Top 10 News Headlines: କଟକ ମଧୁପାଟଣା ଛକ ନିକଟରେ ଏକ 'ମୋ ବସ୍' ଜଳିଯାଇଛି । ଖବର ଅନୁସାରେ ପ୍ରେସ ଛକ ପାଖରେ ଏକ 'ମୋ ବସ' ଠିଆ ହୋଇଥିବା ବେଳେ ହଠାତ୍ ବସ ଟିରେ ନିଆଁ ଲାଗିଯାଇଥିଲା ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 Morning Headlines 15 December 2024: H1. Mo Bus catches fire in Cuttack: କଟକ ମଧୁପାଟଣା ଛକ ନିକଟରେ ଏକ 'ମୋ ବସ୍' ଜଳିଯାଇଛି । ଖବର ଅନୁସାରେ ପ୍ରେସ ଛକ ପାଖରେ ଏକ 'ମୋ ବସ' ଠିଆ ହୋଇଥିବା ବେଳେ ହଠାତ୍ ବସ ଟିରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ବସଟି ହୁତୁ ହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା । ଏହା ପରେ ୧୧୨ ଠାରୁ ଖବର ପାଇ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସୌଭାଗ୍ୟ ବଶତଃ ନିଆଁ ଲାଗିବା ସମୟରେ ବସ କୌଣସି ଯାତ୍ରୀ ନ ଥିଲେ ।
H2. Odisha Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ୫.୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି ପାରଦ। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଉରକେଲା ୭.୨ ଡିଗ୍ରୀରେ ରହିଛି। ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବ। ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡା, କେନ୍ଦୁଝର ଓ ଝାରସୁଗୁଡାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
H3. Jatra entry gate collapses in Salepur: ସାଲେପୁରରେ ଏକ ଅଘଟଣ ଦେଖିବାକୁ ମିଳିଛି। ଏଠାରେ ଯାତ୍ରା ପାର୍ଟି ସମ୍ମୁଖରେ ଥିବା ଲୁହାର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ପଡିଛି । ଏହା କାରଣରୁ ୩୦ରୁ ଊର୍ଦ୍ଧ୍ବ ଦର୍ଶକ ଆହତ ହୋଇଛନ୍ତି। ଖବର ଅନୁଯାୟୀ ରାଇସୁଙ୍ଗୁଡ଼ା ଶନି ପଡ଼ିଆରେ ଯାତ୍ରା ଆରମ୍ଭ ପୂର୍ବରୁ ଏହା ଅଘଟଣ ଘଟିଛି। ସେତେବେଳେ ଏହି ଅଘଟଣ ଘଟିଥିଲା ଯତେବେଳେ ଲୋକମାନେ ଟିକେଟ୍ ଦେଖାଇ ଭିତରକୁ ପ୍ରବେଶ କରୁଥିଲେ।
H4. CBI summons IAS officer Bishnupada Sethi: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ମିଳିଛି । ଭୁବନେଶ୍ୱର ଏକ ହୋଟେଲ ସାମ୍ନାର ରହିବ ଏକ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସୂଚନ ମିଳିଛି।
H5. CM announces plan to build Rs 4k-cr cement factory: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ସବୁ ଅଧିକାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ କିଛି ପ୍ରକଳ୍ପର ଘୋଷଣା କରିଥିଲେ। ଆଗାମୀ ଦିନରେ ମାଲକାନଗିରିରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ। ୪ ହଜାର କୋଟି ଟଂକା ବ୍ୟୟରେ ଏହି ଶିଳ୍ପ ପ୍ରତିଷ୍ଠା ହେବା ସହ ୨ ହଜାର ସ୍ଥାନୀୟ ଯୁବକଯୁବତୀ ନିଯୁକ୍ତି ପାଇବେ। ଏହାସହ ଓଡିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ।
