Top 10 News Today: ଓଡ଼ିଶା ଛୁଇଁଲା ମୌସୁମୀ, ପଢ଼ନ୍ତୁ ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2284490

Top 10 News Today: ଓଡ଼ିଶା ଛୁଇଁଲା ମୌସୁମୀ, ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଓଡ଼ିଶା ଛୁଇଁଲା ମୌସୁମୀ, ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today:

01- ଭିକେ ପାଣ୍ଡିଆନକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଭିକେ ପାଣ୍ଡିଆନ ହେଉଛନ୍ତି ଜଣେ କର୍ତ୍ତବ୍ୟନୀଷ୍ଠ ଅଫିସର । ସେ ପାଣ୍ଡିଆନ୍‌ଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନ୍ ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି। ରାଜ୍ୟରେ ବାତ୍ୟା ସମୟରେ ସେ ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏହା ସହିତ ସେ ବିଭିନ୍ନ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଥିବା ନବୀନ କହିଛନ୍ତି।

02- ବଢିଲା ବିଜୁ ଜନତା ଦଳର ଦ୍ୱିତୀୟ ପାୱାରଫୁଲ ନେତା ଭିକେ ପାଣ୍ଡିଆନଙ୍କ ଅଡ଼ୁଆ। ପାଣ୍ଡିଆନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ିରେ ଅଭିଯୋଗ। ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଥିବାର ସୂଚନା ରହିଛି। ତେବେ ପାଣ୍ଡିଆନ ଯେତେବେଳେ କ୍ଷମତାଶାଳୀ ରହିଥିଲେ ସେତେବେଳେ ତାଙ୍କ ବିରୋଧରେ କେହି ମୁହଁ ଖୋଲିବାକୁ ସାହସ କରୁନଥିଲେ। ତେବେ କ୍ଷମତାରୁ ହଟିବା ପରେ ପାଣ୍ଡିଆନଙ୍କ ବିରୋଧରେ ଚାରିଆଡେ ବିରୋଧାଭାଷ ବଢିବାରେ ଲାଗିଛି। ଏପରିକି ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଘୋର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି।

03- ଆଇପିଏସ୍ ଡିଏସ୍‌ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠାଇ ଦେଲେ ଇସିଆଇ, ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନା, ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । IPS ଆଶିଷ ସିଂ ଫିଟ୍‌ ବୋଲି ସ୍ପଷ୍ଟ କରିଛନ୍ତି ECI । ଏମ୍ସ ସ୍ପେଶାଲ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାଇଛନ୍ତି । ଶାରୀରିକ ଓ ମାନସିକ ଭାବେ ଫିଟ୍‌ ଅଛନ୍ତି ବୋଲି ସ୍ପଷ୍ଟ କରାଯାଇଛି । ତେବେ IPS ଆଶିଷ ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

04- ଦିଲ୍ଲୀର ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ଅତି ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୬ ଜଣ ଆହତ ହୋଇଛନ୍ତି। ଶନିବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଦିଲ୍ଲୀ ପୁଲିସର ସୂଚନାନୁସାରେ, ସେମାନେ ଆଜି ଭୋର୍‌ ପ୍ରାୟ ୩.୩୫ ସମୟରେ ଏହି ଘଟଣା ସମ୍ପର୍କରେ ଏକ କଲ ପାଇଥିଲେ। ଏହି ଅଗ୍ନିକାଣ୍ଡ ଘଟିବା ପରେ ଚଉଦଟି ଅଗ୍ନିଶମ ବାହିନୀକୁ ସେବାରେ ନିୟୋଜିତ କରାଯାଇଛି। ଅପରେସନ୍ ଏବେ ମଧ୍ୟ ଜାରି ରହିଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍) ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି।

05- ବ୍ରାହ୍ମଣୀ ନଦୀରେ ଅଘଟଣ । ରାଉରକେଲା NITର ୨ଜଣ ଛାତ୍ର ଆଜି ବେଦବ୍ୟାସ ମନ୍ଦିର ନିକଟରେ ବୁଡି ଯାଇଥିଲେ । ମୋଟ ୬ ଜଣ ଛାତ୍ର ଗାଧୋଉଥିବା ସମୟରେ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟ ୨ଜଣ ଆଇଜିଏଚରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

06- ପୁରୀ ଶ୍ରୀମନ୍ଦିର ନିକଟରୁ ଲାଇଟ୍ କାଢିନେବା ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ଆଜି ପୁଣିଥରେ ଲାଇଟ୍ ଲଗାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ  ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଲାଇଟ୍ କାଢ଼ି ନେଇ ଶ୍ରୀମନ୍ଦିରକୁ ଅନ୍ଧାର କରିବା ଚିନ୍ତାଜନକ ବିଷୟ ତେଣୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉ ।

07- ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ହୋଇଥିବା ଜଣାଯାଇଛି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବସଟି ପଶ୍ଚିମବଙ୍ଗରୁ ପର୍ଯ୍ୟଟକଙ୍କୁ ନେଇ ପୁରୀ ଅଭିମୁଖେ ଆସୁଥିଲା। 

08- ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଶ୍ରୀମନ୍ଦିର ଚାରିପଟୁ କାହିଁକି ଲାଇଟ କଢାଯାଇଛି ଏହାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

09- ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪.୫୦ ମିନିଟ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟିସ୍ଥିତ ବାସଭବନକୁ ଅଣାଯାଇଛି। ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। 

10- ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ରହିଛି । ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିବା ସୂଚନା ମିଳିଛି । ବର୍ତ୍ତମାନ ତାତିରୁ ଖୁବ୍‌ଶୀଘ୍ର ଆଶ୍ୱସ୍ତି ମିଳିବ ବୋଲି ରାଜ୍ୟବାସୀ ଆଶା ପ୍ରକଟ କରିଛନ୍ତି ।

Also Read- Gold Reserve in India: ସୁନା ଦର ନେଇ ବଡ଼ ଖବର, ନିବେଶକଙ୍କ ପାଇଁ ବଢିପାରେ ସମସ୍ୟା !