Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2053869

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines

1- ଦେଶକୁ ସ୍ୱତନ୍ତ୍ରତା ଦେଇଥିବା ଶହୀଦଙ୍କ ଉପରେ ହେବ ଗବେଷଣା: ଭାରତକୁ ସ୍ୱାଧିନ କରିବା ଏବଂ ସ୍ୱତନ୍ତ୍ରତା ଦେବାରେ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କ ଉପରେ ହେବ ଗବେଷଣା । ଶହୀଦ ବୀର ଛବିଳ ସାଏଙ୍କ ସହ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଇତିହାସ ଗବେଷଣା ପରିଷଦ (ICHR), ଓଡ଼ିଶାର ଇତିହାସ ଗବେଷକଗଣ ଏବଂ ନ୍ୟାସନାଲ୍‌ ବୁକ ଟ୍ରଷ୍ଟ ସହିତ ଆଲୋଚନା କରିଛନ୍ତି।  ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକଙ୍କ ସମେତ ଆଇସିଏଚ୍‌ଆର୍‌ ଓ ନ୍ୟାସନାଲ୍‌ ବୁକ ଟ୍ରଷ୍ଟର ଅଧିକାରୀମାନେ ଯୋଗଦେଇଥିଲେ ।

2- ବାଲି ଉଠାଣରେ ହାଇକୋର୍ଟଙ୍କ ରୋକ: ବାଲି ଉଠାଣକୁ ନେଇ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ । ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି  ହାଇକୋର୍ଟ । ଡିସେମ୍ୱର ୨୧ ତାରିଖରେ ଏନେଇ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ। କେବଳ ଅତି ଆବଶ୍ୟକକୁ ଦୃଷ୍ଟିରେ ରଖି ଅନୁମତି ଦେଇଥିଲା ବିଭାଗ। ହାଇକୋର୍ଟଙ୍କ ରହିତାଦେଶ ପରେ ମଧ୍ୟ ଏଭଳି ବିଜ୍ଞପ୍ତି ଜାରି କରାଯାଇଥିବାରୁ ଶୁଣାଣି ସମୟରେ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ। ଶୁଣାଣିରେ ସାରା ରାଜ୍ୟରେ ନଦୀରୁ ବାଲିଉଠାଣ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ।

3-  ସାଇବର ଥାନାରେ ବିଜେପିର ଏତଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦିଆଯିବା କାରଣରୁ ସାଇବର ଥାନାରେ ଏତଲା ଦେଇଛି ବିଜେପି । ଅଭିଯୋଗ ଆସିଛି ଯେ, ବିଜେଡି ଦ୍ୱାରା ପରିଚାଳିତ ଏକ ଫେସ୍ ବୁକ୍ ପେଜ୍ ରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସ୍ରାବ୍ୟ ଭାଷା ପ୍ରୟୋଗ କରାଯାଇଛି । ଏନେଇ ଏତଲାରେ ମଧ୍ୟ ବିଜେପି ଦର୍ଶାଇଛି । ଏପରି କିଏ କରିଛି ସେନେଇ ତଦନ୍ତ ସହ ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାନେଇ ବିଜେପି ପକ୍ଷରୁ ଦାବି କରାଯାଇଛି ।

4- ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ:  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ସୋନିଆ ଗାନ୍ଧି, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବେନି ବୋଲି ଦଳ ପକ୍ଷରୁ କୁହାଯାଇଛି । ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।

5- ରାସ୍ତାରେ ଗାଈ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି: ରାଜ ରାସ୍ତାରେ କୌଣସି ବୁଲା ପଶୁ ଅର୍ଥାତ୍‌ ଗାଈ ଗାଈ, ଷଣ୍ଢ, ମଇଁଷି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳେ ତାହେଲେ ଭୁବନେଶ୍ୱର ମହାନଗର ନିଗମ ଏହାକୁ ସିଧାସଳଖ ଉଠାଇ ନେବ। ଏ ସମ୍ପର୍କରେ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଆବଶ୍ୟକୀୟ ନିର୍ଦ୍ଦେଶନାମା କରାଯାଇଛି। ଯଦି ଥରେ କୌଣସି ଗାଈ ଗୋରୁ ଧରାପଡ଼ନ୍ତି ପରେ ତାକୁ ଆଉ ତାହାର ମାଲିକଙ୍କୁ ଫେରସ୍ତ କରାଯିବ ନାହିଁ। ହେଲେ ଦୁହାଁଳିଆ ଗାଈ କ୍ଷେତ୍ରରେ ନିୟମ କିଛି ମାତ୍ରାରେ କୋହଳ କରିବାକୁ ଜଣାଇଛି ବିଏମସି। ଅର୍ଥାତ ଯଦି ରାସ୍ତାରେ କୌଣସି ଦୁହାଁଳିଆ ଗାଈ ବୁଲିବା ଅବସ୍ଥାରେ ଧରାପଡ଼େ ତାହେଲେ ଗାଈ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ। 

