Advertisement
Photo Details/zeeodisha/odisha2603204
photoDetails0hindi

Weather Forecast: ଖସୁଛି ପାରଦ, ବଢୁଛି ତାତି

ରାଜ୍ୟରେ ଧିରେ ଧିରେ ଶୀତର ମାତ୍ରା କମିବାରେ ଲାଗିଛି। ତାପମାତ୍ରାରେ ମଧ୍ୟ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ କମ ରହିବ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ରାତି ତାପମାତ୍ରା ଏବେ ୧୫ ଡିଗ୍ରୀ ଉପରେ ରହୁଛି। ସେପଟେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡି ଦେଖାଦେବ

1/5

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପାଗ ସୁଖିଲା ରହିବ। ୩ ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ। ପାରାଦୀପରେ ରାତି ତାପମାତ୍ରା ୧୮.୫ ଡିଗ୍ରୀ ରହିଥିଲା। ପୁରୀରେ ୧୮.୨, ଗୋପାଳପୁରରେ ୧୮.୧ ଓ ଭୁବନେଶ୍ୱରରେ ୧୭.୫ ଡିଗ୍ରୀ ରେକର୍ଡ କରାଯାଇଛି। 

2/5

ରାଜ୍ୟର ଘୁ. ଉଦୟଗିରିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରାୟ ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ଦାରିଙ୍ଗିବାଡିରେ ୧୦.୫ ଡିଗ୍ରୀ, ରାଉରକେଲାରେ ୧୧, ଝାରସୁଗୁଡାରେ ୧୧.୬, ଫୁଲବାଣୀରେ ୧୨, ସୁନ୍ଦରଗଡରେ ପାରଦ ୧୨.୭ ଡିଗ୍ରୀ ରେକର୍ଡ କରାଯାଇଛି। 

3/5

ଗୁରୁବାର ସୁନ୍ଦରଗଡ଼ା, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡି ଦେଖିବାକୁ ମିଳିପାରେ। 

4/5

ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇପାରେ। ଆଗାମୀ ୭ ଦିନ ମଧ୍ୟରେ କଟକରେ ସର୍ବାଧିକ ୨୮ ଡିଗ୍ରୀ ଓ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

5/5

ଆଗାମୀ ୭ ଦିନ ମଧ୍ୟରେ ଭୁବନେଶ୍ୱରରେ ସର୍ବନିମ୍ନ ୧୫ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଥିବା ବେଳେ ସର୍ବାଧି ୩୦ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି।