Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1924535

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ ଖବର...

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

1.ଆଜି ଗଗନଯାନ ଟ୍ରାଏଲ :  ୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବା ପାଇଁ ଭାରତ ଆରମ୍ଭ କରିଥିବା ଗଗନଯାନ ର ଆଜି ଟ୍ରାଏଲ୍‍ ଉତ୍‍କ୍ଷପଣ ହେବ। ସକାଳ ଆଠଟା ୪୫ ମିନିଟ୍‍ ସମୟରେ ଏହି ଉତ୍‍କ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଏହି ଗଗନଯାନ ରକେଟ୍‍ ଉତକ୍ଷେପଣ ହେବ। ଆଜି ମହାକାଶଚାରୀ କିଭଳି ରକେଟରୁ ବାହାରି ଆସିବେ ତାହା ପ୍ରଦର୍ଶନ କରାଯିବ।
 
2.ଗୋ ରକ୍ଷକଙ୍କ ସମ୍ପର୍କରେ ଜବାବ ତଲବ: ଦେଶ ତଥା ବିଭିନ୍ନ ରାଜ୍ୟର ସରକାରଙ୍କୁ ସୁପ୍ରମକୋର୍ଟ ଶୁକ୍ରବାର ଏକ ନୋଟିସ ଚାରି କରିଛନ୍ତି। ଓଡ଼ିଶା ସମେତ ମହାରାଷ୍ଟ୍ର, ବିହାର, ହରିୟାଣା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ େଗା ସୁରକ୍ଷା ନାଁରେ ମୁସ୍‍ଲିମ୍‍ ସମ୍ପ୍ରଦାୟଙ୍କ ବିରୁଦ୍ଧରେ ବଢ଼ୁଥିବା ହିଂସାକୁ ନଜରରେ ରଖି ସିପିଆଇ ପକ୍ଷରୁ ଆଗତ ଏକ ଜନସ୍ୱର୍ଥ ମାମଲାକୁ ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। 

3.ମହୁଆଙ୍କ ବିରୁଦ୍ଧରେ ସତ୍ୟପାଠ: ଟିଏମ୍‍ସି ସାଂସଦ ମହୁଆ ମୈତ୍ରଙ୍କ ବିରୁଦ୍ଧରେ ଏକ ନୋଟାରୀ କୃତ ସତ୍ୟପାଠ ଦାଖଲ କରିଛନ୍ତି ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ। ଦୁବାଇରେ ରହୁଥିବା ସଂସଦରେ ପ୍ରଶ୍ନ ପଚାରିବା ଲାଗି ମହୁଆ ଏହି ବ୍ୟବସାୟୀଙ୍କୁ ଲାଞ୍ଚ ମାଗିଥିବା ସେ ଏହି ସତ୍ୟପାଠରେ ଦର୍ଶାଇଛନ୍ତି। ଏହି ସତ୍ୟପାଠକୁ ସେ ଲୋକସଭାର ଏଥିକ୍ସ କମିଟିଙ୍କୁ ପଠାଇଛନ୍ତି।

4.ମେହେନ୍ତରୀ ପ୍ରଥା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ହାତରେ ମଇଳା କାଢ଼ିବା ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ସୁପ୍ରିମକୋର୍ଟ। ପ୍ରତିଟି ଜୀବନକୁ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଥିବା ଦର୍ଶାଇ ସୁପ୍ରିମକୋର୍ଟ ହାତରେ ମଇଳା କାଢ଼ୁଥିବା ମେହେନ୍ତରଙ୍କୁ ମୃତ୍ୟୁ ହେଲେ ତାଙ୍କ ପରିବାରବର୍ଗଙ୍କୁ ତି ୩୦ ଲକ୍ଷଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କର୍ତ୍ତବ୍ୟରତ ମେହେନ୍ତର ଗୁରୁତର ଆହତ ହେଲେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିରଦ୍ଦେଶ ଦେଇଛନ୍ତି। 

