Top 10 News Today: ଆଜି ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ ? ପଢ଼ନ୍ତୁ ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2290258

Top 10 News Today: ଆଜି ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ ? ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...

Top 10 News Today: ଆଜି ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ ? ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today:

01- ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଶପଥ ସମାରୋହରେ ପିଏମ ମୋଦୀ ଯୋଗ ଦେବେ । ଏଥିସହ ରୋଡ୍ ଶୋ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିସହ ମଧ୍ୟପ୍ରଦେଶ, ତ୍ରିପୁରା, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

02- ଆଜି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟକ୍ତିଗତ ଭାବେ ନବୀନ ନିବାସରେ ପହଞ୍ଚିବା ପରେ ନବୀନଙ୍କୁ ଶପଥ ପାଠ ଉତ୍ସବରେ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି । ଏହି ଭେଟ୍ ଘାଟ୍ ପରେ ବିଜେଡି ସୁପ୍ରିମୋ ନବୀନ ନିଜ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ କହିଛନ୍ତି ଯେ, ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଏବଂ ତାଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି ।

03- ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ଜାମିନ ମିଳିଛି । ମାମଲାର ଶୁଣାଣି କରିବା ପରେ ହାଇକୋର୍ଟ ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଯାହାକୁ ନେଇ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତଙ୍କ ସମର୍ଥକ ଖୁସି ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ପୋଲିଂ ବୁଥରେ ହୋଇଥିବା ଏକ ଗଣ୍ଡଗୋଳ କାରଣରୁ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ୩ ଦିନ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ବର୍ତ୍ତମାନ ତାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିୟମିତ ଜାମିନ୍ ମଞ୍ଜୁର ହୋଇଛି ।

04- ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଜି ସାଧାରଣ ଜନତାଙ୍କ ଗହଣରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ସହ ମିଶି ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଆଜି ପୂଷ୍ପମାଲ୍ୟ ଅର୍ପଣ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । 

05- ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କରିଛି ପ୍ରଶାସନ । ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ ବୋଲି ନୂଆ ନିର୍ଦ୍ଦେଶନାମା ଜାରୀ କରାଯାଇଛି । କିନ୍ତୁ ଆବଶ୍ୟକ ପଡ଼ିଲେ ତତ୍କାଳ କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଇଛି । ଜରୁରୀକାଳୀନ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ସବୁବେଳେ ଆକ୍ଟିଭ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

06- ଆନ୍ଧ୍ରପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ। ଏଥିସହ ଜନସେନା ମୁଖ୍ୟ ପୱନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ଉଭୟଙ୍କୁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ବିଜୟୱାଡାର କେସରପାଲି ଆଇଟି ପାର୍କରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ।

07- ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା। ଏୟାରପୋର୍ଟରୁ ଜନତା ମୈଦାନ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।  ଆଜି ଦିନ ୨ଟାରୁ ରାତି ଶପଥ ଗ୍ରହଣ ସମାରୋହ ସରିବା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ିମଟର ଚଳାଚଳକୁ ବାରଣ କରାଯାଇଛି ।

08-  ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ପୂର୍ବରୁ ସେ ସ୍ଥଳସେନାର ଉପମୁଖ୍ୟ ଥିବା ସମୟରେ ସରକାରୀ ସ୍ତରରେ ପଦୋନ୍ନତୀ କରାଯାଇ ତାଙ୍କୁ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେବାକୁ ଯାଉଛି । ସେହି ଦିନରୁ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ ନେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ।

09- କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଛି । ଗୁଳିମାଡ଼ରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଜାମ୍ମୁ କାଶ୍ମୀରରେ ୩ ଦିନରେ ତୃତୀୟ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡିଛି । କାଲି କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିବା ସମୟରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ୨ ଆହତ ମଧ୍ୟ ହୋଇଥିଲେ । ପୂର୍ବରୁ ତୀର୍ଥଯାତ୍ରୀ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା କାରଣରୁ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

10-  ବୁଧବାର ଦିନ ଗଲ୍ଫ ଦେଶ କୁଏତର ଦକ୍ଷିଣ ସହର ମଙ୍ଗଫ ସହରର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୫ ଜଣ ଭାରତୀୟଙ୍କ ସମେତ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ କୁଏତ ନ୍ୟୁଜ୍ ଏଜେନ୍ସି ଏହାର ରିପୋର୍ଟରେ ଏହି ସୂଚନା ଦେଇଛି। ବୁଧବାର ଦିନ ସକାଳେ ଅଗ୍ନିକାଣ୍ଡ ଘଟିଥିଲେ ଓ ଏହି ବିଲ୍ଡିଂରୁ ନିଆଁ ବାହାରକୁ ମଧ୍ୟ ଦେଖାଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ବହୁ ମହଲା ବିଶିଷ୍ଟ ଏହି କୋଠାର ବ୍ୟାପି ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଭାରତୀୟ ହେଉଛନ୍ତି କେରଳର ବାସିନ୍ଦା। କୁଏତ କର୍ତ୍ତୃପକ୍ଷ କହିଛି ଯେ ଆମେ ଘଟଣାର ତଦନ୍ତ କରୁଛୁ ଓ ଅଗ୍ନିକାଣ୍ଡର କାରଣ ଖୋଜିବାକୁ ଚେଷ୍ଟା କରୁଛୁ।

Also Read- Trigrahi Yog: ତ୍ରିଗ୍ରାହୀ ଯୋଗର ପ୍ରଭାବ, ୫ ରାଶିରେ ହେବ ଏହି ପରିବର୍ତ୍ତନ