TOP 10 NEWS TODAY: ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡ଼ି ବିଜୟ ଅଭିଯାନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2219844

TOP 10 NEWS TODAY: ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡ଼ି ବିଜୟ ଅଭିଯାନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

 TOP 10 NEWS TODAY: ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡ଼ି ବିଜୟ ଅଭିଯାନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 24 April | Evening

1.Naveen Patnaik Election Campaign 2024: ବୁଧବାର (ଅପ୍ରେଲ ୨୪) ହିଞ୍ଜିଳି-ଶେରଗଡ ଠାରେ ବିରାଟ ଜନସଭା ସହ ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏବଂ ଶେରଗଡ ବ୍ଲକ ଠାରେ ଦୁଇଟି ବିରାଟ ଜନସଭାରେ ଉଦ୍‌ବୋଧନ ଦେଇ ବିଜେଡ଼ି ସୁପ୍ରିମୋ ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି।  

2.Congress Suspends Binoy Tamang: ୨୦୨୪ ଲୋକସଭା ନିର୍ବାଚନରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି। ଏହି କ୍ରମରେ ପଶ୍ଚିମବଙ୍ଗରେ ଘଟିଯାଇଛି ଏକ ମଜଦାର ଘଟଣା। ଯେଉଁଠାରେ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ତଥା ଗୋର୍ଖା ନେତା ବିନୟ ତମାଙ୍ଗ ବିଜେପି ପାଇଁ ଭୋଟ୍ ମାଗିଛନ୍ତି। ଏହି ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର (ଅପ୍ରେଲ ୨୩) ପଶ୍ଚିମବଙ୍ଗ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିନୟ ତମାଙ୍ଗଙ୍କୁ ଦଳ ବିରୋଧି କାର୍ଯ୍ୟକଳାପ ପାଇଁ ୬ ବର୍ଷ ଲାଗି ଦଳରୁ ବହିଷ୍କାର କରାଯାଇଛି। ଗୋର୍ଖା ନେତା ବିନୟ ତମାଙ୍ଗ ଦାର୍ଜିଲିଂ ଲୋକସଭା ଆସନ ବିଜେପି ପ୍ରାର୍ଥୀ ରାଜୁ ବିଷ୍ଟଙ୍କୁ ସମର୍ଥନ ଜଣାଇଥିଲେ। ଯାହା ପରେ କଂଗ୍ରେସ ନେତା ବିନୟ ତମାଙ୍ଗ ଦଳରୁ ନିଲମ୍ବିତ ହୋଇଛନ୍ତି।

3.SP Chief Akhilesh Yadav:  ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ସଂସଦୀୟ ନିର୍ବାଚନରେ ଅଖିଳେଶ ଯାଦବ ​​କନ୍ନୌଜ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଆସନ ସମାଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା। କନ୍ନୌଜ ଆସନରୁ ତାଙ୍କର ନିର୍ବାଚନ ଲଢିବାକୁ ଦଳ ପକ୍ଷରୁ ଅନୁମୋଦନ ମିଳିଛି। 

4.IRCTC Food Facility: ରେଳଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀଙ୍କୁ ବିଶେଷ କରି ଅଣସଂରକ୍ଷିତ କୋଚ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସ୍ବଳ୍ପ ମୂଲ୍ୟରେ ଭୋଜନ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରୀଷ୍ମ ମାସରେ ଯାତ୍ରୀଙ୍କ ଯାତାୟାତରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଅଛି। ଭାରତୀୟ ରେଳବାଇରେ ଅଣସଂରକ୍ଷିତ କମ୍ପାର୍ଟମେଣ୍ଟ (ଜେନେରାଲ୍ କ୍ଲାସ୍ କୋଚ୍) ରେ ଯାତ୍ରା କରୁଥିବା ଯାତ୍ରୀ, ଯେଉଁମାନେ ସର୍ବଦା ସୁବିଧାଜନକ ଏବଂ ବଜେଟ୍ ଅନୁକୂଳ ଭୋଜନ ବିକଳ୍ପ ପାଇପାରନ୍ତି ନାହିଁ।

5.S-400 Air Defence System: ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆସିଛି ବଡ଼ ଖବର। ନୂତନ ସମୟସୀମା ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଭାରତକୁ ଏସ-୪୦୦ ପ୍ରଣାଳୀର ଶେଷ ୨ ରେଜିମେଣ୍ଟ ହସ୍ତାନ୍ତର କରିବ ପାରମ୍ପରିକ ସହଯୋଗୀ ଋଷିଆ। ମଙ୍ଗଳବାର ସରକାରୀ ସୂତ୍ରରୁ ଏହି ଖବର ମିଳିଛି। ଏସ-୪୦୦ ପ୍ରଣାଳୀ ଯୋଗାଣକୁ ନେଇ ପ୍ରାୟ ୫.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ଭାରତ-ଋଷିଆ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁଯାୟୀ ଋଷିଆ, ଭାରତକୁ ୩ ଏସ-୪୦୦ ପ୍ରଣାଳୀ ୟୁନିଟ ଯୋଗାଇ ଦେବ।

