Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1989607

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା । ଆସନ୍ତୁ ସଂକ୍ଷେପରେ ସେହି ଖବର ବିଷୟରେ ନଜର ପକାଇବା...।

 

Top 10 News Headlines of Odisha late evening 2 December 2023

Top 10 News Headlines Today in Odia | 02 December 2023 | Evening | 1. 7.4 Magnitude Earthquake Strikes Mindanao Philippines: ଡିସେମ୍ବର ୨ ତାରିଖ ଶନିବାର ୭.୪ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଉଠିଛି ଫିଲିପାଇନ୍ସ ମିଡାନାଓ ଅଞ୍ଚଳ। ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ଆସିବା ନେଇ ଜାରି ହୋଇଛି ସତର୍କତା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ୭.୪ ତୀବ୍ରତା ରାତି ୮:୦୭ ସମୟରେ ଅନୁଭୂତ ହୋଇଛି। ଯାହାର କେନ୍ଦ୍ର ଭୂପୃଷ୍ଠରୁ ୫୦ କିଲୋମିଟର ଗଭୀରରେ ରହିଥିଲା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଏହି ଭୂକମ୍ପର ତୀବ୍ରତା ୭.୫ ଏବଂ ଏହାର କେନ୍ଦ୍ର ୬୩ କିଲୋମିଟର ଗଭୀରତାରେ ରହିଥିବାର କହିଛି। ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ଆମେରିକାର ସୁନାମୀ ଚେତାବନୀ ବ୍ୟବସ୍ଥା ସୁନାମୀ ଆସିବା ନେଇ ଚେତାବନୀ ଦେଇଛି। ଫିଲିପାଇନ୍ସ ଏବଂ ଜାପାନ ଠାରେ ସୁନାମି ହେବାର ସମ୍ଭାବନା ଅଛି। ଫିଲିପାଇନ୍ସ ଭୂକମ୍ପ ବିଜ୍ଞାନ ଏଜେନ୍ସି PHIVOLCS କହିଛି ଯେ ସ୍ଥାନୀୟ ସମୟ (16:00 GMT) ମଧ୍ୟରାତ୍ର ସୁଦ୍ଧା ସୁନାମ ତରଙ୍ଗ ଫିଲିପାଇନ୍ସ ଦେଶରେ ପହଞ୍ଚିପାରେ। ଯାହା ଘଣ୍ଟା ଘଣ୍ଟା ଧରି ଚାଲିବ। 

2. India vs Australia 5th T20 Match 2023: ଡିସେମ୍ବର ୩ ତାରିଖ ଚେନ୍ନାଇ ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପଞ୍ଚମ ଟି୨୦ ମ୍ୟାଚ୍। ମୋଟ ୫ ମ୍ୟାଚ୍ ବିଶିଷ୍ଚ ଟି୨୦ ସିରିଜ୍ ରେ ଭାରତୀୟ ଦଳ ତିନୋଟି ଏବଂ ଅଷ୍ଟ୍ରେଲିଆ ଟିମ୍ ଗୋଟିଏ ମ୍ୟାଚ୍ ଜିତିଛି। ଏହି ସିରିଜ୍ ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଟିମ୍ ବିପକ୍ଷରେ ୩-୧ ବ୍ୟବଧାନରେ ଅଗ୍ରଣୀ ରହିଛି।

3. Assembly Elections Results 2023: ଚଳିତ ବର୍ଷ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଆଦି ୪ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୨ ତାରିଖ ରବିବାର ପ୍ରକାଶ ପାଇବ। ବିଧାନସଭା ନିର୍ବାଚନ ୨୦୨୩ ଭୋଟଗଣତି ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଧାନସଭା ନିର୍ବାଚନ ଫଳାଫଳ ଗୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ସମୟ ଗଣନା। 

