Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2225907

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଆଜି ଦିନ ୨ଟା୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨°C ତାପମାତ୍ରା ରେକର୍ଡ । ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today

01- ଓଡ଼ିଶା ମାଟିରେ ମୁଖ୍ୟମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଛନ୍ତି ଯେ, ନବୀନ ବାବୁ ପାଟନରସିପ୍ କରିଛନ୍ତି । ଆଦାନୀଙ୍କୁ ରାଜ୍ୟ ଦେଇଦେଇଛନ୍ତି । ରାଜ୍ୟକୁ ଚଳାଉଛନ୍ତି PANN ଅର୍ଥାତ ପାଣ୍ଡିଆନ, ଅମିତ ଶାହ, ନରେନ୍ଦ୍ର ମୋଦୀ ଏବଂ ନବୀନ ପଟ୍ଟନାୟକ । ଆପଣଙ୍କ ପୂରା ଧନ ଚୋରୀ କରାଯାଇଛି ବୋଲି ରାହୁଲ ସାଧାରଣ ସଭାରେ କହିଛନ୍ତି । ଚାଷୀଙ୍କ ଜମିଠୁ ଆରମ୍ଭ କରି ପ୍ଲାଣ୍ଟେସନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ରାଜ୍ୟବାସୀଙ୍କୁ ଲୁଟାଯାଇଛି । ଯେବେ ଏଠାରେ କଂଗ୍ରେସ ସରକାର ଆସିବ ସେତେବେଳେ ଆପଣଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିବ । ଆପଣମାନେ ଦେଶର ପ୍ରଥମ ମାଲିକ । ଏ ମାଟି ଆପଣଙ୍କର ଥିଲା ଏ ମାଟି, ଜଙ୍ଗଲ, ପାଣିର ହକ୍ କଂଗ୍ରେସ ଦଳ ଗ୍ୟାରେଣ୍ଟିର ସହ ଆପଣଙ୍କୁ ଫେରେଇଦେବ ।

02- ରାଜଧାନୀ ଦିଲ୍ଲୀର କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ଆଜି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଅରବିନ୍ଦର ଏହା କହିଛନ୍ତି ଯେ, ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ କାର୍ଯ୍ୟ କରୁଥିବା ଦୀପକ ବାବରିଆ ବାରମ୍ୱାର ତାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି । ତେଣୁ ସେ ବାଧ୍ୟ ହୋଇ ଇସ୍ତଫା ଦେବାକୁ ନିଷ୍ପତି ନେଇଥିଲେ । ଅରବିନ୍ଦର ଏହା ମଧ୍ୟ କହିଛନ୍ତି ଯେ, ମୁଁ ଏବେ ପଙ୍ଗୁ ଭଳି ଅନୁଭବ କରୁଛି କାରଣ ଆଗକୁ ଦିଲ୍ଲୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବାରେ ମୁଁ ନିଜକୁ ଅସମର୍ଥ ମନେ କରୁଛି । ଏଥିସହ ଆଉ ଏକ ସାଂଘାତିକ କଥା କହିଛନ୍ତି ଅରବିନ୍ଦର । ସେ କହିଛନ୍ତି ଯେ, କଂଗ୍ରେସ ଉପରେ ସ୍ୱର ଉଠାଇ ଆମ ଆଦମୀ ପାର୍ଟି ଗଠନ ହୋଇଥିଲା ତେବେ ପୁଣି କଂଗ୍ରେସ ସହ କିପରି ମେଣ୍ଟ ହେଉଛି । ଦିଲ୍ଲୀରେ କଂଗ୍ରେସ ଆପ୍ ସହିତ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

03- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଆସୁଛନ୍ତି । ଅପରାହ୍ଣ ୪ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ । ଅପରାହ୍ଣ ସାଢ଼େ ୫ଟାରେ ମୟୂରଭଞ୍ଜର ଆମ୍ୱପୁଆରେ ଏକ ସାଧାରଣସଭାରେ ଉଦବୋଧନ ଦେବେ । ପରେ ସନ୍ଧ୍ୟା ୬ଟା ୪୫ରେ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜି ବ୍ରହ୍ମପୁରରେ ରହି ଆସନ୍ତାକାଲି ସକାଳେ ସମୟରେ ଦିଲ୍ଲୀ ଫେରିବେ ଜେପି ନଡା ।