5.ରାପିଡ୍‍ ରେଲ୍‍ ଉଦ୍‍ଘାଟିତ: ଦେଶର ପ୍ରଥମ ସେମି ହାଇସ୍ପୀଡ୍‍ ରେଳ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉଦ୍‍ଘାଟନ କରିଛନ୍ତି। ଦିଲ୍ଲୀ-ମିରଟ ଲାଇନ୍‍ର ଏହି ପ୍ରଥମ ଖଣ୍ଡ ଏବେ ସାହିବାବାଦରୁ ଦୁହାଇ ଯାଏ ଚଳାଚଳ କରିବ। ଏହା ଭାରତର ଭବିଷ୍ୟତ ରେଳ ବ୍ୟବସ୍ଥା ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି। 

6.ବସ୍‍ ଆନ୍ଦୋଳନ ସ୍ଥଗିତ: ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍‍ ମାଲିକ ସଂଘ ନିଜର ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଫଳରେ ଆଜି ସକାଳୁ ବସ୍‍ ଚଳାଚଳ ସ୍ୱଭାବିକ ହୋଇଛି। ରାଜ୍ୟ ସରକାର ପ୍ରତିଶୃତି ପାଳନରେ ଅସମର୍ଥ ହୋଇଥିବାରୁ ଘରୋଇ ବସ୍‍ ମାଲିକ ସଂଘ ପକ୍ଷରୁ ଗତକାଲିଠାରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଫଳରେ ଗତକାଲି ରାଜ୍ୟରେ ଯାତାୟାତ ପ୍ରଭାବିତ ହୋଇଥିଲା। 
 
7.ରାଜ୍ୟ କର୍ମଚାରୀଙ୍କୁ ୪ % ମହଙ୍ଗାଭତ୍ତା: ରାଜ୍ୟ ସରକାର କରମ୍ଚାରୀଙ୍କ ମହଙ୍ଗାଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସରକାରୀ ମହଙ୍ଗାଭତ୍ତା ୪୬ ପ୍ରତିଶତ ହୋଇଛି। ସରକାରଙ୍କ ଏହି ପୂଜା ଭେଟି ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ। ଏଥିରେ ସାଢ଼େ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନ୍‍ସନ୍‍ ଭୋଗୀ ଉପକୃତ ହେବେ। 

8.ବିଶାଳଦେବଙ୍କୁ ଶକ୍ତି: ବିରିଷ୍ଠ ଆଇଏଏସ୍‍ ଅଧିକାରୀ ବିଶାଳ ଦେବଙ୍କୁ ଶକ୍ତି ବିଭାଗର ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଭାରତର ମୁଖ୍ୟ ନିର୍ବରଚନ ଆୟୁକ୍ତଙ୍କ ପରାମର୍ଶ ଆଧାରରେ ଏହି ବିଭାଗର ଦାୟିତ୍ୱରେ ଥିବା ରାଜ୍ୟ ମୁଖ୍ୟ ନିର୍ବରଚନ ଅଧିକାରୀ ନିକୁଞ୍ଜ ଧଳଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। 

9.୨୩ରୁ ବର୍ଷା: ବଙ୍ଗୋପସାଗରରେ ଲଘୁଚାପ  ସୃଷ୍ଟି ହେତୁ ୨୨ ତାରିଖରେ ଅବପାତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

10.ବିଶ୍ୱକପ୍‍ କ୍ରିକେଟ: ପାଞ୍ଚ ଥରର ବିଶ୍ୱକପ ଚାମ୍ପିୟନ ଅଷ୍ଟ୍ରେଲିଆ କ୍ରମାଗତ ଦ୍ୱିତୀୟ ବିଜୟ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ ରେ ଏକ ହାଇ ସ୍କୋରିଙ୍ଗ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି । କଙ୍ଗାରୁ ଦଳ ଚତୁର୍ଥ ମ୍ୟାଚରେ ବାବର ଆଜମଙ୍କ ଟିମକୁ ୬୨ ରନରେ ପରାସ୍ତ କରିଛନ୍ତି । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଦଳ ପଏଣ୍ଟ ଟେବୁଲରେ ସପ୍ତମରୁ ୪ର୍ଥ ସ୍ଥାନରେ ପହଞ୍ଚିଛି ।