Top 10 News Today: ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଲା ଜିକା ସତର୍କତା ଏବଂ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2320275

Top 10 News Today: ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଲା ଜିକା ସତର୍କତା ଏବଂ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଲା ଜିକା ସତର୍କତା ଏବଂ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର

H1.ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ
ଆଉ ନାହାନ୍ତି ବିଜେପି ନେତା ତଥା ମାଲକାନାଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି। ଆଜି ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଶ୍ରୀ ମାଢ଼ି ଦୀର୍ଘ ଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଦୁଇ ବର୍ଷ ତଳେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତଥାପି ସେ ବେଶ କିଛି ଦିନ ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

H2.ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ସୋରେନ
ଜେଏମଏମ ନେତା ହେମନ୍ତ ସୋରେନ୍ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବ। ଏସମ୍ପର୍କରେ ଆଜି ରାଂଚିରେ ଇଣ୍ଡି ମେଂଟ ବୈଠକରେ ହେମନ୍ତଙ୍କୁ ପୁଣି ଥରେ ନେତୃତ୍ବଦେବାକୁ ନିଷ୍ପତି ହୋଇଥିବା ଜଣାଯାଇଛି।ହେମନ୍ତ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ଖବର ଏହି ଘଟଣାରୁ ବାରି ହୋଇପଡ଼ିଛି। ବୁଧବାର ଦିନ ରାଂଚି ଠାରେ ଶିକ୍ଷକ ଭାବେ ନିଯୁକ୍ତି ପାଇବାକୁ ଥିବା ୧୫୦୦ ଜଣ ପ୍ରାର୍ଥୀଙ୍କୁ ସରକାରୀ ନିଯୁକ୍ତିପତ୍ର ବଣ୍ଟାଯିବାର ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବାକୁ ସ୍ଥିର ହୋଇଥିଲା। ହେଲେ ଏହାକୁ ଶେଷ ମୁହୂର୍ତରେ ସ୍ଥଗିତ ରଖାଯାଇଛି।

H3.ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ
ପୁଣି ଥରେ ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ। ୧୨ ତାରିଖ ଯାଏଁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦୀ। ଦିଲ୍ଲୀ କୋର୍ଟ ଏନେଇ ବୁଧବାର ଶୁଣାଣି କରିଛନ୍ତି। ଅର୍ଥ ଠକେଇ ଘଟଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। କେଜ୍ରିୱାଲଙ୍କ ସହ ବିନୋଦ ଚୌହ୍ବାନଙ୍କ ବିଚାର ବିଭାଗୀୟ ହାଜତକୁ ମଧ୍ୟ ଜୁଲାଇ ୧୨ ଯାଏଁ ବଢ଼ାଇ ଦିଆଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଉଭୟ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି। ଏହି ମାମଲାରେ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ସରକାରର ବରିଷ୍ଠ ମନ୍ତ୍ରୀ ଓ ଆପ୍ ନେତା ଜେଲରେ ଅଛନ୍ତି। ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଗତମାସରେ କେଜ୍ରିୱାଲଙ୍କୁ ସିବିଆଇ ମଧ୍ୟ ଗିରଫ କରିଥିଲା।

H4.ସୋମବାର ବ୍ୟାଙ୍କ ଓ କୋର୍ଟ ବି ଛୁଟି
ଆସନ୍ତା ୮ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ରାଜ୍ୟ ସରକାରଙ୍କ ଅଫିସ, ସ୍କୁଲ, କଲେଜ ସମେତ ବ୍ୟାଙ୍କ ଓ ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଚାଲିବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟରେ ଛୁଟି ରହିବ ବୋଲି ଘୋଷଣା କରିଥିଲେ।

H5.ରତ୍ନଭଣ୍ଡାର ଖୋଲିବା ଅନିଶ୍ଚିତତା: 
ରଥଯାତ୍ରା ପରଦିନ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଅନିଶ୍ଚିତତା ବଢ଼ିଛି। ୫ ତାରିଖ ଦିନ ସୁପ୍ରିମ୍‍କୋର୍ଟଙ୍କ ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କ କମିଶନ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ରିପୋର୍ଟ ଦେବା ପରେ ରାଜ୍ୟ ସରକାର ରତ୍ନଭଣ୍ଡାର କେବେ ଖୋଲାଯିବ ତାହାର ନିଷ୍ପତ୍ତି ନେବେ। ହେଲେ କିଛି ଗୋଷ୍ଠୀ ଏ ବାବଦରେ ଗୁଜବ ସୃଷ୍ଟି କରୁଥିବା ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ଗଜପତି ମହାରାଜା ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। 