4. ECoR Cancelled Train for Cyclone: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହେଉଛି। ଆଗାମୀ ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରବିବାର ଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି।  ସମ୍ଭାବ୍ୟ ବାତ୍ୟା "ମାଇଚୋଙ୍ଗ୍" କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇର ପୂର୍ବତଟ ରେଳମଣ୍ଡଳ ପକ୍ଷରୁ ୫୪ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି। 

5. Two Officers Found Guilty of Taking Bribe in Odisha: ସ୍ଵତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱର ଦ୍ଵାରା ଶନିବାର ଦୁଇଜଣ ସରକାରୀ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରଯାଇଛି। ଉଭୟ ଅଧିକାରୀ ହେଉଛନ୍ତି ଲକ୍ଷ୍ମୀନାରାୟଣ ସତ୍ୟପାଠୀ, ଆର୍ଥିକ ପରାମର୍ଶଦାତା (ଏଫସି) ଏବଂ ଜୟନାରାୟଣ ତ୍ରୈଲୋକ୍ୟ ନାଥ, ଯୋଜନା ସଂଯୋଜକ(ଡପସି), ରାୟଗଡ଼ା। ଉଭୟଙ୍କୁ ଚାକିରୀରୁ ନିଲମ୍ବିତ କରାଯିବା ସହ କାରାଦଣ୍ଡ ଭୋଗିବାକୁ ପଡ଼ିବ।

6. Jayaram Pangi Joins in Congress: ପ୍ରଥମେ ବିଜେପି ପରେ ବିଆରଏସ ଶେଷରେ କଂଗ୍ରେସ ହାତ ଧରିଛନ୍ତି ପୂର୍ବତନ ସାଂସଦ, ମନ୍ତ୍ରୀ ତଥା ବିଧାୟକ ଜୟରାମ ପାଙ୍ଗୀ। ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା ବିଜୟ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ଜୟରାମ ପାଙ୍ଗୀ କଂଗ୍ରେସ ହାତ ଧରିଥିଲେ। 

7. Jitan Ram Manjhi on  Liquor Ban in Bihar: ବିହାରରେ ମଦ ନିଷେଧକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଛି। ଶାସକ ଦଳ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜ୍ୟରେ ମନ ବନ୍ଦ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସଫଳ ବୋଲି କହୁଛନ୍ତି। ହେଲେ ଅନ୍ୟପଟେ ରାଜ୍ୟରେ ମଦ ବନ୍ଦ ପ୍ରସଙ୍ଗର ବିରୋଧି ଦଳ କ୍ରମାଗତ ଭାବରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିହାର ବିଧାନସଭାରେ ବିରୋଧି ଆସନରେ ବସିଥିବା ଏନଡ଼ିଏ ମେଣ୍ଟର ଅଂଶଦାର ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ସଭାପତି ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ଏକ ବଡ ଘୋଷଣା କରିଛନ୍ତି। ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି କହିଛନ୍ତି ଯେ, ଯଦି ବିହାରରେ ଯଦି ଆମର (NDA) ସରକାର ଗଠନ ହୁଏ, ତାହେଲେ ରାଜ୍ୟରେ ମଦ ନିଷେଧ ସମ୍ପୂର୍ଣ୍ଣ ରୂପେ ରଦ୍ଦ ହୋଇଯିବ।

8. Parliament Winter Session 2023: ଡିସେମ୍ବର ୪ ତାରିଖ ସୋମବାର ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ପ୍ରଥମଥର ଲାଗି ନୂତନ ସଂସଦ ଗୃହରେ ଏକ ପୂର୍ଣ୍ଣକାଳୀନ ଅଧିବେଶନ ବସିବ। ଏହି ଅଧିବେଶନ ହେବ ସପ୍ତଦଶ ଲୋକସଭାର ଶେଷ ଅଧିବେଶନ। ଯଦିଓ ୨୦୨୪ ଲୋକସଭା ନିର୍ବାଚନକୁ ଯିବା ପୂର୍ବରୁ ବଜେଟ ଉପସ୍ଥାପନ ପାଇଁ ଏକ ଅଧିବେଶନ ରାଷ୍ଟ୍ରପତି ଡକାଇପାରନ୍ତି। ହେଲେ ତାହା କାମଚଳା ଏବଂ ସ୍ୱଳ୍ପକାଳୀନ ହେବ। ଏଣୁ ଏହି ଅଧିବେଶନ ଉଭୟ ଶାସକ ଏବଂ ବିରୋଧିଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହେବ ବୋଲି ଆଲୋଚନା ହେଉଛି। ସରକାରଙ୍କ ପକ୍ଷରୁ ଏହି ଅଧିବେଶନରେ ବିଗତ ୫ ବର୍ଷରେ ସଫଳତାର ଗାଥା ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ ବିରୋଧି ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। 