H6. One Nation One Election In Lok Sabha: ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବାକୁ ପ୍ରୟାସର ଏକ ଅଂଶ ଭାବରେ ସରକାର ୱାନ ନେସନ ୱାନ ଇଲେକ୍ସନ ସହ ଜଡିତ ଦୁଇଟି ବିଲ୍ ୧୬ ଡିସେମ୍ବରରେ ଲୋକସଭାରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଡ୍ରାଫ୍ଟ ବିଲରେ କୁହାଯାଇଛି ଯେ ଅନେକ କାରଣରୁ ଏକକାଳୀନ ନିର୍ବାଚନ କରିବା ଆବଶ୍ୟକ। ପ୍ରଥମତଃ ପୃଥକ ନିର୍ବାଚନ କରିବା ଅତ୍ୟନ୍ତ ମହଙ୍ଗା ଏବଂ ସମଗ୍ର ପ୍ରକ୍ରିୟା ବହୁତ ସମୟ ନେଇଥାଏ। ଡ୍ରାଫ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶ କାର୍ଯ୍ୟ ପ୍ରତିକୂଳ ପ୍ରଭାବିତ ହୁଏ ଏବଂ ସାଧାରଣ ଜୀବନ ମଧ୍ୟ ବ୍ୟାହତ ହୁଏ।
H7. Manipur Violence: ପୁଣିଥରେ ମଣିପୁରରୁ ହିଂସାର ଖବର ସାମ୍ନାକୁ ଆସିଛି। ଶନିବାର ଦିନ ଦୁଇଟି ପୃଥକ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଦୁଇଜଣ ବିହାରର ଶ୍ରମିକ ଥିଲେ। ଏଥି ସହ ଏନକାଉଣ୍ଟରରେ ପୋଲିସ ଜଣେ ଉଗ୍ରବାଦୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଶନିବାର ଦିନ ସନ୍ଧ୍ୟାରେ କାଚିଙ୍ଗ ଜିଲ୍ଲାରେ ଦୁଇ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ନାମ ୧୮ ବର୍ଷୀୟ ସୁନେଲାଲ କୁମାର ଓ ୧୭ ବର୍ଷୀୟ ଦାଶରଥ କୁମାର ବୋଲି ଜଣାପଡିଛି। ସେମାନେ ବିହାରର ଗୋପାଳଗଞ୍ଜ ଜିଲ୍ଲାର ବାସିନ୍ଦା ଥିଲେ।
H8. PM Modi Lok Sabha Speech: ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନାର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ପର୍ବକୁ ଗର୍ବର ସହିତ ପାଳନ କରିବାର ଏହା ଏକ ସୁଯୋଗ। ସମ୍ବିଧାନର ୭୫ ବର୍ଷର ଏହା ଏକ ସ୍ମରଣୀୟ ଯାତ୍ରା। ଏହାର ମୂଳତଃ ଆମର ସମ୍ବିଧାନ ନିର୍ମାତାମାନଙ୍କର ଐଶ୍ୱରୀୟ ଦର୍ଶନ। ଆମେ ଏହାକୁ ଆଗକୁ ନେଉଛୁ। ଏହି ସମୟରେ ପ୍ରଧାନମନ୍ତ୍ରୀ ଗୃହରେ ୧୧ଟି ସଂକଳ୍ପ ମଧ୍ୟ ରଖିଥିଲେ।
H9. Amit shah on Naxalism: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଦିନ ଦୋହରାଇଛନ୍ତି ଯେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତ ନକ୍ସଲବାଦରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହେବ। 'ଏଜେଣ୍ଡା ଆଜ ତକ୍' କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା କହିଛନ୍ତି ଯେ ନକ୍ସଲବାଦ ବର୍ଷ ବର୍ଷ ଧରି ଦେଶର ଅନେକ ସ୍ଥାନରେ ବିକାଶକୁ ଅବରୋଧ କରିଆସୁଛି। ସରକାରଙ୍କ ଉଦ୍ୟମକୁ ସୂଚାଇ ଗୃହମନ୍ତ୍ରୀ କହିଛନ୍ତି ଯେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଓଡି଼ଶା ଭଳି ରାଜ୍ୟ ବର୍ତ୍ତମାନ ଏହାର ପ୍ରଭାବରୁ ମୁକ୍ତ ହୋଇସାରିଛି।
H10. India vs Australia 3rd Test Day 2: ଭାରତ ଏବଂ ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ବୋର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ବ୍ରିସବେନରେ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନ ବର୍ଷା ଦ୍ୱାରା ଧୋଇ ହୋଇଯାଇଥିଲା, ପ୍ରଥମ ଅଧିବେଶନରେ କେବଳ ୧୩.୨ ଓଭର ଖେଳାଯାଇପାରିଥିଲା। ଖବର ଲେଖିବା ଆଜି ମଧ୍ୟାର୍ଣ୍ଣ ଭୋଜନ ବିରତି ସୁଧା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୧୦୪ ରନ୍ ସ୍କୋର କରିଛି।