1.Makar sankranti: ଆଜି ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମରରେ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ ଯାହାର ଖୁବ୍ ମାନ୍ୟତା ରହିଛି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ଚଳନ କରିଥାନ୍ତି। ଏହି ପର୍ବରେ ସୂର୍ଯ୍ୟଙ୍କ ପୂଜାକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଏକ କାହାଣୀ ଅଛି ଯେ ଭଗବାନ ସୂର୍ଯ୍ୟ ଏହି ଦିନ ତାଙ୍କ ପୁଅ ଶନିଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ, ତେଣୁ ଏହି ପର୍ବକୁ ପିତା-ପୁତ୍ର ସମ୍ପର୍କର ଗୁରୁତ୍ୱ ଭାବରେ ମଧ୍ୟ ଦେଖାଯାଏ। ଧାର୍ମିକ ଏବଂ ପୌରାଣିକ ବିଶ୍ୱାସ ଅଛି ଯେ ଯଦି ଆପଣ ମକର ସଙ୍କ୍ରାନ୍ତିରେ ସୂର୍ଯ୍ୟଙ୍କୁ ପୂଜା କରନ୍ତି, ତେବେ ଏହା ବିଶେଷ ଫଳପ୍ରଦ ହୋଇଥାଏ।
2.Srimandir Makara Sankranti:ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ଯାନ୍ନଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ। ଖାଲି ଶ୍ରୀମନ୍ଦିର ନୁହେଁ ପରମ୍ପରା ଅନୁଯାୟୀ ବିଭିନ୍ନ ମଠବାଡି ଓ ପୁରପଲ୍ଲୀରେ ପାଳିତ ହେଉଛି ବନ୍ଧୁତ୍ୱର ପର୍ବ ମକର ସଂକ୍ରାନ୍ତି।
3.Mahakumbha: ସୋମବାର ଠାରୁ ଆରମ୍ଭ ହୋଇଛି ପ୍ରୟାଗରାଜ ମହାକୁମ୍ଭ ୨୦୨୫। ପୌଷ ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇ ୪୫ ଦିନ ଧରି ଏହି କୁମ୍ଭ ମେଳା ଜାରି ରହିବ। ଆସନ୍ତା ଫେବୃଆରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ଏହି ମେଳା ଜାରି ରହିବ। ବିଶ୍ୱର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାରେ ବୁଡ ପକାଇବାକୁ ଆସି ପହଞ୍ଚିଛନ୍ତି। ତେବେ ପବିତ୍ର ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ମେଳାର ପ୍ରଥମ ଦିନରେ ପ୍ରାୟ ୧ କୋଟି ୬୫ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଥିବା ସୂଚନା ରହିଛି। ୪୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ରାଜ୍ୟ ସରକାର ଆକଳନ କରିଛନ୍ତି।
4.UGC NET Exam: ଜାତୀୟ ପରୀକ୍ଷା ଏଜେନ୍ସି (NTA) ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା UGC NET ପରୀକ୍ଷାକୁ ସ୍ଥଗିତ ରଖିଛି। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।ଜାନୁଆରୀ ୧୬ ରେ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ। ନୂତନ ତାରିଖ ବିଷୟରେ ସୂଚନା ଖୁବ ଶୀଘ୍ର ଅଫିସିଆଲ୍ ୱେବସାଇଟ୍ ugcnet.nta.ac.in ରେ ଦିଆଯିବ। ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରସ୍ତୁତି ଜାରି ରଖିବାକୁ ଏବଂ ୱେବସାଇଟକୁ ନିୟମିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
