Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2002872

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 9 December 2023 | ସଂକ୍ଷେପରେ ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର...

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 news Headlines

1- Bags of money seized in Odisha:  ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୁ ୨୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।  ତିନିଦିନ ହେଲା ବିଭିନ୍ନ ସ୍ଥାନରୁ ଟଙ୍କାଭର୍ତ୍ତି ବ୍ୟାଗ୍‍ ମିଳିବାରେ ଲାଗିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରୁ ଟଙ୍କା ମିଳିବାରୁ ଷ୍ଟେଟ୍‍ବ୍ୟାଙ୍କ ପକ୍ଷରୁ ଟଙ୍କା ଗଣତି ମସିନ୍‍ ନିଆଯାଇ ତାହାର ଗଣତି ଚାଲିଛି।  ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଅପରପକ୍ଷେ ଏହି ଘଟଣାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଯାଏ ଉଦବେଗ ପ୍ରକାଶ କରିଛନ୍ତି। କୌଣସି ପରିସ୍ଥିତିରେ ଭ୍ରଷ୍ଟାଚାରୀଙ୍କୁ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି।

2- BJP and congress questions BJD:  ରାଜ୍ୟରେ ଏ ପ୍ରସଙ୍ଗକୁ ନେଇ ତିନି ଦଳ ମଧ୍ୟରେ କାଦୁଅଫୋପଡ଼ା ରାଜନୀତି ଆରମ୍ଭ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେଡି ଏହି ମଦ କାରଖାନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଥିଲା। ମୁଖ୍ୟମନ୍ତ୍ରୀଙ୍କ ସତ୍‍ସାହସ ଥିଲେ କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ ବୋଲି ସେ କହିଛନ୍ତି। ଓଡ଼ିଶା ପାଇଁ ଏହା ଏକ ଲଜ୍ଜାକର ବିଷୟ କହିବା ସହ ଅଣ ଓଡ଼ିଆ ଶାସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ କଂଗ୍ରେସ କହିଛି କେଉଁ ବ୍ୟବସାୟୀଙ୍କଠାରୁ କେତେ ଟଙ୍କା ଜବତ କରାଗଲା ତାହାର ତଥ୍ୟ ରଖି ସରକାର ତାହାର ଏକ ବିଚାର ବିଭାଗୀୟ ତଦନ୍ତ କରାନ୍ତୁ ବା ଏକ ଏସ୍‍ଆଇଟି ଗଠନ କରନ୍ତୁ ବୋଲି କଂଗ୍ରେସ କହିଛି। ସେହିପରି ରାଜ୍ୟରେ ବିଜେପି ହୀନ ରାଜନୀତି କରୁଛି ବୋଲି ବିଜେଡି କହିଛି। 

3-  OAS Transfer: ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଚିତ୍ତରଞ୍ଜନ ପାତ୍ରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବର୍ତ୍ତମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଥିବା ଓଏଏସ୍ ଦିଲ୍ଲୀପ କୁମାର ପରିଡ଼ାଙ୍କୁ ବଦଳି କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ଏବଂ ଯୁଗ୍ମସଚିବ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କୁ କୋରାପୁଟ କେବିକେ ପ୍ରଶାସକ ଭାବରେ ବଦଳି କରାଯାଇଛି। ସେହିପରି ଗଜପତି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ନୀଳମାଧବ ମାଝୀଙ୍କୁ ଗଞ୍ଜାମ ଛତ୍ରପୁରର ଅତରିକ୍ତ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । 

4- Pandian reviews Puri Project: ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଂଶ ବିଶେଷ ଭାବେ ଶ୍ରୀ ଜଗନ୍ନାଥ ବଲ୍ଲଭଠାରୁ ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ ସମ୍ପର୍କରେ ସମୀକ୍ଷା କରିଛନ୍ତି  ୫ଟି ଅଧ୍ୟକ୍ଷ  ଭି କେ ପାଣ୍ତିଆନ। ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ କାର୍ଯ୍ରକ୍ରମ ରହିଥିବାରୁ ଏହାକୁ ତୁରନ୍ତ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।  

5- NIA Raids 44 Places: ଆଇଏସ୍‍ଆଇଏସ୍‍ ଆଡ୍ଡା ଧ୍ୱଂସ କରିବା ଲକ୍ଷ୍ୟରେ ଆଜି ଜାତୀୟ ତଦନ୍ତ ଏଜେନ୍ସୀ ( ଏନ୍‍ଆଇଏ) ମହାରାଷ୍ଟ୍ର ଓ କର୍ଣ୍ଣଟକର ୪୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି। ଏହାସହ ସନ୍ଦିଗ୍‍ଧ ୧୫ ଜଣଙ୍କୁ ଗିରିଫ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଭିତରେ ଜଣେ ଆଇଏସ୍‍ଆଇଏସ୍‍ ସମ୍ପୃକ୍ତ ଆତଙ୍କବାଦୀ ରହିଛନ୍ତି ଯିଏ ନବ ନିଯୁକ୍ତଙ୍କୁ ଶପଥପାଠ କରାଉଥିବା ଅଭିଯୋଗ ହୋଇଛି।  