6.BJP MP Rajvir Diler Death: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦଳକୁ ଲାଗିଛି ଆଉ ଏକ ଝଟକା। ଉତ୍ତର ପ୍ରଦେଶ ହାଥରସ ଲୋକସଭା ଆସନର ବିଜେପି ସାଂସଦ ରାଜଭୀର ଦିଲେରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ସାଂସଦଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ହାଥରସ ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି। ବିଜେପି ଲୋକସଭା ସାଂସଦଙ୍କ ଆକସ୍ମିକ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କର ନିଧନ ଦଳ ପାଇଁ ଏକ ବଡ଼ ରାଜନୈତିକ କ୍ଷତି ବୋଲି କୁହାଯାଉଛି। ରାଜଭୀର ଦିଲେରଙ୍କ ପୂର୍ବରୁ କୁୱଁର ସର୍ବେଶ  ସିଂହଙ୍କ ନିଧନ ହୋଇଥିଲା। ମୁରାଦାବାଦ ଆସନର ବିଜେପି ପ୍ରାର୍ଥୀ ଦିଲ୍ଲୀ ଏମ୍ସ ଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ। 

7.Russia Warns Pakistan: ନିକଟରେ ପାକିସ୍ତାନରୁ ଋଷିଆକୁ ଚାଉଳ ଯୋଗାଣ ହୋଇଇଲା। ହେଲେ ଏହି ଚାଉଳରେ ଏପରି ଏକ ଜୀବ ମିଳିଲା ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଚାଉଳ ଯୋଗାଣରେ ଏପରି ଅବହେଳା ପାଇଁ ଋଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ଫାଇଟୋସାନିଟାରୀ (Phytosanitary) ଦୃଷ୍ଟିକୋଣରୁ ଚାଉଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ଫାଇଟୋସାନିଟାରୀ ସାର୍ଟିଫିକେଟ୍ ଯାଞ୍ଚ କରେ ଯେ କୃଷିଜାତ ଦ୍ରବ୍ୟ ଯାଞ୍ଚ କରାଯାଇଛି ଏବଂ ଏହା କୀଟନାଶକ ଏବଂ ରୋଗମୁକ୍ତ। “ଫାଇଟୋ” ଶବ୍ଦର ଅର୍ଥ ହେଉଛି “ଉଦ୍ଭିଦ” ଏବଂ “ସାନିଟାରୀ” ଅର୍ଥ ହେଉଛି ପରିଷ୍କାର କିମ୍ବା କୀଟନାଶକ ଏବଂ ରୋଗମୁକ୍ତ।

8.Heatwave 2024: ଆସନ୍ତା ୫ ଦିନ ଯାଏ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅର୍ଥାତ "ସିଭିୟର ହିଟୱେଭ୍‍" (Severe Heatwave) ସତର୍କତା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସମେତ ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ଆସନ୍ତା ୨୭ ଏବଂ ୨୮ ତାରିଖରେ କୋରାପୁଟ ଜିଲ୍ଲାକୁ ଛାଡ଼ି ରାଜ୍ୟର ସମସ୍ତ ଉପକୂଳ ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

9.Amit Shah Odisha Tour: ଆସନ୍ତାକାଲି (ଅପ୍ରେଲ ୨୫) କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଗସ୍ତ ଅବସରରେ ଅମିତ ଶାହ ସୋନପୁର ଠାରେ ସେ ଏକ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଭୁବନେଶ୍ୱର ଆସି ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ୨୭ ତାରିଖରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ଠାରେ ଆୟୋଜିତ ହେଉଥିବା ସାଧାରଣ ସଭାକୁ ଉଦ୍‍ବୋଦନ ଦେବା କାର୍ଯ୍ୟକ୍ରମ ରହିଛି।

10. IPL Match Today 2024: ଅପ୍ରେଲ ୨୪ ତାରିଖ ବୁଧବାର ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ମୁହାଁମୁହିଁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ। ଆଜି ଖେଳାଯାଇଥିବା ୪୦ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭର ରେ ୪ ୱିକେଟ ହରାଇ ୨୨୪ ରନ୍ ସଂଗ୍ରହ କରିଛି। ୨୨୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ୬ ଓଭର ଖେଳ ପର୍ଯ୍ୟନ୍ତ ଗୋଟିଏ ୱିକେଟ ହରାଇ ୬୭ ରନ୍ ସଂଗ୍ରହ କରିଛି।