Top 10 News Today: ଯାହା କହିଥିଲେ ତାହା କରିଲେ ଭିକେ ପାଣ୍ଡିଆନ, ପଢ଼ନ୍ତୁ ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2285782

Top 10 News Today: ଯାହା କହିଥିଲେ ତାହା କରିଲେ ଭିକେ ପାଣ୍ଡିଆନ, ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: ଏପର୍ଯ୍ୟନ୍ତ ଘଟିଥିବା ୧୦ଟି ବଡ଼ ଖବର ପଢିନିଅନ୍ତୁ ସଂକ୍ଷପରେ...

Top 10 News Today: ଯାହା କହିଥିଲେ ତାହା କରିଲେ ଭିକେ ପାଣ୍ଡିଆନ, ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: 

01- ରାଜନୀତିରୁ ସନ୍ୟାସ ନେଲେ ଭିକେ ପାଣ୍ଡିଆନ । ନିଜେ ଏକ ଭିଡିଓ ବାର୍ତ୍ତା ଜାରି କରି ସକ୍ରିୟ ରାଜନୀତିରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ରାଜନୀତି ଛାଡ଼ିବା ସହ ବିଜେଡି କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଗୁରୁ ବୋଲି କହିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ ଘୋଷଣା କରିଥିଲେ ଯେ, ଯଦି ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି । ଆଜି ନିଜର କଥା ରଖି ନିଜେ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି ।

02- ଆଜି ସନ୍ଧ୍ୟାରେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ସେ ତାଙ୍କ ବାସଭବନରେ ତାଙ୍କ କ୍ୟାବିନେଟରେ ଯୋଗଦେବା ପାଇଁ ସମସ୍ତ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଚା' ଉପରେ ଚର୍ଚ୍ଚା କରିଥିଲେ। ଅଦ୍ୟାବଧି ପିଏମ ମୋଦୀ ପ୍ରତ୍ୟେକ ଶପଥ ଗ୍ରହଣ ପୂର୍ବରୁ ଏହି ବୈଠକ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆସୁଥିବା ସୂଚନା ଅନୁଯାୟୀ, ମୋଟ ୪୩ ନେତା ରାଷ୍ଟ୍ରପତି ଭବନରୁ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବାକୁ କଲ ପାଇଛନ୍ତି। ଏହି ନେତାମାନେ ମୋଦୀ ସରକାର ୨.୦ ରେ ଅନ୍ତର୍ଭୁକ୍ତ ଥିଲେ ଓ ଅଧିକାଂଶ ମନ୍ତ୍ରୀଙ୍କ ନାମ ନୂତନ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ଅଛି।

03-  ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ ମୋଦୀ ସରକାରଙ୍କ କ୍ୟାବିନେଟରେ ସାମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡା ମଧ୍ୟ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ଯଦି ଏହା ଘଟେ ତେବେ ସମୁଦାୟ ସଂଖ୍ୟା ୪୩ ହେବ। କେବଳ ବିଜେପି ମନ୍ତ୍ରୀଙ୍କ ସଂଖ୍ୟା ୩୩ ହେବ।

04-  ଆଜି ରାଜନୀତିରୁ ପ୍ରତ୍ୟକ୍ଷ ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓହରି ଯାଇଛନ୍ତି। ଆଜି ଏ ନେଇ ଶ୍ରୀ ସାମନ୍ତ ଏକ ଘୋଷଣା କରିଛନ୍ତି। ନିକଟରେ ସେ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାଜୟ ହୋଇଛନ୍ତି। ତେଣୁ ଏଥିପାଇଁ ସେ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

05-  ଆଜି ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସଂଗ୍ରାମ କେଶରୀ ପାଇକରାୟ। ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଅଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଇନଚାର୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଇଏମ୍‌ଏସ୍‌ଏମ୍‌ଇ ବିଭାଗକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେ ୨ ଥର ସଭାପତି ଦାୟିତ୍ୱରେ ଥିଲେ। 

06- ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ରାଜ୍ୟବାସୀ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି। ଏହାରି ମଧ୍ୟରେ ବିଜେପିର ଅନେକ ହେବିୱେଟ୍ ନେତାଙ୍କ କଥା ସାମ୍ନାକୁ ଆସୁଛି। ଏ ନେଇ ସସପେନ୍ସ ଜାରି ରହିଥିବା ବେଳେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି। ଗତକାଲି ସଂଧ୍ୟାରେ ସେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଆଜି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ବେଳେ ସକାଳେ ବିଧାୟକ ଦଳ ବୈଠକ ବସିବ। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ।

07- ଆସନ୍ତା ଜୁନ୍‌ ୧୭ରେ ଖୋଲିବ ସ୍କୁଲ୍‌ । କିନ୍ତୁ ତା ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀ ଗୃହଠୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁ ପରିସ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରେଣୀ ଗୃହ, କ୍ୟାମ୍ପସ ସଫା କରିବା ସହ ଅନାବନା ଘାସ ସଫା କରାଯିବ । ଏଥିସହ ମଧ୍ୟାହ୍ନ ଭୋଜନ ସାମଗ୍ରୀ, ପାନୀୟ ଜଳ  ଯାଞ୍ଚ ହେବ ବୋଲି କୁହାଯାଇଛି । ସ୍କୁଲ୍ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ହାଜର ହେବାକୁ କୁହାଯାଇଛି ।

08- ମୋଦୀଙ୍କ ଶପଥ ଉତ୍ସବରେ ଯୋଗ ଦେବା ଲାଗି ଦେଶ ବିଦେଶରୁ ଆସି ପହଞ୍ଚିଛନ୍ତି ନିମନ୍ତ୍ରୀତ ଅତିଥି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତରେ ପହଞ୍ଚିବା ପରେ ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଥିଲେ । ସେହିପରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ।

09-ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରସୂତୀ ବିଭାଗରୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ ଆସିଛି । କାଲି ରାତିରେ ନବଜାତ ଶିଶୁକୁ ଜଣେ ମହିଳା ନେଇ ଯାଇଥିବା କୁହାଯାଉଛି । ପରିବାର ଲୋକଙ୍କ ଅଭିଯୋଗ ପରେ ହସ୍ପିଟାଲ ଫାଣ୍ଡି ପକ୍ଷରୁ ତଦନ୍ତ ଜାରି ରହିଛି । ସିସିଟିଭି ଫୁଟେଜକୁ ଆଧାରରେ ତଦନ୍ତ କରାଯାଉଥିବା ସୂଚନା ମିଳିଛି ।

10- ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶନିବାର ଓଡି଼ଶା ଛୁଇଁଛି। ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ଛୁଇଁ ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି। ଆଜି କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ନୟାଗଡ଼, ଗଞ୍ଜାମ ଓ ଗଜପତି। ଆସନ୍ତା ୨ ଦିନ ରାଜ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଘଡଘଡି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Also Read- Shukra Rashi Parivartan 2024: ଶୁକ୍ରଙ୍କ ପ୍ରଭାବରୁ ଏହି ୩ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