Top 10 News Today: ଗୁଳୁଗୁଳିରେ କଟିବ ରଜ, ପଢ଼ନ୍ତୁ ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2291621

Top 10 News Today: ଗୁଳୁଗୁଳିରେ କଟିବ ରଜ, ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...

Top 10 News Today: ଗୁଳୁଗୁଳିରେ କଟିବ ରଜ, ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: 

01- ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ନୂଆ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନେ ପହଞ୍ଚିଥିଲେ । ଗାଁରେ ସାଧାରଣ ଲୋକଙ୍କ ସହିତ କଥା ହୋଇ ଭଲମନ୍ଦ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଗାଁରେ ଥିବା ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ମାତ୍ର ୫ ବର୍ଷରେ ୫୦ ବର୍ଷର ବଳକା କାର୍ଯ୍ୟ ପୂରଣ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

02- କ୍ଷମତା ଗଲା ପରେ ନବୀନ ପଟ୍ଟନାୟକଙ୍କ ଘରେ ଯୋଗାଇ ଦିଆଯାଉଥିବା କଡ଼ା ସୁରକ୍ଷା ବ୍ୟବସ୍ଥାକୁ ହାଲୁକା କରାଯାଇଛି। ଏଠାରେ ଥିବା ସୁରକ୍ଷା କର୍ମୀଙ୍କ ଅସ୍ଥାୟୀ କ୍ୟାମ୍ପକୁ ମଧ୍ୟ ହଟାଇ ଦିଆଯାଇଛି। ଗତକାଲି କ୍ଷମତା ଗ୍ରହଣ କରିବାର ଗୋଟିଏ ଦିନ ପରେ ନବୀନ ନିବାସ ନିକଟରେ ଥିବା ପୁଲିସ କ୍ୟାମ୍ପ ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏବେ ଜଣେ ଦୁଇଜଣ ସୁରକ୍ଷା କର୍ମୀ ସେଠାରେ ମୁତ୍ତୟନ ରହିଛନ୍ତି। ପ୍ରୋଟୋକଲ ଅନୁସାରେ ଏଠାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। 

03- ରାଜ୍ୟ ଅତିଥି ଭବନକୁ ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ କରାଯିବ । ଅତିଥି ଭବନର ପ୍ରଥମ ମହଲାରେ ରହିବ ସିଏମ୍‌ଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ପୁରୀ ଗସ୍ତ ସାରି ଫେରିବା ପରେ ରାଜ୍ୟ ଅତିଥି ଭବନକୁ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

04- ଓଡ଼ିଶାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ସିବିଆଇ ଜୋରଦାର ତଦନ୍ତ ଆରମ୍ଭ କରିଛି। ଆଜି ଗୋଟିଏ ଦିନରେ ରାଜ୍ୟର ୬୭ଟି ସ୍ଥାନରେ ଚଢ଼ଉ ଆରମ୍ଭ କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ପ୍ରଭୃତି ୯ଟି ଜିଲ୍ଲାରେ ତଦନ୍ତ ଆରମ୍ଭ କରାଯାଇଛି। ଏଥିରେ ସମୁଦାୟ ୨୦୪ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି ।

05- ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ଶାସନ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତ୍ରୀମଣ୍ଡଳ ଗଠନ ସରିବା ପରେ ବର୍ତ୍ତମାନ କାହାକୁ ମିଳିବ କେଉଁ ବିଭାଗ ମିଳିବ ତା’ ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ଶପଥ ନେବା ପରଠୁ ଏନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଆଜି ମନ୍ତ୍ରୀ ମଣ୍ଡଳ ବିଭାଗ ବଣ୍ଟନ ହୋଇପାରେ ବୋଲି ଆଶା କରାଯାଉଛି । 

