Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2146078

Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ରାଜ୍ୟରେ ବିଜେପି ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବାବେଳେ ଆଜି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେଡିର ଦୁଇ ପାୱାରଫୁଲ ଲିଡରଙ୍କ ଦିଲ୍ଲୀ ଗସ୍ତ । ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରେ ଏକ ଜରୁରୀ ବୈଠକରେ ଯୋଗ ଦେବାପାଇଁ ଆସିଥିବା କୁହାଯାଉଛି । ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଯେଉଁଥିରେ ଦଳର ବରିଷ୍ଠ ନେତାଗଣ ସାମିଲ୍ ହୋଇଥିଲେ । ବିଜେପି - ବିଜେଡି ଦୁଇ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଅପରପକ୍ଷେ ରାଜ୍ୟର କିଛି ବରିଷ୍ଠ ବିଜେପି ନେତା ଗତକାଲି ଦିଲ୍ଲୀରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ୍ ହୋଇଥିଲେ । 

Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H.1. ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ମିଳିତ ଜାତିସଂଘ ୨୦୨୪ର ବିଷୟବସ୍ତୁକୁ ‘ଇନଭେଷ୍ଟମେଣ୍ଟ ଇନ୍ ଓମେନ୍: ଏକ୍ସିଲିରେଟ୍ ପ୍ରୋଗ୍ରେସ’ ଭାବରେ ନାମିତ କରିଛି, ଅର୍ଥାତ୍ ମହିଳାଙ୍କ ଉପରେ ବିନିଯୋଗ: ପ୍ରଗତିକୁ ତ୍ୱରାନ୍ୱିତ।ଏହା ସମାଜର ସମସ୍ତ ବର୍ଗ ମଧ୍ୟରେ ବିବିଧତା ଏବଂ ସଶକ୍ତିକରଣର ମହତ୍ତ୍ୱକୁ ଆଲୋକିତ କରେ। ଏହି ଅଭିଯାନ ମାଧ୍ୟମରେ ସମାଜର ବିଭିନ୍ନ କ୍ଷେତ୍ରରେ ବିବିଧତା ଏବଂ ସଶକ୍ତିକରଣର ମହତ୍ତ୍ୱକୁ ଚିହ୍ନିବା ଏବଂ ଲିଙ୍ଗଗତ ସମାନତାକୁ ଅଗ୍ରଗତି କରିବାରେ ପ୍ରମୁଖ ଭୂମିକାକୁ ଗୁରୁତ୍ୱ ଦେବା ଉପରେ ସାହାଯ୍ୟ କରିବ।

H.2.ଆଜି ପବିତ୍ର ମହାଶିବରାତ୍ରୀ। ଏନେଇ ସଜେଇ ହୋଇଛି ବିଭିନ୍ନ ଶୈବପୀଠ। ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ରାଜ୍ୟର ପ୍ରମୁଖ ଶୈବପୀଠ ଯଥା ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲା(Rourkela)ର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାଶ(Kapilasha), ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି।

H.3.ରାଜ୍ୟରେ ବିଜେପି ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବାବେଳେ ଆଜି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେଡିର ଦୁଇ ପାୱାରଫୁଲ ଲିଡରଙ୍କ ଦିଲ୍ଲୀ ଗସ୍ତ । ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରେ ଏକ ଜରୁରୀ ବୈଠକରେ ଯୋଗ ଦେବାପାଇଁ ଆସିଥିବା କୁହାଯାଉଛି । ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଯେଉଁଥିରେ ଦଳର ବରିଷ୍ଠ ନେତାଗଣ ସାମିଲ୍ ହୋଇଥିଲେ । ବିଜେପି - ବିଜେଡି ଦୁଇ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଅପରପକ୍ଷେ ରାଜ୍ୟର କିଛି ବରିଷ୍ଠ ବିଜେପି ନେତା ଗତକାଲି ଦିଲ୍ଲୀରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ୍ ହୋଇଥିଲେ । ୨୦୨୪ ନିର୍ବାଚନ ପାଇଁ ଦୁଇ ଦଳଙ୍କ ମଧ୍ୟରେ ଅନେକ ପ୍ରକାରର ଯୋଜନା ଚାଲିଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇ ଦଳର ମେଣ୍ଟ ହେବାନେଇ ଆଲୋଚନା ବଢିବାରେ ଲାଗିଛି ।

