Top 10 News Today: ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2426817

Top 10 News Today: ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today

Headlines 01- କୋଲକାତା ଆରଜି କର ଘଟଣାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି । ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କ ବାସଭବନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚିନ୍ନାର ପାର୍କ ସ୍ଥିତ ସନ୍ଦୀପଙ୍କ ଘରେ ଇଡି ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛି । 

Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ରେ ଓଡ଼ିଶା ଆସିବେ । ତେଣୁ ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା, ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ନେଇ ଆଲୋଚନା ହୋଇଥିବା ଜଣାପଡିଛି । ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ବ୍ୟାରିକେଡ୍ ହେବ ଏବଂ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଲାଗୁ ହେବ ଟ୍ରାଫିକ୍ କଟକଣା ।

Headlines 03- ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି । ବନ୍ଦର, ଅଗ୍ନିବୀର ଓ ବିବାହିତ ଝିଅଙ୍କୁ ଚାକିରି ନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଝିଅଙ୍କୁ ମିଳିବ ଚାକିରି। ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ଦେଇଛନ୍ତି । ପୋଲିସ, ଅଗ୍ନିଶମ, ଜଙ୍ଗଲ, ଅବକାରୀ ବିଭାଗରେ ୧୦% ସଂରକ୍ଷଣ ରହିବ । ନିର୍ଦ୍ଧାରିତ ବୟସ ସୀମାକୁ ମଧ୍ୟ ୩ ବର୍ଷ କୋହଳ କରାଯିବ ।

Headlines 04-  ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ପୁନଃ ନିଯୁକ୍ତି ପାଇଁ ଚୟନ କରିବ କମିଟି, ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ । ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ଦିଆଯିବ । ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଥିବା ଜରୁରୀ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ପୁନଃ ନିଯୁକ୍ତି ବିଚାରଯୋଗ୍ୟ ହେବନି । ଅବସରପୂର୍ବରୁ ସିସିଆର୍‌ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ । ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ ।

Headlines 05- ମାଲକାନଗିରି ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଅପରାହ୍ଣ ୩ଟାରେ ମାଲକାନଗିରିରେ ପହଞ୍ଚିଥିବା ସରକାରୀ ସୂଚନାରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଗଲା ସପ୍ତାହରେ ଲଗାଣ ବର୍ଷା ହେତୁ ମାଲକାନଗିରି ଜିଲ୍ଲାରେ ବନ୍ୟା ଆସିଛି। ବିପନ୍ନଙ୍କୁ ତତ୍‍କ୍ଷଣାତ୍‍ ସହାୟତା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Headlines 06- ବରଗଡ ଜିଲ୍ଲାରେ ଆତଙ୍କ ଖେଳାଇଛି ସ୍କ୍ରବ୍‌ ଟାଇଫସ୍‌ ରୋଗ।  ଏହି ରୋଗ ନେଲାଣୀ ୩ ଜୀବନ। ଯାହାକୁ ନେଇ ପୂରା ଜିଲ୍ଲାରେ କୋକୁଆଭୟ ଦେଖାଦେଇଛି। ଏପଟେ ରୋଗ ନିୟନ୍ତ୍ରଣ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡ଼ଙ୍ଗୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୦ ତାରିଖ ସୁଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।  ସେମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏ-ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୌଣସି ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଭର୍ତ୍ତି ହୋଇ ନ ଥିବା ସେ କହିଛନ୍ତି। 

Headlines 07- ପାରାଲିମ୍ପିକ୍ସରେ ପଦକ ଜିତିଥିବା ଆଥଲେଟଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସାକ୍ଷାତକାର ପାଇଁ ଏକ ବସରେ ବସି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ ପଦକ ବିଜେତାମାନେ । ପ୍ରଧାନମନ୍ତ୍ରୀ ଭେଟିବାକୁ ଡାକିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।

Headlines 08- ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ତଡ଼ିପାର ପାଇଁ ପୋଲିସର ପ୍ରୟାସ । ସହରରୁ ତଡ଼ିପାର ପାଇଁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଜାମିନରେ ଥିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର ରହିଛି ଏବଂ ସବୁ ଥାନା ସ୍ତରରେ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

Headlines 09- ୧୮ ତାରିଖରୁ +୨ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ଫିଲଅପ୍ । ଅକ୍ଟୋବର ୧ ପର୍ଯ୍ୟନ୍ତ ବିନା ଜରିମାନା ଦେୟରେ ଫର୍ମଫିଲଅପ୍ କରିପାରିବେ ଛାତ୍ରଛାତ୍ରୀ । ୪ ତାରିଖରୁ ୧୪ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ଦେବାକୁ ପଡିବ । ନଭେମ୍ବର ୧୧ରୁ ୧୮ ଭିତରେ କଲେ ୬୦୦ ଟଙ୍କା ଜରିମାନା ରଖାଯାଇଛି ।

Headlines 10- ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଥିବା ସମୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ପ୍ରଭାବରେ ୧୫ ତାରିଖ ଯାଏଁ ବର୍ଷା ହେବ । ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏହା ୨୪ ଘଣ୍ଟାରେ ବାଂଲାଦେଶ ଉପକୂଳରେ ଲଘୁଚାପ ସମ୍ଭାବନା ରହିଛି । ପରେ ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ । ପ୍ରଭାବରେ ୧୩ ତାରିଖରୁ ୧୫ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୧୩ରେ କଳାହାଣ୍ଡିକୁ ଅରେଞ୍ଜ ଆଲର୍ଟ ସମେତ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Also Read- Mangal Gochar 2024: ଆଉ ମାତ୍ର ଏତିକି ଦିନ, ତାପରେ ଏହି ରାଶିକୁ ମିଳିବ ସବୁ ଖୁସି

Also Read- Lucky Zodiac Sign: ୧୨ ସେପ୍ଟେମ୍ୱରରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