Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...
Advertisement
Article Detail0/zeeodisha/odisha2463422

Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

1.PM Modi meets Maldives Presidents: କିଛିଦିନ ତଳେ ତିକ୍ତ ହୋଇଥିବା ଭାରତ-ମାଳଦୀପ ସମ୍ପର୍କ ପୁଣିଥରେ ପୁରୁଣା ରାସ୍ତାକୁ ଫେରୁଛି। ଏହିକ୍ରମରେ ମାଳଦୀପର ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମାଳଦୀପରେ ଚାଲିଥିବା ଆର୍ଥିକ ଦୂରାବସ୍ଥାକୁ ସୁଧାରିବା ଲାଗି ଭାରତ ରାଜି ହୋଇଥିବା ବେଳେ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ମାଳଦୀପ ଭାରତର ସର୍ତ୍ତରେ ମଧ୍ୟ ରାଜି ଥିବା ପ୍ରକାଶ କରିଛି। କୌଣସି ମୁହୂର୍ତ୍ତରେ ମାଳଦୀପ ଭୂଇଁକୁ ଭାରତର ସ୍ୱାର୍ଥ ବିରୋଧୀ କାର୍ଯ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ସ୍ପଷ୍ଟ କରିଛନ୍ତି। 

2.Odisha News: ଘରେ ବସି ଅନ୍‍ଲାଇନରେ ଏନ୍‍ସିଇଆର୍‍ଟି ପାଠ୍ୟପୁସ୍ତକ କିଣିଲେ ମୂଲ୍ୟ ବଦଳିବ ନାହିଁ। ଯାହା ପାଠ୍ୟପୁସ୍ତକର ସର୍ବୋଚ୍ଚ ବିକ୍ରୟ ମୂଲ୍ୟ ( ଏମ୍‍ଆର୍‍ପି) ଲେଖା ଥିବ ସେତିକିରେ  ଡେଲିଭରୀ ଏଜେଣ୍ଟ ବହି ପହଞ୍ଚାଇବେ। ଏଥିଲାଗି ଇ-କମର୍ସ ପ୍ଲାଟଫର୍ମ ଆମାଜନ୍‍ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ।ଏହି ଅବସରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ୨୦ ହଜାର ପିନ୍‍କୋଡରେ ଏଣିକି ବିନା କୌଣସି ଝିନ୍‍ଝଟରେ ଏନ୍‍ସିଇଆର୍‍ଟି ବହି ପହଞ୍ଚିବ।

3.Odisha News: ରାଜ୍ୟରେ ଏଣିକି ସରକାରୀ କୋଠାଗୁଡ଼ିକର ରଙ୍ଗ ବଦଳିବ। ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍‍ ଅନୁସାରେ ସ୍ଥିର ହେବ। ଏହା ସହ କୌଣସି ପୁରୁଣା ସରକାରୀ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍‍ୟ ବଦଳାଯିବ। ଏନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। 

4.CM Mohan Majhi: ରାଜ୍ୟରେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୧୦ରେ ସୀମିତ ରହିଛି। କିନ୍ତୁ ଏବେ ଛତିଶଗଡ଼ରେ ଚାଲିଥିବା ବ୍ୟାପକ ନକ୍ସଲ ବିରୋଧୀ କାର୍ଯ୍ୟୃକ୍ରମ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି ବୋଲି ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ବେୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା ପ୍ରକାଶ କରିଛନ୍ତି। ବିନା କେନ୍ଦ୍ର ସରକାରଙ୍କ ସହାୟତାରେ ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ସୁଚାରୁ ରୂପେ ପରିଚାଳନା କରିବା କଷ୍ଟକର ବୋଲି ସେ ସ୍ୱୀକାର କରିଛନ୍ତି। 

5.Odisha News: ଶହ ଶହ ବର୍ଷର ପୁରାତନ ପରମ୍ପରା ସେବାୟତ କୂଳର ନେତ ପିଲା ପରମ୍ପରା ଆଜିଠାରୁ ଆରମ୍ଭ ହୋଇଛି। ଆଜି ଆଶ୍ବୀନ ଶୁକ୍ଳପକ୍ଷ ପଞ୍ଚମୀ ଯୁକ୍ତ ଷଷ୍ଠୀ ତିଥିରେ ତୀର୍ଥ ପୁଷ୍କରିଣୀ ମାର୍କଣ୍ଡେୟ ଠାରେ ହରଗୌରୀଙ୍କୁ ଉପାସନା କରିଛନ୍ତି ସେଵାୟତ କୂଳର କୁଆଁରୀ କନ୍ୟାମାନେ।ସେବାୟତ ପରିବାରରେ କୁନିକୁନି କୁମାରୀ କନ୍ୟାମାନେ ପାଦ ଠାରୁ ମଥାର ସିନ୍ଥି ପର୍ଯ୍ୟନ୍ତ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ନେତପିଲା ପର୍ବପାଳନ କରୁଛନ୍ତି। ପରିବାରର କଲ୍ୟାଣ ତଥା ଭଲ ବର ବା ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ପର୍ବକୁ କୁଆଁରୀ କନ୍ୟାମାନେ ପାଳନ କରିଛନ୍ତି।

