Top 10 News Headlines: ରାଜ୍ୟରେ ବଢ଼ିଲା ମୁଣ୍ଡ ପିଛା ଆୟ; ଭବାନୀ ଶଙ୍କର ଭୋଇ ହେଲେ ଉପବାଚସ୍ପତି, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2351679

Top 10 News Headlines: ରାଜ୍ୟରେ ବଢ଼ିଲା ମୁଣ୍ଡ ପିଛା ଆୟ; ଭବାନୀ ଶଙ୍କର ଭୋଇ ହେଲେ ଉପବାଚସ୍ପତି, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines 24 July 2024: ରିପୋର୍ଟରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବଢ଼ିଛି ବୋଲି ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଦେଖିବାକୁ ଗଲେ, ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 24 July 2024

Top 10 News Headlines 24 July 2024: H1. Odisha’s economy grew at 8.5 pc: ଆସନ୍ତାକାଲି ଆଗତ ହେବ ନୂଆ ସରକାର ତଥା ବିଜେପି ସରକାର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରାଯାଇଛି। ରିପୋର୍ଟରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବଢ଼ିଛି ବୋଲି ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଦେଖିବାକୁ ଗଲେ, ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ୨୦୨୨-୨୩ ରେ ରାଜ୍ୟର ଅଭିବୃଦ୍ଧି ହାର ୭.୯ ପ୍ରତିଶତ ଥିଲା। 

H2. Odisha gets Rs 10,586 cr for Railways: ରେଳ ପାଇଁ ରାଜ୍ୟକୁ ମିଳିବ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୟୁପିଏ ସରକାର ସମୟରେ ବର୍ଷକୁ ୮୩୮ କୋଟି ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ତାହା ୧୨ ଗୁଣ ଅଧିକ ମିଳୁଛି । 

H3. Bhabani Shankar Bhoi elected Deputy Speaker of Odisha Assembly: ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ତଳସରାରୁ ସେ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ଆଜି ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। 

H4. AD-1 Interceptor Missile: ଆଜି ୨୪ ଜୁଲାଇ ଅପରାହ୍ମ ୪ଟା ୧୫ ମିନିଟ୍ ସମୟରେ ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମେ ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ଉତକ୍ଷପଣ ଏବଂ ଏହାର କିଛି ସମୟ ମଧ୍ୟରେ ଇଣ୍ଟରସେପ୍ଟର ମିଜାଇଲ ଉତକ୍ଷେପଣ କରାଯାଇଥିଲା । ଏହି ଉତକ୍ଷେପଣରେ ଡିଆରଡିଓକୁ ଏକ ବଡ଼ ସଫଳତା ମିଳିଛି । ସୂଚନା ମୁତାବକ, ଏହି ପରୀକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରୁ ୧୦,୫୮୧ ଲୋକଙ୍କୁ ସାମୟିକ ଭାବେ ସ୍ଥାନାନ୍ତର କରିଥିଲା ବାଲେଶ୍ୱର ପ୍ରଶାସନ ।

H5. India rises in Global Passport Index: ଚଳିତ ବର୍ଷ ୨୦୨୪ ମସିହାରେ ଭାରତର ପାସପୋର୍ଟ ୨ ପଏଣ୍ଟ ଉପରକୁ ଉଠି  ୮୨ ତମ ସ୍ଥାନ ହାସଲ କରିଛି। ଭାରତୀୟ ପାସପୋର୍ଟରେ ୫୮ ଟି ଦେଶରେ ଭିସା ବିନା ମାଗଣା ପ୍ରବେଶ ମିଳିପାରିବ। ଏଥିରେ ଅଙ୍ଗୋଲା, ଭୁଟାନ ଏବଂ ମାଲଦ୍ୱୀପ ସମେତ ଅନେକ ଦେଶ ଅନ୍ତର୍ଭୁକ୍ତ। ୨୦୨୪ ରେ ଭାରତ ୮୪ ତମ ସ୍ଥାନ ପାଇଥିଲା।

H6. Krushna Chandra Patra on Ration Card: ରାଜ୍ୟରେ ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ଏକ ନୂଆ ତାଲିକା ପ୍ରକାଶ ହେବ। ଏହା ସମେତ ଆଗମୀ ମାସେ ଭିତରେ ନୂଆ ହିତାଧିକାରୀ ମାନେ ନିଜର ରାସନ କାର୍ଡ ପାଇବେ। ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି ।

H7. Congress protests against the budget: ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ବିରୋଧରେ କଂଗ୍ରେସ ଏକ ମୋର୍ଚ୍ଚା ଖୋଲିଛି। କଂଗ୍ରେସ ଆଜି ସଂସଦ ଗୃହକୁ ଯିବା ପରିବର୍ତ୍ତେ INDIA ଆଲାଇନ୍ସ ସାଂସଦଙ୍କ ସହ ପ୍ରଦର୍ଶନ କରିଥିଲା। ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ରଣଦୀପ ସିଂ ସୁରଜେୱାଲା ମଧ୍ୟ କହିଛନ୍ତି ଯେ ମୋଦୀ ସରକାରଙ୍କ ବଜେଟ୍ ହେଉଛି ଚେୟାର ବଞ୍ଚାଇବା ବଜେଟ୍, କ୍ଷମତା ବଞ୍ଚାଇବା ବଜେଟ୍, ପ୍ରତିଶୋଧ ନେବା ବଜେଟ୍।

H8. Agniveers Reservation: ପାରାମିଲିଟାରୀ ଫୋର୍ସ ବିଏସଏଫ ଓ ସିଏସଏଫରେ ନିଯୁକ୍ତିରେ ଅଗ୍ନିବୀର ସୈନିକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ବୁଧବାର ଦିନ ଅମିତ ଶାହାଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ଏହି ବଡ ନିଷ୍ପତ୍ତି ନେଇଛି।

H9. Nepal plane crash: ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନଟି ଟେକ୍‌-ଅଫ୍‌ କରିବା ସମୟରେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ସମୁଦାୟ ୧୯ ଜଣ ବୈଷୟିକ୍‌ ଟିମ୍‌ ଯାତ୍ରା କରୁଥିଲେ।

H10. Ethiopia Mudslides: ଇଥିଓପିଆର ଏକ ଦୁର୍ଗମ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଭୂସ୍ଖଳନ ଆସିବା ଯୋଗୁଁ ଅତି କମରେ ୨୨୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାର ଅଧିକାଂଶ ପୀଡିତ ବ୍ୟକ୍ତି ଛୋଟ ପିଲା ଏବଂ ଗର୍ଭବତୀ ମହିଳା ଅଟନ୍ତି। ଗତ ଦିନର ଭୂସ୍ଖଳନରେ ବଞ୍ଚିଥିବା ଲୋକମାନଙ୍କ ପାଇଁ ଉଦ୍ଧାର କର୍ମଚାରୀମାନେ ଖାଲରେ ଖୋଜୁଛନ୍ତି। ଏପରି କିଛି ପିଲା ଅଛନ୍ତି ଯେଉଁମାନେ ଦୁର୍ଘଟଣା ଯୋଗୁଁ ମା, ବାପା, ଭାଇ ଓ ଭଉଣୀଙ୍କ ସମେତ ସମଗ୍ର ପରିବାର ହରାଇଛନ୍ତି।