Top 10 News: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର କିଛି ଗୁରୁତପୂର୍ଣ୍ଣ ଖବର
Trending Photos
1.Konark Wheel: ପଥରରେ ନିର୍ମିତ କୋଣାର୍କ ଚକ୍ରର ଚାରୋଟି ପ୍ରତିକୃତି, ରାଷ୍ଟ୍ରିୟ ଭବନ ସାଂସ୍କୃତିକ କେନ୍ଦ୍ର ଏବଂ ଅମୃତ ଉଦ୍ୟାନରେ ସ୍ଥାପନ କରାଯାଇଛି । କୋଣାର୍କ ଚକ ଗୁଡ଼ିକର ସ୍ଥାପନା ହେଉଛି ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ ଏବଂ ପ୍ରୋତ୍ସାହିତ କରିବା । ଏହି ପଦକ୍ଷେପ ରାଷ୍ଟ୍ରପତି ଭବନରେ ପାରମ୍ପାରିକ ସାଂସ୍କୃତିକ ଏବଂ ଐତିହାସିକ ଉପାଦାନଗୁଡିକୁ ପରିଚିତ କରାଇବା ପାଇଁ ନିଆଯାଉଥିବା ଅନେକ ପଦକ୍ଷେପର ଅଂଶ ।
2.Gajapati: ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆୟୋଜିତ କରାଯାଉଥିବା ଅଦିନିଆ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗରେ ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚିଠିରେ ଗଜପତି ମହାରାଜା ଅଦିନିଆ ରଥଯାତ୍ରା କରିବାକୁ ବାରଣ କରିଛନ୍ତି । ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜ ଚିଠି ଲେଖି କହିଛନ୍ତି ଯେ, ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି।
3.Crime News: ରାତି ଅଧରେ ଦୋକାନର ସଟର ତାଡି ଲୁଟେରା ବୁଲାଇଛନ୍ତି କଳାକନା । ଦୋକାନରୁ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ଭୁବନେଶ୍ୱର ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଘଟିଛି। ସୂଚନା ମୁତାବକ, ଏକ ମେଡିସିନ୍ ଦୋକାନରୁ ଲୁଟ୍ କରାଯାଇଥିବା ସମୟରେ ଲୁଟ୍ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।
4.Accident:ଆଜି ସନ୍ଧ୍ୟାରେ କଟକ ନେତାଜୀ ବସ୍ ଟର୍ମିନାଲ ନିକଟରେ ଦୁର୍ଘଟଣା ଘଟିଛି । ଜଣେ ମହିଳା ଯାତ୍ରୀ ମୋ ବସ୍ ଚକାତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି ।ସୂଚନା ମୁତାବକ, ସରସ୍ୱତୀ ଗୋଛାୟତ ନାମକ ଜଣେ ମହିଳା ବସରୁ ଓହ୍ଲାଇବା ସମୟରେ ଏହି ଦୁର୍ଘଟଣା ଘଟିଛି । ସରସ୍ୱତୀଙ୍କ ଘର ରାଜାବଗିଚା ଅଞ୍ଚଳରେ । ସେ କୌଣସି ସ୍ଥାନରୁ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
5.Rajasthan Sikar Accident News: ରାଜସ୍ଥାନ ସିକରରେ ବଡ଼ ଦୁର୍ଘଟଣା ଘଟିଛି । ଏକ ବସ୍ ଧକ୍କା ହେବା କାରଣରୁ ଗାଡିରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି ।
6.Accident News: ପାଟନାରେ ମେଟ୍ରୋ ଟନେଲ ନିର୍ମାଣ ଚାଲିଥିବା ସମୟରେ ଦୁର୍ଘଟଣା ଘଟିଛି । ଫଳରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ଏଥିସହ ଦୁର୍ଘଟଣାରେ ୮ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଆହତଙ୍କ ମଧ୍ୟରେ ୬ଜଣ ଓଡ଼ିଆ ରହିଥିବା ସୂଚନା ମିଳିଛି । ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏନେଇ ସୂଚନା ପ୍ରଦାନ କରିଛନ୍ତି ।
7.Israel Hezbollah War: ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ହାସନ ନସରଲ୍ଲାଙ୍କ ସ୍ଥାନରେ ଲେବାନନର ହିଜବୁଲ ଉଗ୍ରବାଦୀ ଦଳ ନାଏମ କାସିମଙ୍କୁ ଏହାର ନୂଆ ନେତା ଭାବରେ ମନୋନୀତ କରିଛନ୍ତି। ହିଜବୁଲ ଏହି ସୂଚନା ଦେଇଛନ୍ତି। କାସୀମ ନସରଲ୍ଲାର ଦୀର୍ଘ ଦିନର ସହଯୋଗୀ ଥିଲେ ଏବଂ ତାଙ୍କ ମୃତ୍ୟୁ ପରଠାରୁ ଉଗ୍ରବାଦୀ ଦଳର କାର୍ଯ୍ୟକାରୀ ନେତା ଭାବରେ କାର୍ଯ୍ୟ କରିଆସୁଥିଲେ। ହିଜବୁଲାର ନିଷ୍ପତ୍ତି ନେଉଥିବା 'ଶୁରା ପରିଷଦ' କାସୀମଙ୍କୁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଡେପୁଟି ନେତା ଭାବରେ ନୂତନ ସଚିବ ଭାବରେ ମନୋନୀତ କରିଛି ବୋଲି ଗୋଷ୍ଠୀ ଏକ ବିବୃତ୍ତିରେ ଦେଇଛି। ହିଜବୁଲ ନସରଲ୍ଲାଙ୍କ ନୀତି ସେପର୍ଯ୍ୟନ୍ତ ଜାରି ରଖିବେ 'ଯେପର୍ଯ୍ୟନ୍ତ ବିଜୟ ହାସଲ ନ ହୋଇଛି'
8.Odisha News: ଗତକାଲି ଲିଙ୍ଗରାଜ ମନ୍ଦିର ମଧ୍ୟରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଏହି ମାମଲାରେ ଆଜି ଶିଳ୍ପାଙ୍କ ସହିତ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ସ୍ପଷ୍ଟ ସୂଚନା ଦେଇଛନ୍ତି
9.Srimandira: ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ମିଳିଛି।
10.Baliyatra: କଟକ ବାଲିଯାତ୍ରା ତଳ ପଡ଼ିଆରେ ଜୋର ଧରିଲାଣି ପ୍ରସ୍ତୁତି। ଆଜିଠାରୁ ପ୍ଲଟ ନିଲାମ ଆରମ୍ଭ ହେବ। ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ବିଦ୍ୟତୁ ବିଭାଗ ପକ୍ଷରୁ ତାର ଟାଣିବା ଓ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି। ତେବେ ବର୍ଷକୁ ଥରେ ଏହି ବାଣିଜ୍ୟିକ ମହାକୁମ୍ଭ ପାଇଁ ଅନେକ ଛୋଟ ବଡ଼ ବ୍ୟବସାୟୀଙ୍କ ଥାଏ ଅପେକ୍ଷା।