9. Pakistan PM Trolled for COP28 Summit: ୟୁଏଇ ଅଧ୍ୟକ୍ଷତାରେ ଦୁବାଇ ଠାରେ ଅନୁଷ୍ଠିତ ହେଉଛି ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଦୁବାଇ ଠାରେ ପହଞ୍ଚିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୁବାଇ ଯାଇଛନ୍ତି। ଏହି କ୍ରମରେ ତାଙ୍କ ପାକିସ୍ତାନୀ ସମକକ୍ଷ ତଥା ଅନୱାରୁଲ ହକ କକର ମଧ୍ୟ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦୁବାଇ ଠାରେ ପହଞ୍ଚିଛନ୍ତି। ମାତ୍ର ସେ ନିଜର ଏକ ଫଟୋ ପାଇଁ ତାଙ୍କ ଦେଶରେ ଟ୍ରୋଲ ହେବାରେ ଲାଗିଛନ୍ତି । କାରଣ ହେଉଛି ଯେ ଜଳବାୟୁ ସମ୍ମିଳନୀରେ ଯୋଗ ଦେଇଥିବା ସବୁ ନେତାଙ୍କ ଗ୍ରୁପ ଫଟୋ ରେ ପ୍ରଧାନମନ୍ତ୍ରୀ ମୋଦି ସଭା ଆଗ ଧାଡ଼ିରେ ଛିଡା ହୋଇଥିବା ପାକିସ୍ତାନୀ ପ୍ରଧାନମନ୍ତ୍ରୀ କେଉଁଠି ଛିଡ଼ା ହୋଇଛନ୍ତି ତାହା ସହଜରେ ଜଣାପଡୁ ନାହିଁ। ଯାହାକୁ ନେଇ ପାକିସ୍ତାନୀ ନିଜ ନେତାଙ୍କୁ ପରିହାସ କରିଛନ୍ତି। 

10. PM Modi responds to Italy PM Giorgia Meloni: ସଂଯୁକ୍ତ ଆରବ ଏମିରେଟ୍ସ  ଠାରେ ଆୟୋଜିତ COP28 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବହୁ ନେତାଙ୍କୁ ଭେଟିଛନ୍ତି। ଏହି କ୍ରମରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ମଧ୍ୟ ଭେଟିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ପିଏମ ମୋଦୀଙ୍କ ସହ ତାଙ୍କର ସାକ୍ଷାତର ଏକ ଆକର୍ଷଣୀୟ ଫଟୋ ସେୟାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପିଏମ ମୋଦୀଙ୍କ ସହ ନିଆଯାଇଥିବା ସେଲଫିର ଫଟୋ ସେୟାର କରିବାବେଳେ ଜିଓର୍ଜିଆ ମେଲୋନି ଲେଖିଥିଲେ ଯେ କୋପ COP28 ରେ ଭଲ ସାଙ୍ଗ। ସେ ତାଙ୍କ ନାମ ଏବଂ ପିଏମ ମୋଦୀଙ୍କ ନାମକୁ ମିଶାଇ #Melodi ଲେଖିଥିଲେ। ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଇ ପିଏମ ମୋଦୀ ଲେଖିଛନ୍ତି ଯେ ସାଙ୍ଗଙ୍କୁ ଭେଟିବା ସର୍ବଦା ଆନନ୍ଦଦାୟକ।