Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1940296

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 01 November 2023 | ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

 

Top 10 News Headlines 01 November 2023

Top 10 News Headlines | 01 November 2023 | 1. World Cup 2023: SA vs NZ, ଦକ୍ଷିଣ ଆଫ୍ରିକା ଦଳ ବିଶ୍ୱକପ୍ ୨୦୨୩ ରେ ନିଜର ଉତ୍କୃଷ୍ଟ ଫର୍ମ ଜାରି ରଖିଛି ଓ ନିଜର ସପ୍ତମ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ୧୯୦ ରନରେ ପରାସ୍ତ କରିଛି । ଏହା ହେଉଛି ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ତୃତୀୟ ପରାଜୟ । ଯେତେବେଳେ କି ଦକ୍ଷିଣ ଆଫ୍ରିକା ଭାରତ ସହ ସମାନ ଷଷ୍ଠ ବିଜୟ ପଞ୍ଜିକରଣ କରିଛି ଓ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି । 

2. Odisha CM launches LAccMI Bus Yojana In Kalahandi: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି  ଜୋରରେ ଆଗକୁ ନେବ । 

3. Raghubar Das offers prayer at Puri Jagannath temple: ଓଡି଼ଶାର ରାଜ୍ଯପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ  ଶ୍ରୀଜୀୟୁଙ୍କୁ ଦର୍ଶନ କରିସାନିଧ୍ୟ ଗ୍ରହଣ କରିଛନ୍ତି ରାଜ୍ଯପାଳ ରଘୁବର ଦାସ । ଜେଡ୍ ସୁରକ୍ଷା ମଧ୍ୟରେ ପୂର୍ବାହ୍ନ ୧୧ଟା୫୦ ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ରାଜ୍ଯପାଳ। ସେବାୟତଙ୍କ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଭବ୍ଯ ସ୍ୱାଗତ କରାଯାଇଥିଲା

4. New Court: ଖୋର୍ଦ୍ଧା ଜିଲ୍‍ଳା ବେଗୁନିଆ ଏବଂ ନୟାଗଡ଼ର ରଣପୁରଠାରେ ଦୁଇ ନୂଆ କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୩ ତାରିଖରେ ନୟାଗଡ଼ଠାରେ ବରିଷ୍ଠ ବର୍ଗ ଦେଓ୍ୱାନୀ କୋର୍ଟ ତଥା ସହକାରୀ ସେସନ୍ସ କୋର୍ଟ ଉଦ୍‍ଘାଟନ କରାଯିବ। ସେହିପରି ୪ ତାରିଖ ଶନିବାର ଅପରାହ୍ନରେ କନିଷ୍ଠ ବର୍ଗ ଦେଓ୍ୱାନୀ କୋର୍ଟ ତଥା ଜେଏମ୍‍ଏଫ୍‍ସି କୋର୍ଟ ଉଦ୍‍ଘାଟନ କରାଯିବ । ଏନେଇ ଆଇନ ବିଭାଗ ପକ୍ଷରୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚିତ କରାଯାଇଛି । 

5. 5T Framework: ୫ଟି ସୁଶାସନ ମନ୍ତ୍ର ଅନ୍ତର୍ଗତ ରାଜ୍ୟରେ ଅର୍ବାନ ପ୍ଲାନିଂ (ସହରାଞ୍ଚଳ ଯୋଜନା) ସେବାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ରୂପାନ୍ତରୀକରଣ ପଦକ୍ଷେପମାନ ଆରମ୍ଭ କରିଛନ୍ତି । ଏହି ବ୍ୟବସ୍ଥାରେ ସଦ୍ୟତମ ସଂସ୍କାର ହାତକୁ ନିଆଯାଇଛି ଯାହାକି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । 

6. RBI's big update on Rs 2000 notes: ଆରବିଆଇ କହିଛି ଯେ ଜମା କିମ୍ବା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସୁବିଧା ଆରବିଆଇର ୧୯ଟି କାର୍ଯ୍ୟାଳୟରେ ଉପଲବ୍ଧ ରହିଛି । ଏହା ସମେତ ଡାକଘର ମାଧ୍ୟମରେ ୨୦୦୦ ଟଙ୍କା ନୋଟ୍ ପଠାଇବାର ସୁବିଧା ନେବାକୁ ଜନସାଧାରଣଙ୍କୁ ଆରବିଆଇ ଅନୁରୋଧ କରାଯାଇଛି । ଏହା ବ୍ୟାଙ୍କ ନୋଟ୍ ଜମା କରିବାକୁ ଆରବିଆଇ କାର୍ଯ୍ୟାଳୟକୁ ଯାଉଥିବା ଲୋକଙ୍କୁ ଆରମ ଦେବ । 