5.Earthquake: ଜାପନରେ ବଡ଼ ଧରଣର ଭୂମିକମ୍ପ। ଭୂମିକମ୍ପର ଝଟକାରେ ଥରିଲା ଜାପାନ(Japan)। ଭୂମିକମ୍ପ ତିବ୍ରତା ରେକ୍ଟର ସ୍କେଲରେ ୬.୬ ରେକର୍ଡ କରାଯାଇଛି । ଭୂମକମ୍ପର କେନ୍ଦ୍ରସ୍ଥଳ ଉତରପ୍ରାନ୍ତ କ୍ୟୁଶୁ କ୍ଷେତ୍ର। ଏ ନେଇ ଦେଶରେ ଆଲର୍ଟ ଜାରି କରାଯାଇଛି।
6.Raid: ପାରାଦୀପ ଲକଥାନା ର ଚଢାଉ। ବିପୁଳ ପରିମାଣରେ ନକଲି ଯନ୍ତ୍ର୍ରାସ ଜବତ। ପାରାଦୀପ ଦୋଛକି ନିକଟରେ ଥିବା ''ଜେ.କେ.ଇଞ୍ଜିନିୟରିଂ ହାଇଡ୍ରୋଲିକ୍ ଓ୍ବାର୍କସପ୍ ରେ ଅଚାନକ ପୋଲିସ ଚଡାଉ କରି ଲକ୍ଷାଧିକ ଟଙ୍କାର ନକଲି ଯନ୍ତ୍ରାସ ଜବତ କରିଛି।
7.India-Bangladesh: ଏବେ ମୁଣ୍ଡ ଟେକିଛି ଭାରତ-ବାଂଲାଦେଶ ସୀମା ବିବାଦ। ମାଲ୍ଦାର ବୈଷ୍ଣବନଗରର ସୁକଦେବପୁରଠାରେ ଭାରତ ତାରବାଡ଼ ଲଗାଇବାକୁ ନେଇ ବିବାଦ ଘନେଇଥିବାବେଳେ ଆଜି ଭାରତ ବାଂଲାଦେଶର ଉପ ଉଚ୍ଚାୟୁକ୍ତ ନୁରଲ୍ ଇସଲାମଙ୍କୁ ସମନ୍ କରିଛି।
8.Petrol: ଆଜି ମଙ୍ଗଳବାର ଜାନୁଆରୀ ୧୪ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦.୯୩ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୭, କୋଲକାତାରେ ୧୦୫.୦୧ ଟଙ୍କା, ମୁମ୍ବାଇରେ ୧୦୩.୫୦ ଓ ଚେନ୍ନାଇରେ ୧୦୦.୮୦ ଟଙ୍କାରେ କାରବାର କରୁଛି।
9.Aajira Panipaga: ରାଜ୍ୟରେ ଏବେ ଶୀତ ପ୍ରବାହ ଜାରି ରହିଛି। ଆସନ୍ତା ୧୭ ତାରିଖରୁ ରାଜ୍ୟରେ ପୁଣି ଶୀତ ବଢ଼ିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି ହେବା ନେଇ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। ଆଜି କନ୍ଧମାଳ, କୋରାପୁଟ(Koraput) ଓ କଳାହାଣ୍ଡିରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
10.Odisha News: ଗୁଜରାଟରୁ ଉନ୍ନତ କିସମର ଗାଈଙ୍କୁ ଓଡ଼ିଶାର ମୟୁରଭଞ୍ଜ ଚାଷୀମାନେ ପାଳିବେ। ଗାଈ ପ୍ରଜାତିର ଆନୁବଂଶିକ ଉନ୍ନତି ପାଇଁ ଏହି ପଦକ୍ଷେପ ନେଇଛି ଜାତୀୟ ଦୁଗ୍ଧ ବୋର୍ଡ ବା ଏନ୍ଡିବି। ଏହିକ୍ରମରେ ୩ ହଜାର ଗାଈଙ୍କୁ ବାଣ୍ଟିବା ଲାଗି ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ଦୁଗ୍ଧ ଚାଷୀ ମାନେ ଉନ୍ନତ ମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବଏବଂ ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଘଟିବ ବୋଲି ଆଶା କରାଯାଇଛି।