Top 10 Afternoon News Headlines: ଅପରାହ୍ଣର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1931426

Top 10 Afternoon News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 Afternoon news headlines: ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ବଡ଼ ଖବର 

Top 10 Afternoon News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 Afternoon news headlines

1- ED ଚାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପଶ୍ଚିମବଙ୍ଗ କ୍ୟାବିନେଟ୍ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ବ୍ୟବସାୟୀ ତଥା ମନ୍ତ୍ରୀଙ୍କ ଅତି ନିକଟତର କୁହାଯାଉଥିବା ବକିବୁର ରହମାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ମନ୍ତ୍ରୀ ନଥିବା ସମୟରେ ତାଙ୍କ ଘରେ ରେଡ୍ ହୋଇଥିଲା ପରେ ମନ୍ତ୍ରୀ ପହଞ୍ଚିବା ପରେ ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା ।

2- ବଦଳିଲେ କଟକ ଜିଲ୍ଲାପାଳ: ବଦଳିଲେ କଟକ ଜିଲ୍ଲାପାଳ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ଭବାନୀ ଶଙ୍କର। ତେବେ ନରହରି ସେଠୀ କଟକ ଜିଲ୍ଲାପାଳ ହୋଇଛନ୍ତି। ଏବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଛନ୍ତି ନରହରି। ନରହରିଙ୍କ ସ୍ଥାନରେ ଭବାନୀ ଶଙ୍କର ଚୟନୀଙ୍କୁ ପଠାଯାଇଛି। ଗତକାଲି ସରକାର ୫୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଥିଲେ। ଏହାକୁ ମିଶାଇଲେ ଗତ ୭ ଦିନ ମଧ୍ୟରେ ଜିଲ୍ଲା ସ୍ତରରେ ୩୦୦ରୁ ଅଧିକ ଓଏଏସ୍ ଅଫିସରଙ୍କ ବଦଳି ହୋଇସାରିଲାଣି। 

3-  ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡ଼ିର ସମନ୍:  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ  ପୁଅ ବୈଭବ ଗେହଲୋଟଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଏହି ପ୍ରଶ୍ନର ଉତ୍ତରରେ ଅଶୋକ ଗେହଲୋଟ୍ କହିଛନ୍ତି, ରାଜସ୍ଥାନରେ ବିକାଶମୂଳକ କାର୍ଯ୍ୟ ହୋଇପାରିବ ନାହିଁ କାରଣ ଇଡି ପ୍ରତିଦିନ ସମନ ପଠାଉଛନ୍ତି।

4- ଆମେରିକାରେ ଗୁଳିକାଣ୍ଡ, ୨୨ ମୃତ: ଯୁକ୍ତରାଷ୍ଟ୍ର ଆମେରିକାର ମାଇନେ ଲିଓ୍ୱିଷ୍ଟନ୍‍ ସହରର ଏକ ବାର୍‍ ଓ ଓ୍ୱାଲ୍‍ମାର୍ଟ କେନ୍ଦ୍ରରେ ଗୁଳିକାଣ୍ଡ ଘଟିଛି। ଏହାଦ୍ୱାରା ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ୬୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି। ଘଟଣାକୁ ଆଖି ଆଗରେ ରଖି ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।

5- ହେବନି ଆନ୍ଦୋଳନ, ସୂଚନା ଦେଲେ ମନ୍ତ୍ରୀ: ହେବନି ଆନ୍ଦୋଳନ। ଓହରିବେ ବସ ମାଲିକ ସଂଘ। ଏନେଇ ସୂଚନା ପ୍ରଦାନ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ସୂଚନା ଦେଇଛନ୍ତି। ସେପଟେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଛି । ଧର୍ମଘଟ ସ୍ଥଗିତ ରଖାଯାଇଛି କିନ୍ତୁ ପ୍ରତ୍ୟାହୃତ ହୋଇନାହିଁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ସରକାରଙ୍କ ସହ ହୋଇଥିବା ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ । ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି । ୩୦ରେ ସଂଘର ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ।

6- ରୋଗୀ ଦେଖିଲେ ବିଧାୟକ: ରୋଗୀ ଦେଖିଲେ ବିଧାୟକ। ଏଭଳି ଏକ ଚିତ୍ର ରାଜଗାଙ୍ଗପୁରରୁ ଆସିଛି। ରାଜଗାଙ୍ଗପୁର CHCରେ ରୋଗୀ ନଥିବାରୁ ଏହି ସମସ୍ୟା ବିଧାୟକ ଡାକ୍ତର ସିଏସ ରାଜନଙ୍କ ଦୃଷ୍ଟିକୁ ଆସିଥିଲା। ତେବେ ଘଟଣାସମ୍ପର୍କରେ ଆନୁଧ୍ୟାନ କରିବାକୁ CHC କୁ ଆସିଥିଲେ। ତେବେ ସେଠାରେ ରୋଗୀଙ୍କ ଭିଡ଼ ଦେଖି ବିଧାୟକ ଡାକ୍ତର ସିଏସ ରାଜନ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। 

7- ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ : ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧାର  ୭ଟି ନିର୍ବାଚନମଣ୍ଡଳୀ ପାଇଁ  ୯୫ କୋଟି  – ୨୭୬୩ ପ୍ରକଳ୍ପ ଏବଂ ଜଗତସିଂହପୁରର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୯ କୋଟି  – ୨୯୨୨ ପ୍ରକଳ୍ପ ଘୋଷଣା କରାଯାଇଛି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି । ସେହିପରି 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, ସବୁ ଗାଁର ବିକାଶ ହେବ, ଶୀଘ୍ର ହେବ, ଠିକ୍‌ ସମୟରେ ହେବ ଏବଂ ସ୍ବଚ୍ଛତାର ସହ ହେବ  ।

8- ମହଙ୍ଗା ହେଲା ପିଆଜ: ଏବେ ପିଆଜ କାଟିଲେ ନୁହେଁ ବରଂ କିଣିଲେ ଆଖିରେ ପାଣି ଆସୁଛି । ପୁଣି ବଜାରରେ ବଢିଛି ପିଆଜ ଦର । କିଲୋ ପିଛା ଏବେ ଦର ୫୦ ଟଙ୍କାରେ ପହଁଞ୍ଚିଛି । ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି ।

9- ପାରା ଏସୀୟ କ୍ରୀଡ଼ା: ଫାଇନାଲରେ ପ୍ରମୋଦ: ଚୀନର ହାଙ୍ଗଝୌରେ ଅନୁଷ୍ଠିତ ହେଉଥିବା ପାରା ଏସୀୟ କ୍ରୀଡ଼ାରେ ଆଜି ପ୍ରମୋଦ ରୋପ୍ୟ ପଦକ ନିଶ୍ଚିତ କରିଛନ୍ତି ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ପ୍ରମୋଦ । ଗତ କାଲି (୨୫ ଅକ୍ଟୋବର)ରେ ଇଣ୍ଡୋନେସିଆଠାରୁ ୧୯-୨୧ ଓ ୧୪-୨୧ରେ ପରାସ୍ତ ହୋଇଥିବାରୁ ପ୍ରମୋଦଙ୍କୁ ବ୍ରୋଞ୍ଚ ପଦକ ମିଳିଥିଲା ।

10- ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ: ଚଳିତ ବିଶ୍ୱକପର ୨୫ତମ ମ୍ୟାଚ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିଛନ୍ତି। ବେଙ୍ଗାଲୁରୁରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଇଂଲଣ୍ଡ ୨୩ ଓଭର ଖେଳି ୫ ଓ୍ୱିକେଟ ହରାଇ ମାତ୍ର ୧୧୬ ରନ ସ୍କୋର କରିଥିଲା। ବେନ ଷ୍ଟୋକ୍ସ ଓ ମୋଇନ ଅଲ୍ଲୀ ବ୍ୟାଟି ଜାରି ରଖିଛନ୍ତି। ଷ୍ଟୋକ୍ସ ୩୦ ଓ ମୋଇନ ଅଲ୍ଲୀ ୧୩ ରନ କରି ଅପରାଜିତ ରହିଛନ୍ତି। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ୩୦, ଦାଓ୍ୱିଡ଼ ମଲାନ ୨୮, ଜୋ ରୁଟ ୩, ଜୋଶ ବଟଲର ୮ ଓ ଲିଆମ ଲିଭିଂଷ୍ଟୋନ୍ସ ଗୋଟିଏ ରନ କରି ଆଉଟ ହୋଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୨ଟି ଏବଂ ଆଞ୍ଜେଲୋ ମାଥ୍ୟୁ ଓ କାସୁନ ରଜିଥା ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ।

Also Read- 'ମୋ ମା'ଙ୍କୁ ନିଅ ନାହିଁ ...' ୯ ଦିନ ମା' ଦୁର୍ଗାଙ୍କ ସେବା ପରେ ବିଦାୟ ସମୟରେ କାନ୍ଦିଲା ନିରୀହ ବାଳକ

Also Read- Jhansi Rebirth News: ପୁନର୍ଜନ୍ମର ଆଶ୍ଚର୍ଯ୍ୟଜନକ କାହାଣୀ, ସାପ ହୋଇ ପ୍ରତିଶୋଧ ନେଉଛି ସାନ ଭାଈ