Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ
Advertisement
Article Detail0/zeeodisha/odisha2246533

Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Shani Vakri: ନ୍ୟାୟର ଦେବତା ଶନିଙ୍କୁ ଧୀରତମ ଗତିଶିଳ ଗ୍ରହ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ଶନିଙ୍କ ପ୍ରଭାବ ସବୁଠାରୁ ଅଧିକ ବୋଲି ଜ୍ୟୋତିର୍ବିଦମାନେ ମତ ଦେଇଥାନ୍ତି । ୨୦୨୪ ମସିହାରେ ଶନିଙ୍କ ଗତିବିଧି ବିଶେଷ କରି ବୟସ, ରୋଗ, କୃଷି, ପ୍ରାକୃତିକ ବିପର୍ଯ୍ୟୟ, ଲୁହା, ପ୍ରତ୍ନତତ୍ତ୍ୱ ଏବଂ ଗଣତନ୍ତ୍ର ଇତ୍ୟାଦି ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ସକରାତ୍ମକ ଫଳାଫଳ ମିଳିବ ।

Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Saturn Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ଗତିବିଧି ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭାବ ପକାଇଥାଏ । ନ୍ୟାୟର ଦେବତା ପ୍ରଭୁ ଶନିଦେବ ବୟସ, ଯନ୍ତ୍ରଣା, ରୋଗ, ଦାରିଦ୍ର, କୃଷି, ପ୍ରାକୃତିକ ବିପର୍ଯ୍ୟୟ, ଖଣିଜ ପଦାର୍ଥ, ଲୁହା, କଳା ଜିନିଷ, ପ୍ରତ୍ନତତ୍ତ୍ୱ ଏବଂ ଗଣତନ୍ତ୍ର ଇତ୍ୟାଦି ପାଇଁ ଦାୟୀ କରାଯାଇଥାଏ । ଶନିଙ୍କ ରାଶି ପରିବର୍ତ୍ତନ ଏହି ସବୁ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ମେ ୧୨, ୨୦୨୪ ରେ, ଶନିଦେବ ପ୍ରାୟ ୨ଶହ ବର୍ଷ ପରେ ପୁର୍ବଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ଏଥି ସହିତ ୨୦୨୪ ଜୁନ୍ ୩୦ ରେ ଶନିଦେବ ବକ୍ରି ହୋଇ ଏହି ସ୍ଥାନରେ ୧୪୦ ଦିନ ପର୍ଯ୍ୟନ୍ତ ରହିବେ । ଏହି ଦୁଇଟି ଜ୍ୟୋତିର୍ବିଜ୍ଞାନିକ ଘଟଣା ଏବଂ ଶନିଦେବଙ୍କ ଗତିବିଧି ପ୍ରାୟ ସମସ୍ତ ରାଶିକୁ ପ୍ରଭାବିତ କରିବ । ଏଥିସହ ୫ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ତେବେ ସେହି ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିବା ।

ବୃଷ ରାଶି
ଶନିଙ୍କ ଚଳନ ଆପଣଙ୍କ ଉପରେ ଲାଭଦାୟକ ପ୍ରଭାବ ପକାଇପାରେ । ଆପଣ ହଠାତ୍ ଧନ ଲାଭ କରିପାରନ୍ତି । ଟଙ୍କା ଆସିବାର ନୂଆ ବାଟ ଫିଟିବ । ଅର୍ଥ ପ୍ରବାହର ନୂତନ ଉତ୍ସ ବିକାଶ ହେବ । ବେରୋଜଗାର ବ୍ୟକ୍ତିଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ | ପରିବାରରୁ ଆପଣଙ୍କୁ ସମର୍ଥନ ମିଳିବ ।