6- Threat to hack Indian Websites: ଡିସେମ୍ବର ୧୧ ତାରିଖରେ ଭାରତରେ ଏକ ବଡ଼ ଧରଣର ସାଇବର ଆଟାକ୍‍ କରିବାକୁ ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍‍ ଧମକ ଦେଇଛି। ପୂର୍ବରୁ ଏହି ଗୋଷ୍ଠୀ ଆମେରିକା, ଇସ୍ରାଏଲ୍‍ ଏବଂ ସ୍‍ୱିଡେନ୍‍ ଭଳି ଦେଶରେ ସାଇବର ଆକ୍ରମଣ କରିଥିବାରୁ ଏହି ଧମକକୁ ଗୁରୁତର ସହ ବିଚାର କରୁଛି ଭାରତ। ଏଥିନେଇ କେନ୍ଦ୍ରୀୟ ଏଜେନ୍ସୀ ସଜାଗ ରହିଛନ୍ତି।

7- BJP boycotts Pro-term Speaker: ତେଲଙ୍ଗନା ବିଧାନସଭାର ପ୍ରୋ-ଟର୍ମ ବାଚସ୍ପତିଙ୍କୁ ବର୍ଜନ କରିଛନ୍ତି ବିଜେପି ସଦସ୍ୟ। ଏପରିକି ତାଙ୍କ ଦ୍ୱାରା ଶପଥ ନ ନେବାକୁ ମଧ୍ୟ କହିଛନ୍ତି। ନୂଆ ବିଧାନସଭା ଗଠନ ପରେ ବାଚସ୍ପତି ନିର୍ବାଚନ ପୂର୍ବରୁ ଗୃହର ବରିଷ୍ଠ ନେତାଙ୍କୁ ପ୍ରୋ-ଟର୍ମ ବାଚସ୍ପତି ଭାବେ ନିର୍ବାଚନ କରିବା ପରମ୍ପରା ରହିଛି। କିନ୍ତୁ କଂଗ୍ରେସ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି ବିଜେପି ସଦସ୍ୟ।

8- Chinese made Drone seized in Punjab: ପଞ୍ଜାବରେ ଚୀନ ନିର୍ମିତ ଡ୍ରୋନ୍‍ ଜବତ କରାଯାଇଛି। ସୀମା ସୁରକ୍ଷା ବାହିନୀ ଫରୋଜପୁରଠାରେ ଏହି ଡ୍ରୋନ ଜବତ କରିଥିଲେ। ଏହି ଡ୍ରୋନ ଭାରତରେ ଗୁଇନ୍ଦା କାରବାରରେ ବ୍ୟବହାର କରାଯାଉଥିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି। ପୂର୍ବରୁ ଏହିପରି ଡୟୋନ ବ୍ୟବହାର କରି ଚୀନ ଭାରତରେ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପ୍ରେରଣ କରୁଥିବାର ଉଦାହରଣ ରହିଛି।

9- Suspense over CM Candidate: ତିନି ରାଜ୍ୟରେ କେଉଁମାନେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ ସେ ସସ୍‍ପେନ୍ସ ଆଜି ଯାଏ ଜାରି ରହିଛି।  ବିଜେପିର ବରିଷ୍ଠ ନେତା, ପ୍ରର୍ଯ୍ୟବେକ୍ଷକମାନେ ଏଥିରେ ସଫଳତା ପାଇପାରି ନାହାନ୍ତି। ଏ ବିଷୟକୁ ନେଇ ବିଜେପିର ବରିଷ୍ଟ ନେତାମେନେ ଦିନ ତମାମ ପ୍ରଚଷତ୍ଟା ଜାରି ରଖିଛନ୍ତି। ବିଭିନ୍ନ ଦଳୀୟ ନେତାଙ୍କୁ ଭେଟିବା ସହ ପ୍ରସଙ୍ଗଗୁଡ଼ିକ ଉପରା ଚର୍ଚ୍ଚା କରାଯଉଛି।  

10- Chilled winter soon: ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଶିତ ବ୍ୟାପକ ହେବାର ସମ୍ଭାବନା ରହିଛି। ଆଜି ସକାଳେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରହିଥିଲା। ଆକାଶ ନିର୍ମଳ ଥିବାରୁ ଥଣ୍ଡା ବଢ଼ିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Also Read- CM Revanth reddy: ଦାୟିତ୍ୱ ବାଣ୍ଟିଲେ ରେଭନ୍ଥ

Also Read- OAS ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ଚିତ୍ତରଞ୍ଜନ ପାତ୍ର