H.4.ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କେନ୍ଦ୍ରାପଡା, ଯାଜପୁର, ଜଗତସିୁଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡା, ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପାଗ ଶୁଖିଲା ମଧ୍ୟ ରହିବ । ତେବେ ୧୧ ମାର୍ଚ୍ଚରୁ ଦିନ ସମୟର ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢିପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।

H.5.ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାପ୍ରତାପି ମହାରାଜ କଂସ ନଗର ଭ୍ରମଣ କରି ଫେରିବା ପରେ ସନ୍ଧ୍ୟାରେ ରାଜ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରଙ୍ଗ ସଭା ରେ ଗୀତ ସଂଗୀତ ସହ ସମ୍ବଲପୁରୀ ନାଚ ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ତା ପରେ ଦେବକୀ ର ଅଷ୍ଟମ ଗର୍ଭ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ସହ ଗୋପପୁରକୁ ପ୍ରେରଣ କରାଯାଇଥିଲା। ଏଥିପାଇଁ ଗୋପପୁରରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇବା ସହିତ ଧାର୍ମିକ ମନୋଭାବରେ ଗୋପପୁର ପ୍ରକମ୍ପିତ ହୋଇ ଥିଲା।ଏହି ଖବର ପ୍ରସାରିତ ହେବା ପରେ ଟାମ୍ପରସରାର ପିଙ୍କି ପଣ୍ଡା ଓ ବରାହମୁଣ୍ଡାର ପୁଷ୍ପା ବନଛୋର ଗୋପପୁରେ ପହଞ୍ଚି ସଂକିର୍ତ୍ତନ ପରିବେଷଣ କରିଥିଲେ। ସେପଟେ ମଥୁରାନଗରୀରେ ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁର ପ୍ରେରଣ ଓ ବିଜୁଳି କନ୍ୟା ଆବିର୍ଭାବ ଦୃଶ୍ୟ ଦର୍ଶକ ମହଳରେ ଅପୂର୍ବ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା

H.6.କୋରାପୁଟ ଜିଲ୍ଲା କଂଗ୍ରେସ ମୁଖିଆ ବଦଳିବା ପରେ ଆସନ୍ତା ୧୨ତାରିଖରେ ଶକ୍ତି ପ୍ରଦର୍ଶନ କରିବ ଦଳ। ଜୟପୁରରେ ଜିଲ୍ଲାସ୍ତରୀୟ ସମ୍ମିଳନୀ, ସମ୍ବର୍ଦ୍ଧନା ସଭା ସହ ବିଶାଳ ଶୋଭାଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି। ସଭାପତି ଭାବେ ନିଯୁକ୍ତ ହେବାପରେ ଶଶିଭୂଷଣ ପାତ୍ରଙ୍କ ଏହାହେବ ପ୍ରଥମ ସାଂଗଠନିକ ବୈଠକ।ଆସନ୍ତା ୧୨ତାରିଖରେ ଜିଲ୍ଲାର ସମସ୍ତ ୫ଟି ଯାକ ନିର୍ବାଚନମଣ୍ଡଳୀରୁ ୨୦ହଜାର କର୍ମୀଙ୍କ ସମା‌ଗମ ହେବ। ଜୟପୁର ନିର୍ବାଚନମଣ୍ଡଳୀର ୧୦ହଜାର ଓ ଅନ୍ୟ ନିର୍ବାଚନମଣ୍ଡଳୀର ୧୦ହଜାର କର୍ମୀ ସାମିଲ ହେବେ। ଗ୍ଲୋକାଲ ଛକରୁ ଦଶହରା ପଡ଼ିଆ ପର୍ଯ୍ୟନ୍ତ ରାଲି ହେବ।