06- ପୁଣି ଥରେ ହେବ NEET UG ପରୀକ୍ଷା। ରଦ୍ଦ ହେବ ଛାତ୍ରଛାତ୍ରୀଙ୍କ ଗ୍ରେସ୍‌ ମାର୍କ। ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ। ଏଥିପାଇଁ NTA ବିକଳ୍ପ ଦେଇଛି। ବର୍ତ୍ତମାନ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ। ତାଙ୍କର ସ୍କୋର କାର୍ଡ ବାତିଲ କରାଯାଇଛି। ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ। ଗତକାଲି NEET ପରୀକ୍ଷା ନେଇ ସୁପ୍ରିମ୍‍ କୋର୍ଟଙ୍କ ରାୟ ଆସିଥିଲା। 

07- ରାଜ୍ୟରେ ଶାସନ କରିବାକୁ ଶପଥ ନେଇଥିବା ମୋହନ ମାଝିଙ୍କ ସରକାରକୁ ପ୍ରଥମ ଦିନରେ ପୁରୀରେ ଦେଖିବାକୁ ମିଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇଛନ୍ତି ମନ୍ତ୍ରୀମଣ୍ଡଳ। ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ତଥା ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତିରେ ଆଜି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି। 

08- ବଲାଙ୍ଗିରରେ କନଷ୍ଟେବଲ୍‌ଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ଘଟଣାରେ ୬ ଜଣଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ବଲାଙ୍ଗିର ପୋଲିସ । ୪ ଜଣ ଓଡ଼ିଶାର ଓ ୨ ଅଭିଯୁକ୍ତ ଝାଡ଼ଖଣ୍ଡ ଅଞ୍ଚଳର ସୂଚନା ମିଳିଛି । ହତ୍ୟାର କାରଣ ହୀରା ବ୍ୟବସାୟ ବୋଲି କୁହାଯାଉଛି । ଫେକ୍ ଆଇଡିରେ ରୁମ୍ ବୁକ୍‌ କରାଯାଇଥିଲା । ମେ ୧୬ରେ ବଲାଙ୍ଗିର ଷ୍ଟେସନ ନିକଟରେ ଥିବା ଏକ ହୋଟେଲରୁ କନେଷ୍ଟବଳଙ୍କ ମୃତଦେହ ମିଳିଥିଲା । ହତ୍ୟା ପରେ ହାତ ଗୋଡ଼ ବାନ୍ଧି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

09- ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । କେନ୍ଦ୍ରୀୟ ଆଫ୍ରିକା ଦେଶ କଙ୍ଗୋ ଗଣରାଜ୍ୟରେ ଡଙ୍ଗା ବୁଡ଼ି ୮୦ରୁ  ଅଧିକ ମୃତ । ମାଇ-ନଡୋମ୍ବେ ପ୍ରଦେଶର ମୁଶି ସହରରୁ ପ୍ରାୟ ୭୦ କିଲୋମିଟର ଦୂର କ୍ବା ନଦୀରେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ ଯାତ୍ରବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା ୨୭୦ଜଣଙ୍କ ମଧ୍ୟରୁ ୮୦ଜଣ ପ୍ରାଣ ହରାଇଛନ୍ତି ।

10- ମୌସୁମୀ ଆଗକୁ ନବଢିବା କାରଣରୁ ରଜରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ମାଲକାନଗିରି ଏବଂ କୋରାପୁଟରେ ମୌସୁମୀ ବାୟୁ ପ୍ରବେଶ କରିସାରିଥିବା ସମୟରେ ୩ରୁ ୪ ଦିନ ମଧ୍ୟରେ ଅନ୍ୟ ଅଞ୍ଚଳକୁ ଛୁଇଁପାରେ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ସମୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ୱେଭ୍ ୱାର୍ଣ୍ଣିଂ ଦିଆଯାଇଛି ।

Also Read- Sun Transit in Gemini: ମିଥୁନ ରାଶିରେ ସୂର୍ଯ୍ୟଙ୍କ ଚଳନ, ୪ ରାଶିର ଭାଗ୍ୟ ଉଜ୍ୱଳ !