Top 10 News Today: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2191981

Top 10 News Today: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରାଯାଇଛି । କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି । ଏହାପୂର୍ବରୁ ସନ୍ଦେଶଖାଲିରେ ମଧ୍ୟ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏନଆଇଏ ଟିମ୍ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ସେଠାକୁ ଯାଂଚ ପାଇଁ ଯାଇଥିଲା । ଯାଂଚ ବେଳେ ଏଜେନ୍ସି କିଛି ଲୋକଙ୍କୁ ଗିରଫ କରିଥିଲା ।

02- ପ୍ରବଳ ତାତି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮ ଜଣ ଲୋକର ଶିକାର ହୋଇଛନ୍ତି । ଅନୁଗୁଳ ଜିଲ୍ଲାର ୮ ଜଣ, ମୟୂରଭଂଜ, ସୁନ୍ଦରଗଡ ଓ ଭୁବନେଶ୍ୱରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଅଂଶୁଘାତ ହୋଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି । ବଢୁଥିବା ତାତିକୁ ନଜରରେ ରଖି ସବୁ ଡାକ୍ତରଖାନାରେ ଅଂଶୁଘାତ ପାଇଁ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ ଗୁଡିକରେ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା ସହ ଆବଶ୍ୟକୀୟ ଔଷଦ ମହଜୁଦ୍ ରଖିବା ପାଇଁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ହିଟ୍ କ୍ରାମ୍ପସ୍, ହିଟ୍ ଷ୍ଟ୍ରୋକସ୍ର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରଖାନା ଗୁଡିକୁ କୁହାଯାଇଛି ।

03- ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ ବଢାଇଦିଆଯାଇଛି । ଆଗାମୀ ଶୁଣାଣି ୧୮ ତାରିଖରେ କରାଯିବ । ଏହା ସହ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ପଚାରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ଅଭିଯୁକ୍ତଙ୍କ ଦସ୍ତାବିଜ୍ କୁ ଯାଞ୍ଚ କରିବାକୁ କେତେ ସମୟ ନିଆଯାଇଛି ତାହାର ଉତ୍ତର ରଖିବାକୁ କୋର୍ଟ କହିଛନ୍ତି ।

04- ପୁଣିଥରେ ମୋ ବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ବସଟି ଏକ ନାଳ ମଧ୍ୟରେ ପସିଯାଇଛି । ଭାରସାମ୍ୟ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସରେ ଅନେକ ଯାତ୍ରୀ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୫ରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

05- ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ନୀତିକାନ୍ତି, ରଥ ପ୍ରତିଷ୍ଠା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତା ୧୬ରେ ରଥଯାତ୍ରା ଥିବାବେଳେ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୧୪ ତାରିଖ ସନ୍ଧ୍ୟାରେ ମହାରଣା ସେବାୟତ ରଥ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ। ଏନେଇ ମହାରଣା ସେବାୟତଙ୍କ ସହ‌ ଆଲୋଚନା ସରିଛି ।

06- ବିଜେପି ଆଜି ୪୫ତମ ସ୍ଥାପନା ଦିବସ ପାଳନ କରୁଛି। ପାର୍ଟି ୬ ଅଗଷ୍ଟ ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ବର୍ଷଗୁଡ଼ିକ ମଧ୍ୟରେ ବିଜେପି ଆଜି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ହୋଇପାରିଛି। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ଉପସ୍ଥିତ ଥିବା ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେହି ସମସ୍ତ ମହିଳା ଏବଂ ପୁରୁଷଙ୍କ କଠିନ ପରିଶ୍ରମ, ସଂଘର୍ଷ ଏବଂ ବଳିଦାନକୁ ସମ୍ମାନର ସହ ମନେ ପକାଇଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଦଳ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

07- ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସିରେ ଭୟାଭୟ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ୨ ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡରେ ସବୁଆଡେ ଧୂଆଁ ଯୋଗୁଁ ଲୋକ ଭୟଭୀତ। ହେଲେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ି ନାହିଁ।

08- ପୁଣି ପୁଲିସକୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି। କରିଗୁଟା ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏଲଏମଜି , ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ଯାଦବ। ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

09- ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ସେ ନିଜ ଇସ୍ତଫା ପଠାଇଥିବା ଜଣାପଡିଛି । ପୂର୍ବରୁ ବଧୂ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇଥିଲେ ରଘୁନାଥ । ବସ୍ତା ନିର୍ବାଚନ ମଣ୍ଡଳୀରୁ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା । ତେବେ ସେ ବର୍ତ୍ତମାନ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ମିଳିନାହିଁ ।

10- ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୩ ଡିଗ୍ରି ଛୁଇଁଛି। ଉପକୂଳରୁ ଉପାନ୍ତ, କେଉଁଠି ବି ତାତିରୁ ନିସ୍ତାର ନାହିଁ। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିବା ସୂଚନା ଦେଇଛି ପାଣିପାଗ ବିଭାଗ।

Also Read- Ollywood News: ୩୦ ଦିନରେ ସଫଳତାର ସହ ପ୍ରେକ୍ଷାଳୟରେ "ତ୍ରିକନ୍ୟା"