H.7. ୨୦୨୪  ନିର୍ବାଚନ ପୂର୍ବରୁ ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ । ଏହି କ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏଆଇସିସି ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି ।ପ୍ରସାଦ ହରିଚନ୍ଦନ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଥିବାବେଳେ ପୂର୍ବରୁ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ତୁଳାଇ ସାରିଛନ୍ତି । ବର୍ତ୍ତମାନ ମିଡିଆ ସହିତ ସମନ୍ୱୟ ଏବଂ ଯୋଗାଯୋଗ, ସୋସିଆଲ ମିଡିଆ, ୱାର୍ ରୁମ୍, ପ୍ରଗମନ ଓ ରାଜନୀତିକ କାର୍ଯ୍ୟକ୍ରମର ସମସ୍ତ କଥା ତାଙ୍କ ମୁଣ୍ଡରେ ନ୍ୟସ୍ତ କରାଯାଇଛି । ଏହି ନୂଆ ଦାୟିତ୍ୱ ପାଇଁ ପ୍ରସାଦଙ୍କୁ ଦଳିୟ ନେତୃବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।

H.8.ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ନବୀନ ନିବାସରେ ନବୀନଙ୍କ ଉପସ୍ଥିତିରେ ବିଜେଡ଼ିରେ ମିଶିଛନ୍ତି। ଦୀର୍ଘ ୨୪ବର୍ଷ ଧରି ଚାଲିଥିବା ନବୀନ-ବିଜୟ ବିବାଦରେ ପୂର୍ଣ୍ଣଛେଦ ପକାଇ ବିଜେଡିର ହାତ ଧରିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ। ନବୀନ ନିବାସରେ ସ୍ବତନ୍ତ୍ର ମିଶ୍ରଣ ପର୍ବର ଆୟୋଜନ କରାଯାଇ  ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରେ ସାମିଲ୍ କରାଯାଇଛି।

H.9.ସାଧାରଣ ନିର୍ବାଚନ ପାଇଁ କୌଣସି ସମୟରେ ତାରିଖ ଘୋଷଣା ହୋଇପାରେ। ଏହାକୁ ନଜରରେ ରଖି ରାଜ୍ୟ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚଳିତ ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହୋଇସାରିଥିବା ବେଳେ ଆସନ୍ତା ୧୫ ତାରିଖରେ ଏହାର ଘୋଷଣା କରାଯିବ।

H.10.ପାରାଦୀପରେ ସ୍ଥାନୀୟ ଟ୍ରକ ମାଲିକମାନେ ଅସହାୟ ଅବସ୍ଥାରେ ଗତି କରୁଥିବା ବେଳେ ସେମାନଙ୍କ ସ୍ବାର୍ଥ କୁ ପ୍ରାଥମିକତା ଦିଆ ଯିବା ସହ ଗାଡି ଗୁଡିକ କିପରି ସୁରୁଖୁରୁରେ ବ୍ୟବସାୟ କରିପାରିବ ସେଥିପ୍ରତି ପ୍ରଥମେ ଦୃଷ୍ଟି ଦିଆଯିବ ବୋଲି ଆୟୋଜିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ଶପଥ ଗ୍ରହଣ ଉତ୍ସବ ରେ ଅତିଥି ମାନେ ମତପ୍ରକାଶ କରିଛନ୍ତି। ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବ ରେ ନବ ନିର୍ବାଚିତ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ମାନଙ୍କ ସମେତ ସଂଖ୍ୟାଧିକ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ। ଆୟୋଜିତ ଶପଥ ଗ୍ରହଣ ଉତ୍ସବ ରେ ମୂଖ୍ଯ ଅତିଥି ଭାବେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଯୋଗଦେଇ ଅନେକ ଉପାଦେୟ କଥା କହିବା ସହିତ ସଂଘ କୁ ପୂର୍ଣ୍ଣ ମାତ୍ରାରେ ଓ ସବୁ କ୍ଷେତ୍ରରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।