04- ବଲିଉଡ ଅଭିନେତା ସାହିଲ ଖାନ୍ ଗିରଫ ହୋଇଛନ୍ତି। ମହାଦେବ ବେଟିଂ ଆପ୍ ସ୍କାମ ମାମଲାରେ ଅଭିନେତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଛତିଶଗଡରୁ ମୁମ୍ବାଇ ସାଇବଲ ସେଲ୍ ପୋଲିସ୍ ତାଙ୍କୁ ଧରିଛି। ଏବଂ  ଗତ କିଛି ଦିନ ତଳେ ମହାଦେବ ଆପ୍ ବେଟିଂ ସ୍କାମ ମାମଲାରେ କିଛି ଦିନ ପୂର୍ବରୁ ତାଙ୍କ ନାଁ ଉଠିଥିଲା । ଗିରଫ ଭୟରେ ସେ ଗତ କିଛି ଦିନ ପୂର୍ବରୁ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଜାମିନ୍ ନ ମିଳିବା ପରେ ସେ ମୁମ୍ବାଇ ଛାଡି ଚାଲିଯାଇଥିଲେ। ପ୍ରାୟ ୪୦ ଘଣ୍ଟା ଧରି ପୋଲିସ୍ ତାଙ୍କୁ ଖୋଜିବା ପରେ ଛତିଶଗଡରୁ ଗିରଫ କରିଥିଲା । 

05- ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଅଡବା ଥାନା କଟାମାରୁ ୧୨ ଜଣ ଶ୍ରମିକ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ତପ୍ତପାଣି ବୁଲାଣିଆ ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ୨ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିବା ବେଳେ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଶ୍ରମିକ ଏବେ ବି ଗାଡ଼ି ତଳେ ଚାପି ହୋଇରହିଛନ୍ତି।

06- ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥର ହରିଡ଼ଖୋଲ ନିକଟରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ୍ ସହ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମତକଙ୍କ ମଧ୍ୟରେ ଡ୍ରାଇଭର ଏବଂ  ହେଲପର ଥିବା ସୂଚନା ମିଳିଛି । ସୂଚନା ମୁତାବକ, ଜୟପୁରରୁ କଟକ ଅଭିମୁଖେ ଆସୁଥିବା ଏକ ଭୋଲବ ବସ୍ ଭାରସ୍ୟାମ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ଏଥିରେ ୪୦ରୁ ଉର୍ଦ୍ଧ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

07- ପୁରୀ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ । ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରାଯାଇ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ଆହତ ୪ ଜଣ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

08- ଜାତୀୟ ଉଦ୍ୟାନ ଶିମିଳିପାଳରେ ଲାଗିଛି ନିଆଁ । ଆଜିକୁ ଦୁଇ ଦିନ ଧରି ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ନିଆଁ ଲାଗିବା ପରେ ଧୂଆଁମୟ ହୋଇପଡିଛି ସମଗ୍ର ଅଞ୍ଚଳ। କେବଳ ସେତିକି ନୁହେଁ,ଜଙ୍ଗଲରେ ଲାଗି ଥିବା ନିଆଁ ଯୋଗୁଁ ଏବେ ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ଗଛ ।  ତେବେ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ବନକର୍ମଚାରୀଙ୍କ ସହ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ । ତେବେ ଅଧିକ ଉତ୍ତାପ ହେତୁ ନିଆଁ ଲିଭାଇବାରେ ସମସ୍ୟା ଦେଖାଦେଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

09-  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୭ ଆଜି ଦୁଇଟି ମ୍ୟାଚ୍ ଖେଳାଯାଉଛି । ଅପରାହ୍ଣ ୩ଟା ୩୦ରୁ ଅହମ୍ମଦାବାଦ୍‌ରେ ଗୁଜରାଟ ଟାଇଟାନ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଢେଇ ଆରମ୍ଭ ହୋଇଛି । ଏହା ପରେ ୭ ଟା ୩୦ ମିନିଟ୍ ରେ ଚେପକ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ- ସନରାଇଜର୍ସ ହାଇଦରାବାଦ୍‌ ।

10- ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଜି ଦିନ ୨ଟା୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨°C ତାପମାତ୍ରା ରେକର୍ଡ କରାଯାଇଛି । 

Also Read- Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ

Also Read- Akshaya Tritiya 2024: ଅକ୍ଷୟ ତୃତୀୟାରେ ସୁନା ଓ ରୂପା ସହ କିଣନ୍ତୁ ଏହି ଜିନିଷ, ମିଳିବ ଆଶୀର୍ବାଦ