Top 10 News Headlines: ନିର୍ବାଚନ ଫଳାଫଳକୁ ନେଇ ପଢନ୍ତୁ ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2277865

Top 10 News Headlines: ନିର୍ବାଚନ ଫଳାଫଳକୁ ନେଇ ପଢନ୍ତୁ ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ନିର୍ବାଚନ ଫଳାଫଳକୁ ନେଇ ପଢନ୍ତୁ ସକାଳର 10ଟି ବଡ଼ ଖବର

Election Result 2024: ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ ଗଣତି । ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ୍ ଗଣତି । ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଚାଲିଛି । କିଛି ସମୟ ପରେ ଆରମ୍ଭ ହେବ ଇଭିଏମ୍ ଗଣତି । ଆଉ  କିଛି ଘଣ୍ଟାର ବ୍ୟବଧାନ ପରେ ଜଣାପଡିବ ପ୍ରାର୍ଥୀଙ୍କ ଭାଗ୍ୟଫଳ । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ ବିଜେଡି ସରକାର କରିବ ନା ବିଜେପି କ୍ଷମତାକୁ ଆସିବ ତାକୁ ନେଇ ଚାଲିଛି ଅଙ୍କ କଷା। 

Loksabha And Assembly Result: ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଫଳାଫଳ ଆଜି ସ୍ପଷ୍ଟ ହେବ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ଚାଲିଛି । ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। 

PM Modi And Amit Shah: ଚାଲିଛି ଭୋଚ ଗଣତି । ପୂରା ଦେଶର ନଜର ଆଜିର ରେଜଲ୍ଟ ଉପରେ ରହିଛି । ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ରହିଛନ୍ତି ସେହିପରି ଅମିତ ଶାହା ଗାନ୍ଧିନଗର ଲୋକସଭା ଆସନରୁ ଆଗୁଆ ଅଛନ୍ତି।

Rahul Leading: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏହା ସହିତ ବିଭିନ୍ନ ଦଳର ଆଗୁଆ ଧାରା ଆରମ୍ଭ ହୋଇଛି। ଆଗୁଆ ଧାରାରେ ବିଜେପି ନେତୃତ୍ବାଧୀନ ଏନଡିଏ ଅଗ୍ରଣୀ ହାସଲ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଭୟ ଆସନ ଓ୍ବାୟନାଡ ଏବଂ ରାଏବରେଲି ଲୋକସଭା ଆସନରେ ଆଗୁଆ ଅଛନ୍ତି । 

Smriti Irani Trailing: ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଇଣ୍ଡିଆ ମେଣ୍ଟ ୨୦ ଆସନରେ ଆଗରେ ରହିଥିବାବେଳେ ସ୍ମୃତି ଇରାନୀ ପଛରେ ଅଛନ୍ତି। ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ୮୦ ଲୋକସଭା ଆସନ ମଧ୍ୟରୁ ୩୭ ଆସନରେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ଆଗୁଆ ରହିଥିବାବେଳେ କଂଗ୍ରେସ ନେତୃତ୍ବଧୀନ ଇଣ୍ଡିଆ ୨୦ ଆସନରେ ଆଗୁଆ ରହିଛି।

NDA Leading: ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଶତକ ଛୁଇଁଛି । ବର୍ତ୍ତମାନ ସୁଦ୍ଧା ୨୭୪ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୧୬୯ ଆସନରେ ଏନଡିଏ ଆଗରେ ରହିଛି । ସେହିପରି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୯୫ ଆସନରେ ଆଗରେ ରହିଛି । 
 
Mother Dairy Milk: ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ସାଧାରଣ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି । ଗତ ୧୫ ମାସରେ ବିଭିନ୍ନ ସାମଗ୍ରୀର ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । ସାଧାରଣ ନିର୍ବାଚନର ଠିକ୍ ପରେ ଏହି ଦର ବୃଦ୍ଧି କରାଯାଇଛି । ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୩ରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବଜାରରେ ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି କରାଯାଇଛି ।

Petrol Diesel Rate: ଆଜି ଜୁନ ମାର ୪ ତାରିଖ ନିର୍ବାଚନ ଫଳାଫଳର ଦିନ। ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନୂଆ ତୈଳଦର ସାମ୍ନାକୁ ଆସିଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

Odisha Weather Report: କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ସ୍ଥାନରେ ଗରମ-ଗୁଳୁଗୁଳି କଲବଲ କରୁଥିବା ଦେଖିବାକୁ ମିଳିଛି। ସୋମବାର ନୂଆପଡ଼ାରେ ରାଜ୍ୟର ସର୍ବୋ‌ଚ୍ଚ ତାପମାତ୍ରା ୪୧.୬ ଡିଗ୍ରି, ଟିଟିଲାଗଡ଼ରେ ୪୧, ବଲାଙ୍ଗୀର(Balangir)ରେ ୪୦.୪, ବରଗଡ଼ରେ ୩୯.୫, ସୋନପୁରରେ ୩୯.୨, ବୌଦ୍ଧ(Boudh)ରେ ୩୯.୧, ଖୋର୍ଦ୍ଧାରେ ୩୯ ଡିଗ୍ରି ରହିଥିଲା। ପୁରୀ ଓ ପାରାଦୀପ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ତଳେ ରହିଥିବା ଦେଖିବାକୁ ମିଳିଛି।

Stocke Market: ଲୋକସଭା ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ପ୍ରାରମ୍ବିକ ଧାରାରେ ବିଜେପି ନେତୃତ୍ବାଧୀନ ଏନଡିଏ ପଛରେ ଥିବାରୁ ଷ୍ଟକ୍ ମାର୍କେଟରେ ମଧ୍ୟ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୨,୦୦୦ ପଏଣ୍ଟ ଏବଂ ନିଫ୍ଟ ପ୍ରାୟ ୬୦୦ ପଏଣ୍ଟ ହ୍ରାସ ପାଇଛି। ସମ୍ପ୍ରତି ସେନ୍ସେକ୍ସ ୭୪,୦୦୦ ରେ ରହିଯାଇଛି । ଯେତେବେଳେ କି ନିଫ୍ଟି ୨୨,୬୦୦ରେ ରହିଛି।