Top 10 News Today: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2187386

Top 10 News Today: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top News Headlines from 3rd April 2024: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରାଜ୍ୟର ୩ ହେବିୱେଟ୍। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Top News Headlines from 3rd April 2024
Afternoon Bulletin Top News Headlines: H1. ବିଜେପି ନେତା ତଥା ୨୦୧୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭୃଗୁ ବକ୍ସି ପାତ୍ର ଦଳ ଛାଡ଼ିଛନ୍ତି। ଦଳରେ ସେ କିଛି ଦିନ ହେଲା ଅଣଦେଖା ଥିବା ଅଭିଯୋଗ କରିଛନ୍ତି। ସକାଳେ ଦଳ ଛାଡ଼ିବା ପରେ ଅପରାହ୍ଣରେ ଭୃଗୁ ବିଜେଡି ଯୋଗ ଦେଇଛନ୍ତି। ସେ ବ୍ରହ୍ମପୁର ଆସନରୁ ବିଜେଡି ଟିକଟରେ ଲଢ଼ିବା ସମ୍ଭାବନା ରହିଛି। 
 
H2. ବ୍ରହ୍ମପୁର ସାଂସଦ ତଥା ବରିଷ୍ଠ ନେତା ଚନ୍ଦ୍ର ଶେଖର ସାହୁଙ୍କୁ ଦଳ ନିର୍ବାଚନ ଇସ୍ତାହାର  କମିଟିର ସଭାପତି ଭାବେ ନିଯୁକ୍ତ କରିଛି। ତାଙ୍କୁ ତୁରନ୍ତ ଏହି ଦାୟିତ୍ୱ ନେବାକୁ କୁହାଯାଇଛି। ଗୋଟିଏ ଦିନରେ ଭୃଗୁଙ୍କ ଇସ୍ତଫା ଏବଂ ଚନ୍ଦ୍ର ଶେଖରଙ୍କ ଦାୟିତ୍ୱ ଗ୍ରହଣ ବ୍ରହ୍ମପୁର ଲୋକସଭା ଆସନକୁ ନେଇ ଆଲୋଚନା ସୃଷ୍ଟି କରିଛି। 
 
H3. ଅନୁଗୁଳ ତଳମୂଳ ପାଟଣାରେ ଗ୍ୟାସ୍‍ ଟାଙ୍କି ଫାଟିବାରୁ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତିନିଜଣ ଗୁରୁତର ରହିଥିବା କୁହାଯାଇଛି। ରୋଷଇ କରୁଥିବା ବେଳେ ସର୍ବେଶ୍ୱର ସାହୁଙ୍କ ଘରେ ଏପରି ଅଘଟଣ ଘଟିଛି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ୩ଜଣଙ୍କୁ ଚିକିତ୍ସା ଲାଗି କଟକ ସ୍ଥାନାନ୍ତର କରାଯାଇଛି। 
 
H4. ଖ୍ୟାତନାମା ବକ୍ସର ବିଜେନ୍ଦର ସିଂହ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶର ମଥୁରାରୁ ସେ ପୂର୍ବ ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସ ଟିକଟରେ ଲଢ଼ିଥିଲେ। ଏବେ ଦେଶର ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ସେ ଦଳରେ ଯୋଗ ଦେଇଥିବା କହିଛନ୍ତି। ବିଜେପି ପାର୍ଟି କାର୍ଯ୍ୟାଳୟରେ ଏଥିଲାଗି ଏକ ଉତ୍ସବର ଆୟୋଜନ କରାଯାଇଥିଲା। 
 
H5. ବିଜେପିରୁ ଇସ୍ତଫା ଦେଇଥିବା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ବିଜେଡିରେ ସାମିଲ୍‍ ହୋଇଛନ୍ତି। ଶଙ୍ଖଭବନରେ ଏଥିଲାଗି ଏକ ଉତ୍ସବର ଆୟୋଜନ କରାଯାଇଥିଲା। ୨୦୧୯ରେ ସେ ସାଲେପୁରରୁ ବିଜେପି ଟିକଟରେ ଲଢ଼ିଥିଲେ। ଏହା ପୂର୍ବରୁ ସେ କଂଗ୍ରେସ ଟିକଟରେ ବିଧାୟକ ହୋଇଥିଲେ। 
 
