ ବାରମ୍ବାର କରୁଥିଲେ ମଧ୍ୟ ୨୦୨୪ ଶେଷ ଆଡ଼କୁ ଏକ କଳାବାଘ ଶିକାର କରାଯାଇଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଏହା ସହ ବାଘ ଛାଲ ମଧ୍ୟ ଜବତ କରି ଆବଶ୍ୟକ ତଥ୍ୟ ଯୋଗାଡ଼ କରିଛି।