Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2313033

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

T20 Final Match Today: ଆଜି ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା । ଟାଇଟଲ ପାଇଁ ପଡିଆରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ହେଲେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ଉପରେ ବର୍ଷାର ବିପଦ ରହିଛି । ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାରବାଡୋସରେ ହେବାକୁ ଥିବା ଏହି ମ୍ୟାଚକୁ ବର୍ଷା ଧୋଇଦେବା ଆଶଙ୍କା ରହିଛି । ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ମଧ୍ୟ ୱାର୍ଲଡ କପର ବହୁ ମ୍ୟାଚ ବର୍ଷା ବାଧିତ ହୋଇଛି । ତେଣୁ ଆଜିର ମ୍ୟାଚ ବର୍ଷା ଯୋଗୁଁ ବାଧିତ ହେଲେ ରିଜର୍ଭ ଡେକୁ ଘୁଞ୍ଚିଯିବ ମ୍ୟାଚ । ଜୁନ ୩୦ ତାରିଖରେ ରିଜର୍ଭ ଡେ ରଖାଯାଇଛି ।

CM Mohan Charan Majhi: ଆଜି ଦିଲ୍ଲୀ ସ୍ଥିତ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ । ସକାଳ ୯ଟାରେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ଦିନ ୧୧ଟାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Odisha Weather Report: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଥିୂବା ଘୂର୍ଣ୍ଣିବଳୟ ସହ ଏବେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ପ୍ରଭାବରେ ୩୦ ତାରିଖ  ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।  ପହିଲାରୁ ରାଜ୍ୟରେ ବର୍ଷାର ବିସ୍ତୁତି କମିବ ଏବଂ ପୁଣି  ୭ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୁତ ପରିମାଣ ବଢିବ। ଏବଂ କାଳବୈଶାଖି ପ୍ରଭାବ କମିବା ସହ ଭାରି ବର୍ଷା ସମ୍ଭାବନା ଥିବା ନିର୍ଦ୍ଦେଶକା କହିଛନ୍ତି। 

Odisha Murder Case: ସାନ ସଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ସଢୁ । ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ରାମଚନ୍ଦ୍ରପୁର ଗାଁରୁ । ଡେଲାଙ୍ଗ ବଜାରରେ ସାଇକେଲ ରିପ୍ୟାରିଂ ଦୋକାନ କରିଥିବା ନରେନ୍ଦ୍ର ମଲ୍ଲିକଙ୍କୁ ତାଙ୍କ ବଡ଼ ସଢୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି। 

Odisha Diphtheria Death:ରାଜ୍ୟରେ ଚିନ୍ତା ବଢ଼ାଇଛି ଡିପଥେରିଆ । ଗୋଟିଏ ପରେ ଗୋଟିଏ ଶିଶୁଙ୍କ ଜୀବନ ଡିପଥେରିଆ । ଡିପଥେରିଆ ଆକ୍ରାନ୍ତ ହୋଇ ଆଜି ଆଉ ଏକ ଶିଶୁର ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ତାରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତ ଶିଶୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାସହ କୋରାପୁଟରେ ପୁଣି ଛନକା ପୂରାଇଛି ଆନ୍ଥ୍ରାକ୍ସ।
ଗୁରୁତର ଅବସ୍ଥାରେ କୋରାପୁଟରୁ ଗତକାଲି ଏମକେସିଜିରେ ଭର୍ତ୍ତି ହୋଇଥିଲେ ଶିଶୁ । ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲା ଶିଶୁଙ୍କୁ ଟୀକାକରଣ କରାଯାଉଛି । ଶିଶୁ ବିଭାଗରେ ଥିବା ରୋଗୀଙ୍କୁ ସଙ୍ଗରୋଧରେ ରଖିବାକୁ ବେଡ୍ ପ୍ରସ୍ତୁତ କରାଯାଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । 

Odisha Cricket League: ଓଡ଼ିଶା କ୍ରିକେଟ୍ ସଂଘ ଆୟୋଜନ କରିବ ଓଡ଼ିଶା କ୍ରିକେଟ ଲିଗ୍ । ଚଳିତ ଜୁନ୍ ୩୦ ତାରିଖରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍ । ଟି-୨୦ ଫର୍ମାଟରେ ହେବ ମୁକାବିଲା ।

Neet Row: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଥିଲେ ବିରୋଧୀ। ନିଟ୍ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋ ହାଲ୍ଲା କରିଥିଲେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଦୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। 

Delhi Rain: ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଦିଲ୍ଲୀ-ଏନ୍‌ସିଆର୍‌ରେ ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳେ ବ୍ୟାପକ ଅଞ୍ଚଳ ଜଳବନ୍ଦୀ ହେବା ସହ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ହୋଇଛି, ଯାହା କି ୧୯୩୬ ପରଠାରୁ ଜୁନ୍ ମାସରେ ସର୍ବାଧିକ ଦୈନିକ ବର୍ଷା। ୧୯୩୬ରେ ଗୋଟିଏ ଦିନରେ ୨୩୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। 

Asaduddin Owaisi: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଘର ବାହାରେ ନାରାବାଜି ଓ କଳା କାଳି ଫିଙ୍ଗିବା ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ। ଏହି ଘଟଣାରେ ଏତଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାର୍ଲାମେଣ୍ଟ ଷ୍ରିଟ୍ ଥାନାରେ ଆଇପିସିର ଧାରା ୧୪୩, ୫୦୬, ୧୫୩ଏ ଏବଂ ୧୪୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗୁରୁବାର ଦିନ କିଛି ଲୋକ ଓୱେସିଙ୍କ ବାସଭବନରେ ହଙ୍ଗାମା କରିଥିଲେ। ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି। 

Special Train For Ratha Yatra: ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୬ରୁ ୧୯ ମଧ୍ୟରେ ପୁରୀକୁ ଓ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ ହେଉଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଚଳିତ ବର୍ଷ ନୂତନ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଓ ଦଶପଲ୍ଲାଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚାଲିବ। ଏହାବ୍ୟତୀତ ସାନ୍ଧ୍ୟ ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି।

Also Read: ଆସୁଛି ଶୁଭ ବେଳା, ଏହି ୩ ରାଶି ଉପରେ ବର୍ଷିବ ଭଗବାନ ବିଷ୍ଣୁ୍ଙ୍କ ଅଶେଷ କୃପା