H6. ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ। ମାଲକାନଗିରି ଜିଲ୍ଲା  କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ ସହ ୧୨ଟି ଲ୍ୟାଣ୍ଡମାଇନ୍ ସହ ୧୯୦ଟି ଜିଲୋଟିନ ଷ୍ଟିକ୍ ଓ ବିପୁଳ ପରିମାରଣର ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।  ହେଲେ କେହି ହେଲେ ମାଓବାଦୀଙ୍କୁ ଗିରଫ କରିପାରି ନାହିଁ ପୁଲିସ ।
 
H7. କଂଗ୍ରେସ ନେତା ରାହୁଲ ଗାନ୍ଧି  ଆଜି ଲୋକସଭା ଲାଗି ନିଜର ପ୍ରାର୍ଥୀପତ୍ର ଦେଖଲ କରିଛନ୍ତି। ୨୦୧୯ ପରି ସେ ଏଥର ମଧ୍ୟ କେରଳର ଓ୍ୱାଇନାଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ସେତେବଳେ ୪ଲକ୍ଷରୁ ଅଧିକ ଭୋଟରେ ସେ ବିଜୟ ଲାଭ କରିଥିଲେ। 
 
H8. ଅଜିତ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନ୍‍ସିପିକୁ ସୁପ୍ରିମ୍‍କୋର୍ଟ ଜବାଦ ଦର୍ଶାଅ ନୋଟିସ ଜାରି କରିଛନ୍ତି।  ବିଜ୍ଞାପନରେ କେଉଁଠି କେତେଥର ଘଣ୍ଟା ଚିହ୍ନ ଲଗାଯାଇଛି ସେ ସମ୍ବନ୍ଧରେ  ତଥ୍ୟ ରଖିବାକୁ କୁହାଯାଇଛି। ମାର୍ଚ୍ଚ ୧୯ ସୁଦ୍ଧା କୋର୍ଟରେ ଅଜିତ ପାଓ୍ୱାର ଏହି ତଥ୍ୟ ଦାଖଲ କରିବେ।  ବିଭାଜନ ପରେ ‘ଘଣ୍ଟା’ ଚିହ୍ନ  ବିବାଦ ଭିତରେ ଥିବାରୁ ସୁପ୍ରିମକୋର୍ଟ ଦୁଇ ବିଭାଜିତ ଦଳଙ୍କୁ ଏ ବାବଦରେ ସ୍ପଷ୍ଟୀକରଣ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ। 
 
H9. ବିମାନ ବିଳମ୍ବ ହେଲେ ଏଣିକି ଯାତ୍ରୀ ବିମାନ ଛାଡ଼ିପାରିବେ। ଏ ସମ୍ବନ୍ଧରେ ନୂଆ ନିୟମାବଳୀ ଜାରି କିଛି  ବେସାମରିକ ବିମାନ ସୁରକ୍ଷା ବ୍ୟୁରୋ (ବିସିଏଏସ୍‍)। ଏହି ସମୟରେ ନିର୍ଦ୍ଧାରିତ ପ୍ରୋଟୋକଲକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ୟୁରୋ। ଲମ୍ବା ସମୟ ଧରି ବିଳମ୍ବ ଭୋଗୁଥିବା ବା କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଯାତ୍ରୀ ଏହି ନିଷ୍ବତ୍ତି ନେଇପାରିବେ ବୋଲି ବ୍ୟୁରୋ ବିଜ୍ଞପ୍ତିରେ କୁହାଯାଇଛି। 
 
H10.  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉଚ୍ଚ ନ୍ୟାୟାଳୟରେ ଦାୟର କରିଥିବା ମାମଲାର ଶୁଣାଣି ହେବ। ଏହା ସହ ଏହି ଗିରଫ ପ୍ରତିବାଦରେ ୭ ତାରିଖ ଦିନ ଆପ୍‍ ନେତାମାନେ ଅନଶନ ପାଳନ କରିବେ। ଅପରପକ୍ଷେ ଆପ୍‍ ନେତା ଆତିଶି ଅଭିଯୋଗ କରିଛନ୍ତି ଯେ, ଶ୍ରୀ କେଜ୍ରିଓ୍ୱାଲ୍‍ ମଧୁମେହ ରୋଗରେ ଆକ୍ରାନ୍ତ ହିଛନ୍ତି।  ଏହି କାରଣରୁ ତାଙ୍କର ଓଜନ ହାନୀ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।