6- ମୋହୁଆ ଦେବେ ରିପୋର୍ଟ: ସଂସଦରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ଅଭିଯୁକ୍ତ ହୋଇ ବିତାଡ଼ିତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମୈତ୍ରଙ୍କ  ମାମଲାରେ ଲୋକସଭାକୁ ରିପୋର୍ଟ ମାଗିଛି ସିବିଆଇ। ମିଳିଥିବା ଖବର ଅନୁସାରେ ଲୋକସଭା ସଦାଚାର କମିଟି ଦେଇଥିବା ରିପୋର୍ଟକୁ ସିବିଆଇ ତଦନ୍ତ ପାଇଁ ଆବଶ୍ୟକ କରୁଛି। ଏଥିନେଇ ଲୋକସଭା ମହାସଚିବଙ୍କୁ ଚିଠି ଲେଖିଥିଲେ ସୁଦ୍ଧା ଚିଠିର ଉତ୍ତର ଆସି ନଥିବା ସୂଚନା ମିଳିଛି।

7- ହ୍ୟାଟ୍ରିକ୍ ମାରିବ ବିଜେପି: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ରହିଛି ବିଜେପି। ଏନେଇ ଦଳ ୨୦୨୪ ଲୋକସଭା ନିର୍ବାଚନରେ କିପରି ତୃତୀୟ ଥର ଲାଗି ବିଜୟ ହାସଲ କରିପାରିବ ସେ ନେଇ ଦଳୀୟ ଅଭିଯାନକୁ କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ରହିଛି। ଏହି ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ମଧ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି। ଯଥା ଶୀଘ୍ର ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ମଧ୍ୟ ଅନ୍ତର୍ଭୂକ୍ତ ହେବ।  

8-  ଆଜି ଭାରତ- ଆଫଗାନିସ୍ତାନ ଟି-୨୦ : ଆଜି ସନ୍ଧ୍ୟା ୭ଟାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି ୨୦ ଖେଳାଯିବ । ତେବେ ଆଜି ଖେଳରେ କ୍ରିକେଟ ପ୍ରେମିଙ୍କୁ ସାମାନ୍ୟ ନିରାଶ ହେବାକୁ ପଡିବ । କାରଣ ବ୍ୟକ୍ତିଗତ କାରଣ ପାଇଁ ପ୍ରଥମ ମ୍ୟାଚ୍ ଖେଳିବେନି କୋହଲି । ଆଜିର ମ୍ୟାଚ ବିଣ୍ଡ୍ରା ଷ୍ଟାଡିୟମ ମୋହଲିରେ ଅନୁଷ୍ଠିତ ହେବ ।

9- ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍ : ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ କଟକ ସହର ସ୍ଥିତ ନିଶାମଣି କନଭେନଶନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅବସରରେ ଓଡ଼ିଆ ସିନେମା ଦୁନିଆର ପ୍ରଖ୍ୟାତ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନା ତ୍ରିପାଠୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ରୁପେଶ କୁମାର ନାୟକ, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଅଭିନେତା ଆକାଶ ଦାସନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

10- ପୁଣି ଫେରିବ ଶୀତ: ପ୍ରବଳ କୁହୁଡ଼ି ଯୋଗୁଁ କଲବଲ ରାଜ୍ୟବାସୀ । ସାରା ଓଡ଼ିଶାରେ ଶୀତର ପ୍ରକୋପ କମିଥିବା ବେଳେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗୁରୁବାର ବିଶେଷ କରି, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ, ରାୟଗଡ଼ା ଓ ନୟାଗଡ଼ ଆଦି କେତେକ ଜିଲ୍ଲାରେ କୁହୁଡ଼ି ଯୋଗୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଗାମୀ ୨ ଦିନ ପରେ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Also Read- Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