H6.ବିଜେଡିରେ ଗୋଷ୍ଠୀକନ୍ଦଳ
କ୍ଷମତାରୁ ଗଲାପରେ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଶେଷକରି ଭୁବନେଶ୍ୱରରେ ବିଜେଡିର କିଛି ଗୋଷ୍ଠୀ ଅଲଗା ଅଲଗା ବୈଠକ କରିଥିବା ସାମ୍ନାକୁ ଆସିଛି। କର୍ପୋରେଟରଙ୍କ ଭିତରୁ ୨୪ ଜଣ ଏକ  ହୋଟେଲରେ ବୈଠକ କରିଥିବା ବେଳେ କିଛି ନେତା ପ୍ରତାପ ଦେବଙ୍କ ବାସଭବନରେ ବୈଠକ କରି ଆଲୋଚନା କରିଥିବା ସୂଚନା ମିଳିଛି। ପୁର୍ବରୁ ଭୁବନେଶ୍ୱର ବିଜେଡିର ଦୁଇ ନେତା ବିଜେପି ବିଧାୟକଙ୍କ ଜନ୍ମଦିନରେ ଯୋଗଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। 

H7. ଭିଜିଲାନ୍ସ ଜାଲରେ ଏଏସ୍‍ଆଇ
ବିଞ୍ଝାରପୁର ଥାନା ଏଏସ୍‍ଆଇ କେଶବ ଦାସଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏକ ଦୁର୍ଘଟଣା ମାମଲାକୁ ମଜଭୁତ କରିବାକୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। 

H8.ଝାଡ଼ଖଣ୍ଡରେ ଓଡ଼ିଆ ମୁଖ୍ୟ ବିଚାରପତି
ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡଖଣ୍ଡ ହାଇକୋରତ୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସେ ଦାୟିତ୍ୱ ଗ୍ରହଣ କରିବେ। ଆଇନ ମନ୍ତ୍ରଣାଳୟ ପକ୍ଷରୁ  ଏନେଇ ଏକ  ବିଜ୍ଞପ୍ତି ଜାରି କରାଯାଇଛି। 

H9. ଜିକା ପାଇଁ ସତର୍କତା ଜାରି
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଏକ ପରାମର୍ଶ ଜାରି କରିଛନ୍ତି। ମହାରାଷ୍ଟ୍ରରେ ଜିକା ଭୂତାଣୁ ଚିହ୍ନଟ ହେବା ପରେ ଏଥିନେଇ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ଗର୍ଭବତୀ ମହିଳାମାନଙ୍କ ଦେହରେ ଜିକା ଭୂତାଣୁ ଅଛି ବା ନାହିଁ ସେ ବାବଦରେ ପରୀକ୍ଷା କରିବାକୁ କୁହାଯାଇଛି। ଏହି ଭୂତାଣୁ ଉଭୟ ମାନସିକ ଓ ଶାରିରୀକ ପ୍ରଭାବ ପକାଇଥାଏ। 

H10. ପାକିସ୍ତାନ ଗସ୍ତରେ ଯିବ ଭାରତ
ଚାମ୍ପିଅନସଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତୀୟ ଦଳ। ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନସ ଟ୍ରଫି ପାଇଁ ପାକିସ୍ତାନ କ୍ରୀଡ଼ାସୂଚୀ ଜାରି କରିଛି। ଯଦିଓ ଏହାକୁ ନେଇ ବିସିସିଆଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ସେପଟେ ଏନେଇ ଆଇସିସିର ଜଣେ ବରିଷ୍ଠ ସଦସ୍ୟ ପିଟିଆଇକୁ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ଫେବୃଆରୀ ୧୯ ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ ଏବଂ ମାର୍ଚ୍ଚ ୧୦ ରେ 'ରିଜର୍ଭ ଡେ' ହେବ। ମିଳିଥିବା ସୂଚନା ଅନୁଯାୟୀ ପିସିବି ଚେୟାରମ୍ୟାନ୍ ମୋହସିନ୍ ନାକଭି ୧୫ ଟି ମ୍ୟାଚର କାର୍ଯ୍ୟସୂଚୀ ଦାଖଲ କରିଛନ୍ତି ଯେଉଁଥିରେ ଭାରତର ମ୍ୟାଚ୍ କେବଳ ଲାହୋରରେ ସୁରକ୍ଷା ଏବଂ 'ଲଜିଷ୍ଟିକ୍' କାରଣରୁ ରଖାଯାଇଛି। ଟି-୨୦ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ନାକଭିଙ୍କୁ ବାରବାଡୋସକୁ ନିମନ୍ତ୍ରଣ କରାଯାଇଥିଲା।