7. Indian Navy: ଭାରତୀୟ ନୌସେନାକୁ ବହୁତ ବଡ଼ ସଫଳତା ମିଳିଛି । ବାସ୍ତବରେ ଭାରତୀୟ ନୌସେନା ନଭେମ୍ବର ୧ ବୁଧବାର ଦିନ ବଙ୍ଗୋପ ସାଗରରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ନିକ୍ଷେପ କରିଛି। ନୌସେନାର ପକ୍ଷରୁ ଏନେଇ ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ସୂଚନା ଦିଆଯାଇଛି । ଏହା ସହିତ ଉତକ୍ଷେପଣ ସମୟର ଏକ ଫଟୋ ମଧ୍ୟ ସେୟାର କରାଯାଇଛି। ବ୍ରହୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସହିତ ଭାରତୀୟ ନୌସେନା ବଡ଼ ସଫଳତା ହାସଲ କରିଛି।

8. ICC Latest ODI Rankings: ଆଇସିସି ଦିନିକଆ ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି । ଦିନିକିଆ ବିଶ୍ୱକପ ୨୦୨୩ ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ର଼୍ୟାଙ୍କିଙ୍ଗରେ ଅନେକ ଲାଭ ପାଇଛନ୍ତି । ପାକିସ୍ତାନୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଏକ ବଡ଼ ଝଟକା ସହ ର଼୍ୟାଙ୍କିଙ୍ଗରେ ନିଜକୁ ନମ୍ବର ୱାନ କରିପାରିଛନ୍ତି । ଏଥିସହିତ ବ୍ୟାଟିଂରେ ଏକ ନମ୍ବରରେ ଥିବା ବାବର ଆଜାମଙ୍କ ରାଜତ୍ୱକୁ ଶେଷ କରିବାରେ ଶୁବମନ ଗିଲ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି । ଏହା ବ୍ୟତୀତ ରୋହିତ ଶର୍ମା ଏବଂ ବିରାଟ କୋହଲି ଟପ୍ -୧୦ ରେ ରହିଛନ୍ତି ।

9. IMD Rainfall Alert, Weather Update: ଦୀପାବଳୀ ପର୍ବ ଯେତିକି ପାଖେଇ ଆସୁଛି, ଉତ୍ତର ଭାରତରେ ମଧ୍ୟ ଥଣ୍ଡା ସେତେ ବଢ଼ିବାରେ ଲାଗିଛି । ତାପମାତ୍ରାର ହ୍ରାସ ମଧ୍ୟ ରେକର୍ଡ କରାଯାଉଛି । ଯଦିଓ, ଦକ୍ଷିଣରେ କିଛି ରାଜ୍ୟ ଅଛି, ଯେଉଁଠାରେ ଲଗାତାର ବର୍ଷା ହେଉଛି । କେତେକ ରାଜ୍ୟ ପାଇଁ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୀ -ତରଙ୍ଗାୟିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗସହ ହାଲୁକା ବର୍ଷା ଲାଗିରହିଛି ।

10. International Space Station: ପୃଥିବୀର ବିଭିନ୍ନ ଦେଶ ମହାକାଶରେ ଉପସ୍ଥିତ ଥିବା ଅନ୍ୟ ଗ୍ରହମାନଙ୍କରେ ଜୀବନ ଖୋଜିବାରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ବିଭିନ୍ନ ଦେଶର ସ୍ପେସ୍ ଏଜେନ୍ସି ଗବେଷଣା ସହିତ ଜଡିତ । ଏଥିପାଇଁ, ଗତ କିଛି ବର୍ଷ ଧରି, ଏକ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ମହାକାଶରେ ରହିଆସିଛି, ଯେଉଁଠାରେ ମହାକାଶଚାରୀମାନେ ବିଭିନ୍ନ ସମୟରେ ରହିଥାନ୍ତି ଓ ମହାକାଶରେ ଉପସ୍ଥିତ ରହସ୍ୟ ଉନ୍ମୋଚନ ପାଇଁ ପ୍ରୟାସ କରାଯାଇଥାଏ । ଆମେ ଆପଣଙ୍କୁ ଏହି ପୂରା କାହାଣୀ ଏଥିପାଇଁ କହୁଛୁ କାରଣ ବର୍ତ୍ତମାନ ଆମେରିକାର ଏଜେନ୍ସି ନାସା ଦ୍ୱାରା ଏକ ବଡ଼ ଚେତାବନୀ ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ ସ୍ପେସ୍ ଷ୍ଟେସନ ପୃଥିବୀକୁ ଖସିପାରେ ।