କନ୍ୟା ରାଶି
ନକ୍ଷତ୍ର ପରିବର୍ତ୍ତନ ଏବଂ ଶନି ଦେବଙ୍କର ରିଟ୍ରୋଗ୍ରେଡ୍ ଗତି କାରଣରୁ ଆପଣଙ୍କୁ ଶୁଭଫଳ ମିଳିବ । ବର୍ଷେ ପର୍ଯ୍ୟନ୍ତ ଆପଣ ଖୁସି ରହିବେ । ଆୟର ବୃଦ୍ଧି ହେବାର ସମ୍ଭାବନା ରହିଛି । ନୂଆ ଘର କିମ୍ୱା ଯାନବାହାନ କିଣିବାର ସମ୍ଭାବନା ରହିଛି । ଚାକିରିରେ ଥିବା ସମସ୍ୟାର ସମାଧାନ ହେବ । ଛାତ୍ରମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଭଲ ପ୍ରଦର୍ଶନ କରିବେ । ମହିଳାମାନଙ୍କ ପାଇଁ ନୂତନ ଆୟର ଉତ୍ସ ସୃଷ୍ଟି ହେବ ।

ବିଛା ରାଶି
ଶନି ଦେବଙ୍କ ଗତିବିଧି ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଅନୁକୂଳ ପ୍ରମାଣିତ ହେବାକୁ ଯାଉଛି । ନିବେଶକମାନଙ୍କୁ ବିନିଯୋଗରେ ଭଲ ରିଟର୍ଣ୍ଣ ମିଳିବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବା ସହ ବିବାହର ଯୋଗ ରହିଛି । ପ୍ରେମ ଜୀବନରେ ରୋମାନ୍ସ ବୃଦ୍ଧି ପାଇବ । ବିବାହିତ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ସୁଖମୟ । ଛାତ୍ରମାନଙ୍କ ବ୍ୟକ୍ତିତ୍ୱରେ ସକରାତ୍ମକତା ବୃଦ୍ଧି ପାଇବ । କ୍ୟାରିୟରରେ ଅଭିବୃଦ୍ଧି ଘଟିବ । ବ୍ୟବସାୟୀଙ୍କୁ ଅଧିକ ଲାଭ ମିଳିବ ।

କୁମ୍ଭ ରାଶି
ଆପଣଙ୍କ ପାଇଁ ବିଶେଷ ଲାଭ ହେବାର ସମ୍ଭାବନା ଅଛି । ଉପଯୁକ୍ତ ପ୍ରୟାସରେ ଆପଣ ଅପାର ଧନ ଅର୍ଜନ କରିପାରିବେ । ବିଭିନ୍ନ ଉତ୍ସରୁ ଟଙ୍କା ମିଳିବ । ସ୍ଥଗିତ ଥିବା କାର୍ଯ୍ୟ ସମାପ୍ତ ହେବ । ବିଦେଶରେ ମଧ୍ୟ ବ୍ୟବସାୟୀମାନେ ପ୍ରତିଷ୍ଠିତ ହେବାର ସମ୍ଭାବନା ରହିଛି । ଛାତ୍ରମାନଙ୍କ କ୍ୟାରିୟର ପାଇଁ ଉତ୍କୃଷ୍ଟ ସମୟ ଆସିଛି ।

ମୀନ ରାଶି
ଶନି ଦେବଙ୍କ ରିଟ୍ରୋଗ୍ରେଡ୍ ଗତି ଏବଂ ନକ୍ଷତ୍ରର ପରିବର୍ତ୍ତନ ପ୍ରଭାବରୁ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଦେଶରୁ ଟଙ୍କା ମିଳିବାର ସୁଯୋଗ ରହିଛି  । ସେୟାର ମାର୍କେଟରୁ ଭଲ ଲାଭ ମିଳିବ । ପୁରୁଣା ନିବେଶ ଉପରେ ଆପଣ ଉତ୍କୃଷ୍ଟ ରିଟର୍ଣ୍ଣ ପାଇବେ । ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି । ପରିବାର ଏବଂ ସମ୍ପର୍କୀୟଙ୍କ ସହଯୋଗରେ ବିଚାରାଧୀନ କାର୍ଯ୍ୟ ଶେଷ ହେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !

Also Read- Lucky Zodiac Sign: ୧୩ ମଇରେ ରବିଙ୍କ ଶୁଭ ସଂଯୋଗ, ୫ ରାଶିକୁ ଧନ ଲାଭ