6.Vegatable Price Hike: ପାର୍ବଣ ଆରମ୍ଭ ହେଉ ହେଉ ସମଗ୍ର ଦେଶରେ ଟମାଟୋର ମୂଲ୍ୟ ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି ଯେ ଟମାଟୋ ତୁଳନାରେ ସେଓର ମୂଲ୍ୟ ମଧ୍ୟ ଶସ୍ତା ଲାଗୁଛି। ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ଧନି ଲୋକଟେ ମଧ୍ୟ ସେଓ କିଣିବାକୁ ଭୟ କରୁଛି। ସେପଟେ ଗରିବ ଲୋକଙ୍କ କଥା ତ ନ କହିଲେ ଭଲ। ଯେଉଁଥିପାଇଁ ବ୍ୟବସାୟୀଠାରୁ ଆରମ୍ଭ କରି ସାଧାରଣ ଖାଉଟି ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ପୂର୍ବ ବର୍ଷା ହେତୁ ପନିପରିବାର ମୂଲ୍ୟ ବୃଦ୍ଧି ପାଇଛି।  ଆଜିକାଲି ବଜାରରେ ଆପଲ୍ ୫୦ ରୁ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଟମାଟୋ କିଲୋଗ୍ରାମ ୮୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି।

7.Coal Mine Explosion: ଆଜି ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ କୋଇଲା ଖଣିରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲୋକପୁର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଗଙ୍ଗାରାମଚକ୍ ମାଇନିଂ ପ୍ରାଇଭେଟ ଲିମିଟେଡ୍ କଲିରି (ଜିଏମ୍ପିଏଲ୍) ରେ ଏହି ବିସ୍ଫୋରଣ ଘଟିଛି ଏବଂ ଘଟଣାସ୍ଥଳରେ ଏକ ଜନସମାଗମ ଦେଖିବାକୁ ମିଳିଛି।

8.Subhadra scheme: ଆଜି 'ସୁଭଦ୍ରା' ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଆସିଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଖାତାକୁ ୧ ଟଙ୍କା ଆଜି ପଠାଯିବ । ପରେ ଅକ୍ଟୋବର ୯ ତାରିଖ ଦିନ ଯୋଗ୍ୟ ହିତାଧିକାରୀ ପାଇବେ ସମ୍ପୂର୍ଣ୍ଣ ଟଙ୍କା । ଆଜି ସୁଦ୍ଧା  ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ ବୋଲି ସୂଚନା ମିଳିଛି । ଏଥିସହ ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି ।

9.Land for Job: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବଙ୍କ ସମେତ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଲାଲୁଙ୍କ ବ୍ୟତୀତ ତେଜସ୍ୱୀ ଏବଂ ତେଜ ପ୍ରତାପ ଯାଦବ, ମିସା ଭାରତୀ ଏବଂ ଅନ୍ୟ ସହ-ଅଭିଯୁକ୍ତମାନେ ମଧ୍ୟ ଆଜି କୋର୍ଟରେ ପହଞ୍ଚିଥିଲେ। ଆଜି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ମାର୍ଚ୍ଚ ୭ ରେ ଇଡି ମାମଲାରେ ରାବଣ ଦେବୀ, ମିସା ଭାରତୀ, ହିମା ଯାଦବ ଏବଂ ହ୍ରଦୟାନନ୍ଦ ଚୌଧୁରୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫ ତାରିଖରେ ହେବ। ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି।

10.Ananya Pandey: ଆଜିକାଲିର ବଲିଉଡ ଇଣ୍ଡଷ୍ଟ୍ରିର ୟଙ୍ଗ ଅଭିନେତ୍ରୀ ଅନନ୍ୟା ପାଣ୍ଡେ କେବଳ ଫିଲ୍ମରେ ନିଜର ଛାପ ଛାଡୁନାହାନ୍ତି ବରଂ ନିଜ ବ୍ୟକ୍ତିଗତ ଜୀବନର ସଂଘର୍ଷ ବିଷୟରେ ମଧ୍ୟ ଖୋଲାଖୋଲି କଥାବାର୍ତ୍ତା କରୁଛନ୍ତି । ନିକଟରେ ଅନନ୍ୟା ଇମ୍ପୋଷ୍ଟର ସିଣ୍ଡ୍ରୋମ ବିଷୟରେ ତାଙ୍କର ଅନୁଭୂତି ସେୟାର କରିଛନ୍ତି । ଏହା ହେଉଛି ସେହି ପରିସ୍ଥିତି ଯେତେବେଳେ ବ୍ୟକ୍ତି ନିଜ ସଫଳତା କୁ ନେଇ ଅସହଜ ଅନୁଭବ କରେ ଏବଂ ନିଜକୁ ଯୋଗ୍ୟ ମନେ କରେ ନାହିଁ । ଆସନ୍ତୁ ଜାଣିବା, ଅନନ୍ୟା ପାଣ୍ଡେ କିପରି ଏହି ମାନସିକ ଅବସ୍ଥା ସହ ସଂଘର୍ଷ କରନ୍ତି।