Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2217827

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

1. ସମ୍ବଲପୁର ବିଜେଡିରେ ଅସନ୍ତୋଷ ବିସ୍ଫୋରଣ ରୂପ ନେଇଛି। ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ଦଳର ବିଭିନ୍ନ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନସଭା ଆସନ ଲାଗି ଘୋଷଣା କରାଯାଇଥିବା ପ୍ରାର୍ଥୀ ସମ୍ବଲପୁର ପାଇଁ ଅପମାନ ବୋଲି ସେ ଅଭିହିତ କରିଛନ୍ତି। ଶ୍ରୀମତୀ ପାଣିଗ୍ରାହୀ ଏଣିକି ରାଜନୀତିକ କାର୍ଯ୍ୟରେ ନୁହେଁ ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ବୋଲି କହିଛନ୍ତି। 

2. ସମ୍ବଲପୁରରେ ବିଜେଡିର ବିଧାୟିକ ପ୍ରାର୍ଥୀ ରୋହିତ ପୂଜାରୀ ରାସେଶ୍ୱରୀଙ୍କ ଇସ୍ତଫାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କୁ ମା’ ଭଳି ସମ୍ମାନ କରନ୍ତି ବୋଲି ସେ କହିଛନ୍ତି। ଦଳରେ ବିଜୟ ଅପେକ୍ଷା ସେମାନଙ୍କ ସମ୍ପର୍କକୁ ସେ ଗୁରୁତ୍ୱ ଦେଇ ଦଳକୁ ଫେରି ଆସିବାକୁ ନିବେଦନ କରିଛନ୍ତି। 

3. ଓଡ଼ିଶା ଗ୍ରାମ୍ୟ ଗୃହ ବିକାଶ ନିଗମ ( ଓଏଚ୍‍ଆର୍‍ଡିସି) ଦୁର୍ନୀତି ମାମଲାରେ କଟକ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ସୁପ୍ରିମ୍‍କୋର୍ଟଙ୍କ ବଡ଼ ଝଟକା ଲାଗିଛି। ଆଜି କୋର୍ଟ ମୋକିମ୍‍ଙ୍କ ଦ୍ୱାରା ଆବେଦନ କରାଯାଇଥିବା ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ ଉପରେ ବିଚାର କରି ହାଇକୋର୍ଟଙ୍କ ରାୟକୁ କାଏମ ରଖାଯାଇଛି। କିନ୍ତୁ କୋର୍ଟ ଶୁଣାଇଥିବା କାରାଦଣ୍ଡ ଆଦେଶ ଉପରେ ସାମୟିକ ସ୍ଥିଗିତାଦେଶ ଜାରି କରିଛନ୍ତି। ବାଚାରାଧୀନ ଥିବା ଏହି ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ ଶୁଣାଣି ଶେଷ ନହେବା ଯାଏ ଦଣ୍ଡାଦେଶକୁ ନିଲମ୍ବିତ ରଖିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି। ଏହାଦ୍ୱାରା ମୋକିମ୍‍ ଗିରଫ ହେବେ ନାହିଁ କିନ୍ତୁ ନିର୍ବାଚନ ଲଢ଼ିପାରିବେ ନାହିଁ । 

4. ଟାଟା ମୋଟର୍ସରେ ନିଯୁକ୍ତି ପ୍ରଲୋଭନ ତଥା ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରହୀଙ୍କୁ ଧକ୍କା ମିଳିଛି। ଏହି ମାମଲାରେ ଥିବା ସ୍ଥଗିତାଦେଶକୁ କୋର୍ଟ ଉଠାଇଦେଇଛନ୍ତି। ଏହାଫଳରେ ଅଦାଲତରେ ଶୁଣାଣି ବେଳେ ଆବଶ୍ୟକ ଅନୁସାରେ ତାଙ୍କୁ ନିୟମିତ ହାଜର ହେବାକୁ ହେବ । ଖାଲି ପ୍ରଦୀପ ନୁହଁନ୍ତି ଏ ମାମଲାରେ ସମ୍ପୃକ୍ତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ପଡ଼ିବ। 

5. ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାମରେ ମିଳିଥିବା ଅଭିଯୋଗ ନଥିସବୁ ତାଙ୍କ ପ୍ରାର୍ଥୀତ୍ୱ କଟିବାର ମୁଖ୍ୟ କାରଣ। ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। ଦଳ ଘୋଷଣା କରିଥିବା ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ସମର୍ଥନ ଜଣାଇବା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ ସେ ଏହି ବାର୍ତ୍ତା ଦେଇଛନ୍ତି। ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ ଘୋଷଣା ପରେ ସମୀରର ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ଘୋଷଣାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି। 

6. ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଦଳ ଗତକାଲି ଟିକଟ ଦେଇ ନଥିଲା। ଟଙ୍କା ନଥିବାରୁ ତାଙ୍କ ଟିକଟ କଟିଲା ବୋଲି ସେ ପରୋକ୍ଷରେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ଥାନରେ ଦଳ ମହେଶ ସାହୁଙ୍କୁ  ହିନ୍ଦୋଳରୁ ପ୍ରାର୍ଥୀ କରିଛି। 

7. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଏହି ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ କେ କବିତାଙ୍କ ଗେଲ ଅବଧି ବୃଦ୍ଧି କରିଛନ୍ତି କୋର୍ଟ। ଆସନ୍ତା ୭ ତାରିଖରେ ଏହି ମାମଲାର ପୁଣିଥରେ ଶୁଣାଣି ହେବ। ଅପରପକ୍ଷେ ୨୯ ତାରିଖରେ ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରା ଶ୍ରୀ କେଜ୍ରିଓ୍ୱାଲ୍‍ଙ୍କ ଦ୍ୱାରା ଆଗତ ଏକ ମାମଲାର ଶୁଣାଣି ହେବ। ଯେଉଁଥିରେ ଇଡିର ଗିରଫଦାରୀକୁ ବିରୋଧ କରାଯାଇ ମାମଲା ଦାୟର କରାଯାଇଛି। 

8. ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଥିଲେ ମଧ୍ୟ ତାପମାତ୍ରା କମିବାର ନାଁ ଧରୁନି।  ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡପିଛି। ଭୁବନେଶ୍ୱରରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ପରିସ୍ଥିତିକୁ ଆଖିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଯୋଗୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ୯ଟି ଜିଲ୍ଲା- ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆଗକୁ ପରିସ୍ଥିତି ଅସହ୍ୟ ହୋଇପାରେ ବୋଲି କୁହାଯାଇଛି। ଅପରପକ୍ଷେ ୨୬ ଓ ୨୭ ତାରିଖରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ସତର୍କ କରାଯାଇଛି। 

9. ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଉଭ୍ର କଂଗ୍ରେସ ଓ ବିଜେଡି ପକ୍ଷରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରାଯାଇଛି। ପୃଥକ ପୃଥକ ଶୋଭାଯାତ୍ରାରେ ଉଭୟ ଦଳ ପକ୍ଷରୁ ପ୍ରାର୍ଥୀ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ। ବିଜେଡି ପକ୍ଷରୁ ରାଜେନ୍ଦ୍ର ଢୋଲକିଆ ଏବଂ କଂହଗଅେସ ତରଫରୁ ପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। 

10. ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ  ଅନୁଗୁଳ ଜିଲ୍ଲାରେ ଦୁଇଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧.୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହିରୋଇନ୍ ଜବତ କରିଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସୋମବାର ଦିନ ଅନୁଗୁଳ ଜିଲ୍ଲା ପୋଲିସର ସହାୟତାରେ ଭୁବନେଶ୍ୱରରୁ ଆସିଥିବା ଏସଟିଏଫ ଟିମ୍ ଏହି ଅପରେସନରେ ସଫଳତା ପାଇଥିଲେ।

Also Read- Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ

Also Read- ଅକ୍ଷୟ ତୃତୀୟାରେ କରନ୍ତୁ ୪ଟି ବିଶେଷ ପ୍ରତିକାର, ମିଳିବ ଲକ୍ଷ୍ମୀଙ୍କ ଆଶୀର୍ବାଦ, ବଢିବ ସୁଖ ଓ ସମୃଦ୍ଧି